Advertisment

ଜେଲରେ ଥିବା ବେଳେ ବିଧାୟକ ଭାବରେ ଶପଥ ନେଲେ ଅଖିଳ ଗୋଗୋଇ

ଗୌହାଟି: ଆସାମ ରାଜନୀତିରେ ପ୍ରଥମ। ଜଣେ ଜେଲରେ ସଜାକାଟୁଥିବା ବେଳେ ବିଧାୟକ ଭାବରେ ଶପଥ ଗ୍ରହଣ କରିଛନ୍ତି। ଆଜି ନବ ଗଠିତ ଆସାମ ବିଧାନସଭାର ପ୍ରଥମ ଅଧିବେଶନ ପୂର୍ବରୁ ଅସ୍ଥାୟୀ ବାଚସ୍ପତି ବା ପ୍ରୋଟେମ୍ ସ୍ପିକର ଫନୀ ଭୂଷଣ ଚୌଧୁରୀ ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇଥିଲେ। ଏହି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ବିଧାୟକ ଦେବବ୍ରତ ସାଇକିଆଙ୍କ ସମେତ […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଜେଲରେ ଥିବା ବେଳେ ବିଧାୟକ ଭାବରେ ଶପଥ ନେଲେ ଅଖିଳ ଗୋଗୋଇ

Akhil-Gogoi,

ଗୌହାଟି: ଆସାମ ରାଜନୀତିରେ ପ୍ରଥମ। ଜଣେ ଜେଲରେ ସଜାକାଟୁଥିବା ବେଳେ ବିଧାୟକ ଭାବରେ ଶପଥ ଗ୍ରହଣ କରିଛନ୍ତି। ଆଜି ନବ ଗଠିତ ଆସାମ ବିଧାନସଭାର ପ୍ରଥମ ଅଧିବେଶନ ପୂର୍ବରୁ ଅସ୍ଥାୟୀ ବାଚସ୍ପତି ବା ପ୍ରୋଟେମ୍ ସ୍ପିକର ଫନୀ ଭୂଷଣ ଚୌଧୁରୀ ସମସ୍ତ ବିଧାୟକଙ୍କୁ ଶପଥ ପାଠ କରାଇଥିଲେ।

Advertisment

ଏହି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ୱାଲ ଏବଂ ବିଧାନସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ବିଧାୟକ ଦେବବ୍ରତ ସାଇକିଆଙ୍କ ସମେତ ୧୨୬ ଜଣ ସଦସ୍ୟ ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲେ। ଏହି ଶପଥ ପାଠ ବେଳେ କିନ୍ତୁ ସମସ୍ତଙ୍କ ନଜର ଥିଲା ରଇଜର ଦଳର ପ୍ରତିଷ୍ଠାତା ତଥା ଶିବସାଗର ବିଧାନସଭା ଆସନର ବିଧାୟକ ଅଖିଳ ଗୋଗୋଇଙ୍କ ଉପରେ। ଯିଏକି ଜେଲରେ ଅଛନ୍ତି। କୋର୍ଟଙ୍କ ସ୍ୱତନ୍ତ୍ର ନିର୍ଦ୍ଦେଶ କ୍ରମେ ସେ ବିଧାନସଭା ଆସି ବିଧାୟକ ଭାବରେ ଶପଥ ଗ୍ରହଣ କରିଥିଲେ।

ଏହି ସମୟରେ ଉପସ୍ଥିତ ଥିବା ବିଧାନସଭା କର୍ମଚାରୀ ଗୋଗୋଇଙ୍କ ସହ ସେଲଫି ନେବାକୁ ଭିଡ ଜମାଇଥିବା ଦେଖିବାକୁ ମିଳିଛି। ଅଖିଳ ଗୋଗୋଇ ହେଉଛନ୍ତି ଆସାମର ପ୍ରଥମ ନେତା ଯିଏକି ନିର୍ବାଚନ ବେଳେ କୌଣସି ପ୍ରଚାର ନକରି ବିଜୟୀ ହୋଇଛନ୍ତି।ଅଖିଳ ଗୋଗୋଇ କେନ୍ଦ୍ରର ନାଗରିକତ୍ୱ ସଂଶୋଧନ ଅଧିନିୟମ (CAA)କୁ ବିରୋଧ କରି ଜେଲ୍ ଯାଇଛନ୍ତି। ଗୋଗୋଇଙ୍କ ବିରୋଧରେ ଡିସେମ୍ବର ୨୦୧୯ରେ ଦେଶଦ୍ରୋହ ମାମଲା ଲଗାଯିବା ପରେ ତାଙ୍କୁ ଗିରଫ କରାଯାଇଥିଲା। ଏବେ ସେ ଗୌହାଟି କେନ୍ଦ୍ରୀୟ ଜେଲରେ ଅଛନ୍ତି। ହେଲେ ସ୍ୱାସ୍ଥ୍ୟାବସ୍ଥା କାରଣ ପାଇଁ ଏହି ୪୬ ବର୍ଷୀୟ ସ୍ୱାଧୀନ ବିଧାୟକ ଗୌହାଟି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ସେହିପରି ବାଚସ୍ପତି ଭାବରେ ବିଜେପି ବିଧାୟକ ବିଶ୍ୱଜିତ ଡାଇମାରି ନିର୍ବାଚିତ ହୋଇଛନ୍ତି। ବିରୋଧୀ କଂଗ୍ରେସ ବାଚସ୍ପତି ପଦବୀ ପାଇଁ ପ୍ରାର୍ଥୀ ନଦେବାରୁ ବିଶ୍ୱଜିତ ବିନା ନିର୍ବାଚନରେ ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି।

ବୋଡୋଲାଣ୍ଡ ପିପୁଲ୍ସ ଫ୍ରଣ୍ଟ (ବିପିଏଫ) ରୁ ଆସି ବିଜେପିରେ ଯୋଗଦେବା ପରେ ଡାଇମାରି ଫେବୃଆରୀରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ ବିଧାନସଭା ନିର୍ବାଚନରେ ପାନେରୀରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବିପିଏଫ୍ ପ୍ରାର୍ଥୀ କରୁଣାକାନ୍ତ ସ୍ୱର୍ଗିୟାରିଙ୍କୁ ୩୫ ହଜାର ୮୫୨ ଭୋଟ ବ୍ୟବଧାନରେ ହରାଇଥିଲେ ଡାଇମାରି।

AssamAssemblyElection Akhil Gogoi