ଦେଶରେ କମୁଛି ସଂକ୍ରମଣ, ୪୦ ହଜାର ତଳେ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବେଗରେ ସାମାନ୍ୟ ବ୍ରେକ୍ ଲାଗିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାର ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ କମିଥିବା ଦେଖିବାକୁ ମିଳିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଦିନକରେ ୩୮୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୦ ଲକ୍ଷ […]

covid-19

Madhupriya Mistry
  • Published: Friday, 16 July 2021
  • , Updated: 16 July 2021, 10:20 AM IST

ନୂଆଦିଲ୍ଲୀ: ଦେଶରେ ସଂକ୍ରମଣ ବେଗରେ ସାମାନ୍ୟ ବ୍ରେକ୍ ଲାଗିଛି। କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦ ହଜାର ତଳେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ କମିଥିବା ଦେଖିବାକୁ ମିଳିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଦିନକରେ ୩୮୯୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩କୋଟି ୧୦ ଲକ୍ଷ ୨୬ ହଜାର ୮୨୯ରେ ପହଞ୍ଚିଛି। ସେହିପରି ୨୪ ଘଣ୍ଟା ମଧ୍ୟରେ ୫୪୨ ଜଣଙ୍କ ମୃତ୍ୟୁ ଘଟିଛି । ସମୁଦାୟ ମୃତ୍ୟୁସଂଖ୍ୟା ୪ ଲକ୍ଷ ୧୨ ହଜାର ୫୩୧ରେ ପହଞ୍ଚିଛି। ଆରୋଗ୍ୟ ସଂଖ୍ୟା ୩ କୋଟି ୧ ଲକ୍ଷ ୮୩ ହଜାର ୮୭୬ରେ ପହଁଚିଛି। ଦେଶରେ ଏବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମୋଟ ୪୩୦୪୨୨ ରହିଛି ।

ଅନ୍ୟପକ୍ଷରେ ଗତ କାଲି ଦେଶରେ ମୋଟ ୩୮ ଲକ୍ଷ ୭୮ ହଜାର ଲୋକଙ୍କୁ ଟିକା ଦିଆଯାଇଛି। ଏହାକୁ ମିଶାଇ ଦେଶରେ ଏବେ ୩୯,୫୩,୪୩,୭୬୭ ଜଣଙ୍କୁ ଟିକା ଦିଆଯାଇଛି।

https://twitter.com/ANI/status/1415880091293261827?s=20

Related story