Advertisment

ଆଫଗାନ ସଙ୍କଟକୁ ଦେଖି ଭିସା ନୀତିରେ ବଡ଼ ପରିବର୍ତ୍ତନ କଲେ ଭାରତ ସରକାର

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଚାଲିଥିବା ସଙ୍କଟକୁ ଦେଖି ଭାରତ ସରକାର ଜରୁରୀ କାଳୀନ ଇ-ଭିସାର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଆଫଗାନିସ୍ତାନରେ ରହୁଥିବା ଲୋକମାନେ ଭାରତ ଆସିବାକୁ ଆବେଦନ କରିପାରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୱେବସାଇଟ୍‌ରେ ଏହାର ବ୍ୟବସ୍ଥା କରାଯାଇଛି। ଭାରତ ଆସିବାକୁ ଥିବା ଆଫଗାନିସ୍ତାନର ନାଗରିକ ଅନଲାଇନରେ ଆବେଦନ କରିପାରିବେ। ସେମାନଙ୍କୁ ଜରୁରୀକାଳୀନ ଭିତ୍ତିରେ ଭିସା ଦେବାକୁ ମଧ୍ୟ ବ୍ୟବସ୍ଥା କରାଯିବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସବୁ ଧର୍ମର ଲୋକମାନେ ଇ-ଜରୁରିକାଳୀନ ଭିସା ପାଇଁ ଅନଲାଇନରେ ଆବେଦନ କରିପାରିବେ। […]

ଆଫଗାନ ସଙ୍କଟକୁ ଦେଖି ଭିସା ନୀତିରେ ବଡ଼ ପରିବର୍ତ୍ତନ କଲେ ଭାରତ ସରକାର

Vist

Advertisment

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଚାଲିଥିବା ସଙ୍କଟକୁ ଦେଖି ଭାରତ ସରକାର ଜରୁରୀ କାଳୀନ ଇ-ଭିସାର ବ୍ୟବସ୍ଥା କରିଛନ୍ତି। ଏହାଦ୍ୱାରା ଆଫଗାନିସ୍ତାନରେ ରହୁଥିବା ଲୋକମାନେ ଭାରତ ଆସିବାକୁ ଆବେଦନ କରିପାରିବେ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ୱେବସାଇଟ୍‌ରେ ଏହାର ବ୍ୟବସ୍ଥା କରାଯାଇଛି। ଭାରତ ଆସିବାକୁ ଥିବା ଆଫଗାନିସ୍ତାନର ନାଗରିକ ଅନଲାଇନରେ ଆବେଦନ କରିପାରିବେ। ସେମାନଙ୍କୁ ଜରୁରୀକାଳୀନ ଭିତ୍ତିରେ ଭିସା ଦେବାକୁ ମଧ୍ୟ ବ୍ୟବସ୍ଥା କରାଯିବ।

Advertisment

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସବୁ ଧର୍ମର ଲୋକମାନେ ଇ-ଜରୁରିକାଳୀନ ଭିସା ପାଇଁ ଅନଲାଇନରେ ଆବେଦନ କରିପାରିବେ। ସମସ୍ତ ପ୍ରକାରର ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଏହି ଭିସା ପ୍ରଦାନ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ କାବୁଲରେ ଥିବା ଭାରତୀୟ ମିଶନ ବନ୍ଦ ହୋଇଯାଇଛି।

ତେଣୁ ଭିସା ପାଇଁ ଆବେଦନ କରିଥିବା ସମସ୍ତ ତଥ୍ୟକୁ ନୂଆଦିଲ୍ଲୀରେ ହିଁ ଯାଞ୍ଚ କରାଯିବ। ଏହାପରେ ଏଗୁଡ଼ିକୁ ଇସ୍ୟୁ କରାଯିବ। ଇ-ଭିସାର ଅବଧି ୬ ମାସ ପାଇଁ ରହିବ। ଏହାପରେ ସ୍ଥିତିକୁ ଦେଖି ଅବଧିକୁ ବୃଦ୍ଧି କରାଯାଇ ପାରିବ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

Advertisment


ତାଲିବାନ ପଞ୍ଝାରେ ଆଫଗାନିସ୍ତାନ ଫସିବା ପରେ ଏବେ ସେଠାକାର ସ୍ଥିତି ବିଗିଡ଼ି ଯାଇଛି। ତାଲିବାନୀ ଶାସନ ଭୟରେ ଲୋକମାନେ ଦେଶ ଛାଡ଼ି ବିଦେଶ ଯିବାକୁ ଚାହୁଁଛନ୍ତି। ଲୋକମାନେ ଦେଶ ଛାଡ଼ିବାକୁ କେତେ ବିକଳ, ସେକଥା ସୋମବାର ଭାଇରାଲ ହେଉଥିବା ଭିଡିଓଗୁଡ଼ିକରୁ ସାରା ବିଶ୍ୱ ଜାଣିବାକୁ ପାଇଛି।

ହଜାର ହଜାର ଲୋକ ଆଫଗାନ ଛାଡ଼ିବାକୁ ସୋମବାର କାବୁଲର ମୁଖ୍ୟ ବିମାନବନ୍ଦରରେ ଭିଡ଼ ଜମାଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକ ବିମାନର ଛକାରେ ଓହଳି ଯିବାକୁ ଚେଷ୍ଟା କରୁଥିବା ବେଳେ ତଳକୁ ଖସି ପ୍ରାଣ ହରାଇଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe