Advertisment

ଗୋଲଡେନ ବୟ ନୀରଜଙ୍କୁ ପ୍ରବଳ ଜ୍ୱର, ଆସିଲା କୋଭିଡ୍ ରିପୋର୍ଟ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଏବେ ପ୍ରବଳ ଜ୍ୱରରେ ଆକ୍ରାନ୍ତ। ଦୁଇ ଦିନ ହେବ ସେ ଜ୍ୱରରେ ଆକ୍ରାନ୍ତ ରହିଛନ୍ତି। ଟୋକିଓରୁ ଫେରିବା ପରେ ନୀରଜ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ସମ୍ୱର୍ଦ୍ଧିତ ହେଉଛନ୍ତି। ଶୁକ୍ରବାର ହରିଆଣା ସରକାର ମଧ୍ୟ ନୀରଜଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ହେଲେ ନୀରଜ ଜ୍ୱରରେ ଆକ୍ରାନ୍ତ ଥିବାରୁ ଏହି ସରକାରୀ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ପାରି ନାହାନ୍ତି ବୋଲି ଜଣାପଡ଼ିଛି। […]

ଅଦ୍ୟତନ ହୋଇଛି
ଗୋଲଡେନ ବୟ ନୀରଜଙ୍କୁ ପ୍ରବଳ ଜ୍ୱର, ଆସିଲା କୋଭିଡ୍ ରିପୋର୍ଟ

neeraj

Advertisment

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଏବେ ପ୍ରବଳ ଜ୍ୱରରେ ଆକ୍ରାନ୍ତ। ଦୁଇ ଦିନ ହେବ ସେ ଜ୍ୱରରେ ଆକ୍ରାନ୍ତ ରହିଛନ୍ତି। ଟୋକିଓରୁ ଫେରିବା ପରେ ନୀରଜ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ସମ୍ୱର୍ଦ୍ଧିତ ହେଉଛନ୍ତି। ଶୁକ୍ରବାର ହରିଆଣା ସରକାର ମଧ୍ୟ ନୀରଜଙ୍କ ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ହେଲେ ନୀରଜ ଜ୍ୱରରେ ଆକ୍ରାନ୍ତ ଥିବାରୁ ଏହି ସରକାରୀ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ପାରି ନାହାନ୍ତି ବୋଲି ଜଣାପଡ଼ିଛି।

Advertisment

ଆସନ୍ତାକାଲି ସ୍ୱାଧୀନତା ଦିବସ ରହିଛି। ଏହି ଅବସରରେ ନୀରଜଙ୍କୁ ମଧ୍ୟ ସରକାରଙ୍କ ତରଫରୁ ଲାଲିକଲ୍ଲାକୁ ଆମନ୍ତ୍ରଣ କରାଯାଇଛି। ହେଲେ ସେ ଜ୍ୱରରେ ଆକ୍ରାନ୍ତ ଥିବାରୁ ଲାଲକିଲ୍ଲାରେ ସାମିଲ୍ ହୋଇନପାରନ୍ତି। ନୀରଜ ଜାଭେଲିନ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତି ସ୍ୱଦେଶ ଫେରିବା ପରେ ସପ୍ତାହେ ହେବ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ତେଣୁ ସେ ବ୍ୟସ୍ତ ରହିଥିଲେ। ଏହାପରେ ସେ ଜ୍ୱରରେ ଆକ୍ରାନ୍ତ ହୋଇଛନ୍ତି।

ତେଣୁ କରୋନା ସଂକ୍ରମିତ ହୋଇଥିବା ନେଇ ଆଶଙ୍କା କରି ସେ ଆରଟିପିସିଆରେ ଟେଷ୍ଟ କରାଇଥିଲେ। ହେଲେ ରିପୋର୍ଟ ନେଗେଟିଭ୍ ଆସିଥିବା ସୂଚନା ରହିଛି। ତେବେ ଡାକ୍ତରଙ୍କ ପରାମର୍ଶକ୍ରମେ ନୀରଜ ଏବେ ଘରେ ରହି ଚିକିତ୍ସିତ ହେଉଥିବା ସୂଚନା ରହିଛି।

Advertisment

ସୂଚନାଯୋଗ୍ୟ, ଅଗଷ୍ଟ ୭ ତାରିଖରେ ନୀରଜ ପ୍ରଥମ ଭାରତୀୟ ଭାବେ ଅଲିମ୍ପିକ୍ସରେ ଟ୍ରାକ୍ ଆଣ୍ଡ ଫିଲ୍ଡ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ଫାଇନାଲରେ ସେ ୮୭.୫୮ ମିଟର୍ ଜାଭେଲିନ୍ ଥ୍ରୋ’ କରି ଏହି ଐତିହାସିକ ସଫଳତା ଅର୍ଜନ କରିଥିଲେ। ନୀରଜ ଯେତେବେଳେ ଟୋକିଓରେ ପହଞ୍ଚିଲେ, ସେତେବେଳେ ତାଙ୍କର ରାଙ୍କିଙ୍କ୍ ୧୬ ଥିଲା। କିନ୍ତୁ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିବା ପରେ ନୀରଜ ରାଙ୍କିଙ୍ଗରେ ଲମ୍ବା ଜମ୍ପ ମାରିଛନ୍ତି। ନୀରଜ ଏକାଥରକେ ୧୪ଟି ସ୍ଥାନ ଉପରକୁ ଉଠି ବିଶ୍ୱର ଦୁଇ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି।

ଅଲିମ୍ପିକ୍ସରେ ନୀରଜ ସ୍ୱର୍ଣ୍ଣ ଜିତିଥିବା ବେଳେ ଚେକ ଗଣରାଜ୍ୟର ଜାକୁବ ରୌପ୍ୟ ଓ ସେହି ଦେଶର ଭି ଭେସଲେ ବ୍ରୋଞ୍ଜ ପଦକ ଜିତିଛନ୍ତି। ସୂଚନାଯୋଗ୍ୟ, ଭାରତ ଚଳିତ ଅଲିମ୍ପିକ୍ସରେ ନୀରଜଙ୍କ ସ୍ୱର୍ଣ୍ଣ ସହ ମୋଟ ୭ଟି ପଦକ ଜିତିଛି। ଏହା ଅଲିମ୍ପିକ୍ସରେ ଭାରତର ଶ୍ରେଷ୍ଠ ପ୍ରଦର୍ଶନ। ଭାରତ ଶେଷଥର ପାଇଁ ୨୦୧୨ରେ ସର୍ବାଧିକ ୬ଟି ପଦକ ଜିତିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe