Advertisment

ଆତ୍ମଘାତୀ ଆଇଏସ୍‌ର ଭାରତ ଲିଙ୍କ: ରୁଷ ଯିବ ଏନଆଇଏ ଓ ଆଇବି ଟିମ!

ନୂଆଦିଲ୍ଲୀ: ଭାରତରେ ଆତ୍ମଘାତୀ ହମଲା କରିବାକୁ ଯୋଜନା କରି ରୁଷରେ ଆଇଏସ୍‌ ଆତଙ୍କୀ ଧରାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହି ଗିରଫ ଆଇଏସ୍‌ର ଭାରତ ଲିଙ୍କ ବିଷୟରେ ଅଧିକ ଖୋଳତାଡ଼ କରିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ), ଡୋମେଷ୍ଟିକ ଇଣ୍ଟରନାଲ ସିକ୍ୟୁରିଟି ଓ ଆଇବିର ଟିମ୍‌ ରୁଷ ଯାଇପାରନ୍ତି। ସେମାନେ ସେଠାରେ ପହଞ୍ଚି ଗିରଫ ଆତଙ୍କୀର ଯୋଜନା ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଷଡ଼ଯନ୍ତ୍ରରେ ଆଉ କେଉଁମାନେ ସବୁ ସାମିଲ ଅଛନ୍ତି, […]

author-image
Hemant Lenka
ଆତ୍ମଘାତୀ ଆଇଏସ୍‌ର ଭାରତ ଲିଙ୍କ: ରୁଷ ଯିବ ଏନଆଇଏ ଓ ଆଇବି ଟିମ!

NIA

ନୂଆଦିଲ୍ଲୀ: ଭାରତରେ ଆତ୍ମଘାତୀ ହମଲା କରିବାକୁ ଯୋଜନା କରି ରୁଷରେ ଆଇଏସ୍‌ ଆତଙ୍କୀ ଧରାପଡ଼ିବା ପରେ ହଇଚଇ ସୃଷ୍ଟି ହୋଇଛି। ଏହି ଗିରଫ ଆଇଏସ୍‌ର ଭାରତ ଲିଙ୍କ ବିଷୟରେ ଅଧିକ ଖୋଳତାଡ଼ କରିବାକୁ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ), ଡୋମେଷ୍ଟିକ ଇଣ୍ଟରନାଲ ସିକ୍ୟୁରିଟି ଓ ଆଇବିର ଟିମ୍‌ ରୁଷ ଯାଇପାରନ୍ତି।

Advertisment

ସେମାନେ ସେଠାରେ ପହଞ୍ଚି ଗିରଫ ଆତଙ୍କୀର ଯୋଜନା ବିଷୟରେ ଅଧିକ ତଥ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଷଡ଼ଯନ୍ତ୍ରରେ ଆଉ କେଉଁମାନେ ସବୁ ସାମିଲ ଅଛନ୍ତି, ସେକଥା ମଧ୍ୟ ଜାଣିବାକୁ ଚାହୁଁଛନ୍ତି ଭାରତ ସରକାର। ସୂତ୍ର ଅନୁସାରେ, ଏନଆଇଏ ଓ ଆଇବି ଟିମ ରୁଷ ଗୁଇନ୍ଦା ସଂସ୍ଥା ଓ ଫେଡରାଲ ସିକ୍ୟୁରିଟି ସର୍ଭିସ ଅଧିକାରୀଙ୍କୁ ଭେଟିବେ। ଏହାପରେ ସେମାନେ ଆଇଏସ ଆତଙ୍କୀର ସମସ୍ତ ତଥ୍ୟ ହାସଲ କରି ତା’ର ଭାରତ ଲିଙ୍କ ସମ୍ପର୍କରେ ଖୋଳତାଡ଼ କରିବେ। ଏହାଦ୍ୱାରା ଆଇଏସ୍‌ ଭାରତରେ କାୟା ବିସ୍ତାର କରିଛି କି ନାହିଁ, ସେ ବିଷୟରେ ଜଣାପଡ଼ିବ।

ସୋମବାର ରୁଷର ଏଫଏସ୍‌ବି ଗୋଟିଏ ବିବୃତିରେ କହିଥିଲା ଯେ ଧରା ପଡ଼ିଥିବା ଆଇଏସ୍‌ ଆତଙ୍କୀ ଭାରତରେ କ୍ଷମତାସୀ ରାଜନୀତିକ ଦଳର କୌଣସି ବଡ଼ ନେତାଙ୍କୁ ଆତ୍ମଘାତୀ ହମଲାରେ ହତ୍ୟା କରିବାକୁ ମସୁଧା କରିଥିଲା। ଏଫଏସ୍‌ବି ପ୍ରଥମେ ଉକ୍ତ ଆତଙ୍କୀକୁ ଚିହ୍ନଟ କରିଥିଲା ଓ ଏହାପରେ ତା’କୁ ଗିରଫ କରାଯାଇଛି। ଗିରଫ ଆତଙ୍କୀ ଜଣକ ଆଇଏସ୍‌ ପାଇଁ କାମ କରୁଥିଲା। ସେ କେନ୍ଦ୍ରୀୟ ଏସିଆରେ ଥିବା କୌଣସି ଗୋଟିଏ ଦେଶର ନାଗରିକ। ସେ ରୁଷରୁ ପୂରା ଯୋଜନା ସହ ଭାରତରେ ପହଞ୍ଚି ସେଠାରେ ଜଣେ ବଡ଼ ରାଜନେତାଙ୍କୁ ଟାର୍ଗେଟ କରି ଆତ୍ମଘାତୀ ହମଲା କରିବାକୁ ଲକ୍ଷ୍ୟ ରଖିଥିଲା। ସେ ଭାରତରେ ହମଲା କରିବାକୁ ଶପଥ ନେଇଥିବା ବିବୃତିରେ କୁହାଯାଇଥିଲା।

Advertisment

ପରବର୍ତ୍ତୀ ସମୟରେ ନିଲମ୍ବିତ ବିଜେପି ନେତା ନୁପୁର ଶର୍ମାଙ୍କୁ ଆତ୍ମଘାତୀ ହମଲା କରି ହତ୍ୟା କରିବେ ଗିରଫ ଆତଙ୍କୀର ଏକମାତ୍ର ଲକ୍ଷ୍ୟ ଥିଲା ବୋଲି ଜଣାପଡ଼ିଥିଲା। ରୁଷ ହାବୁଡ଼ରେ ପଡ଼ିଥିବା ଆଇଏସ୍‌ ଆତଙ୍କୀ ଜଣକ ହେଉଛି ୩୦ ବର୍ଷୀୟ ଆଜାମୋଭ। ସେ ଗୋଟିଏ ଭିଡିଓରେ ନୂପୁର ଶର୍ମାଙ୍କୁ ହତ୍ୟା କରିବାକୁ ଚାହୁଁଥିବା କହିଛି।

ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଅତ୍ୟନ୍ତ ଅଭଦ୍ର ବୟାନ ଦେଇଥିବାରୁ ଏହାକୁ ନେଇ ଦେଶ ଭିତରେ ଓ ବାହାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ନୂପୁର ଶର୍ମା ମହମ୍ମଦଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ହତ୍ୟା କରାଯିବା ଦରକାର ବୋଲି ରୁଷ ସୁରକ୍ଷାକର୍ମୀଙ୍କ ଆଗରେ ଆଜାମୋଭ କହିଛି।