Advertisment

ଦିନକରେ ୪୧% ବଢ଼ିଲା କରୋନା ସଂକ୍ରମଣ, ଚିହ୍ନଟ ହେଲେ ୫,୨୩୩ ଆକ୍ରାନ୍ତ

ନୂଆଦିଲ୍ଲୀ: ପୁଣିଥରେ କାୟା ମେଲାଇବା ଆରମ୍ଭ କଲାଣି ମହାମାରୀ କରୋନା। କିଛି ଦିନର ବ୍ୟବଧାନ ପରେ ଦେଶରେ ସଂକ୍ରମଣର ଗ୍ରାଫ ଉପର ମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ଦୈନିକ ସଂକ୍ରମଣ ୪୧% ବଢ଼ିଛି। ଦିନକରେ ୫,୨୩୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତଙ୍କ ମନରେ କରୋନାକୁ ନେଇ ପୁଣି ଛନକା ପଶିଛି। ଏକାଧିକ ରାଜ୍ୟରେ ଏବେ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବିଶେଷ କରି ମହାରାଷ୍ଟ୍ର ସ୍ଥିତି ପୁଣି […]

author-image
Hemant Lenka
ଦିନକରେ ୪୧% ବଢ଼ିଲା କରୋନା ସଂକ୍ରମଣ, ଚିହ୍ନଟ ହେଲେ ୫,୨୩୩ ଆକ୍ରାନ୍ତ

corona

ନୂଆଦିଲ୍ଲୀ: ପୁଣିଥରେ କାୟା ମେଲାଇବା ଆରମ୍ଭ କଲାଣି ମହାମାରୀ କରୋନା। କିଛି ଦିନର ବ୍ୟବଧାନ ପରେ ଦେଶରେ ସଂକ୍ରମଣର ଗ୍ରାଫ ଉପର ମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାର ଦୈନିକ ସଂକ୍ରମଣ ୪୧% ବଢ଼ିଛି। ଦିନକରେ ୫,୨୩୩ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିବାରୁ ସମସ୍ତଙ୍କ ମନରେ କରୋନାକୁ ନେଇ ପୁଣି ଛନକା ପଶିଛି। ଏକାଧିକ ରାଜ୍ୟରେ ଏବେ ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି।

Advertisment

ବିଶେଷ କରି ମହାରାଷ୍ଟ୍ର ସ୍ଥିତି ପୁଣି ବେକାକୁ ହୋଇଛି। ଗୋଟିଏ ଦିନରେ ରାଜ୍ୟରୁ ୧୮୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବ ଦିନ ତୁଳନାରେ ୮୧% ଅଧିକ। ସେହିପରି ଫେବୃଆରୀ ୧୮ ପରେ ସର୍ବାଧିକ। ମହାରାଷ୍ଟ୍ରରୁ କରୋନାର ମାରାତ୍ମକ ବି.ଏ୫ ଭାରିଏଣ୍ଟ ମଧ୍ୟ ଠାବ ହୋଇଛି। ଏହି ଭାରିଏଣ୍ଟରେ ଜଣେ ବ୍ୟକ୍ତିଙ୍କ ଶରୀରରୁ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି।

ମହାରାଷ୍ଟ୍ରରୁ ଚିହ୍ନଟ ହୋଇଥିବା ୧୮୮୧ ଜଣଙ୍କ ମଧ୍ୟରୁ କେବଳ ମୁମ୍ବାଇର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୪୨ ରହିଛି। ୨୪ ଘଣ୍ଟା ମଧ୍ୟରେ ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୨ ଗୁଣ ବଢ଼ିଛି। ତେବେ ଏଠାରେ କରୋନା ଯୋଗୁ କାହାର ବି ମୃତ୍ୟୁ ହୋଇନି। ମହାରାଷ୍ଟ୍ର ବ୍ୟତୀତ କେରଳ ଓ କର୍ଣ୍ଣାଟକାରେ ମଧ୍ୟ ସଂକ୍ରମଣ ବଢ଼ିବା ଆରମ୍ଭ ହୋଇଛି।

Advertisment

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବୁଲେଟିନ ଅନୁଯାୟୀ, ୯୩ ଦିନ ପରେ ଦେଶରେ ଦୈନିକ ସଂକ୍ରମଣ ୫ ହଜାର ପାର କରିଛି। ଫଳରେ ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୮,୮୫୭କୁ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ କରୋନା ୭ ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ଦେଶରେ ଏଯାଏ କରୋନା ଯୋଗୁ ୫,୨୪,୭୧୫ ଜଣଙ୍କ ମୃତ୍ୟୁ ଘଟିଲାଣି। ଦେଶରେ ଦୈନିକ ପଜିଟିଭି ରେଟ ୧.୬୭% ଓ ସାପ୍ତାହିକ ଟିପିଆର ୧.୧୨% ରହିଛି। ୨୪ ଘଣ୍ଟାରେ ସମଗ୍ର ଦେଶରେ ୩,୧୩,୩୬୧ଟି ନମୁନା ଟେଷ୍ଟ କରାଯାଇଥିଲା।


ଅନ୍ୟପକ୍ଷରେ ୨୪ ଘଣ୍ଟା ମଧ୍ୟରେ ୩୩୪୫ ଜଣ କରୋନାକୁ ମାତ ଦେଇଛନ୍ତି। ଫଳରେ ଦେଶରେ ମୋଟ ଆରୋଗ୍ୟଙ୍କ ସଂଖ୍ୟା ୪,୨୬,୩୬,୭୧୦ରେ ପହଞ୍ଚିଛି।