Advertisment

୩୦ରୁ ଅଧିକ ସ୍ଥାନରେ ଏନଆଇଏ ରେଡ୍‌

ପାଟନା: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ପକ୍ଷରୁ ବିହାରରେ ୩୦ରୁ ଅଧିକ ସ୍ଥାନରେ ରେଡ୍‌ କରାଯାଇଛି । ବିବାଦୀୟ ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ସହ ଆତଙ୍କବାଦୀ ଲିଙ୍କ ନେଇ ଏନଆଇଏ ପକ୍ଷରୁ ଏହି ରେଡ୍‌ କରାଯାଇଛି। ଏଥିସହ ପୁଲିସ ରିୟାଜ୍‌ ଅହମ୍ମଦଙ୍କ ବାସଭବନରେ ରେଡ୍‌ କରିଛି। ରିୟାଜ୍‌ଙ୍କ ଘରେ ଆତଙ୍କବାଦୀ ନିଯୁକ୍ତି ସମ୍ପର୍କରେ ଅଭିଯୋଗ ଆସିଥିଲା।  ବିହାରର ଛପ୍ରା, ବୈଶାଳି, ଅରାରିଆ ଏବଂ ନାଳନ୍ଦାରେ ଏହି ଚଢ଼ଉ କରାଯାଇଛି।  ଆଜି ସକାଳ […]

author-image
Tapas Behera
ଅଦ୍ୟତନ ହୋଇଛି
ଆତ୍ମଘାତୀ ଆଇଏସ୍‌ର ଭାରତ ଲିଙ୍କ: ରୁଷ ଯିବ ଏନଆଇଏ ଓ ଆଇବି ଟିମ!

NIA

ପାଟନା: ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ପକ୍ଷରୁ ବିହାରରେ ୩୦ରୁ ଅଧିକ ସ୍ଥାନରେ ରେଡ୍‌ କରାଯାଇଛି । ବିବାଦୀୟ ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ) ସହ ଆତଙ୍କବାଦୀ ଲିଙ୍କ ନେଇ ଏନଆଇଏ ପକ୍ଷରୁ ଏହି ରେଡ୍‌ କରାଯାଇଛି। ଏଥିସହ ପୁଲିସ ରିୟାଜ୍‌ ଅହମ୍ମଦଙ୍କ ବାସଭବନରେ ରେଡ୍‌ କରିଛି। ରିୟାଜ୍‌ଙ୍କ ଘରେ ଆତଙ୍କବାଦୀ ନିଯୁକ୍ତି ସମ୍ପର୍କରେ ଅଭିଯୋଗ ଆସିଥିଲା।  ବିହାରର ଛପ୍ରା, ବୈଶାଳି, ଅରାରିଆ ଏବଂ ନାଳନ୍ଦାରେ ଏହି ଚଢ଼ଉ କରାଯାଇଛି।  ଆଜି ସକାଳ ୬ଟାରୁ ୧୧ ପର୍ଯ୍ୟନ୍ତ ରେଡ୍‌ କରାଯାଇଥିଲା। ସେହିପରି ସାରନ ଜିଲ୍ଲା ଅଧ୍ୟକ୍ଷ ପରେଭେଜ୍‌ ଆଲମଙ୍କ ଘରେ ମଧ୍ୟ ଯାଞ୍ଚ କରାଯାଇଛି।

Advertisment

ଆଜି ଏନଆଇଏକୁ ସ୍ଥାନୀୟ ପୁଲିସ ସହଯୋଗ କରିଥିଲା।  ପିଏଫଆଇ ପକ୍ଷରୁ ନିଜ କ୍ୟାଡରମାନଙ୍କୁ କଠୋର ତାଲିମ ଦେବା ସହ ସେମାନଙ୍କ ମନରେ ମୌଳବାଦର ବୀଜ ବପନ କରାଯାଉଛି । ଭାରତରେ ଥିବା ମୁସଲିମ ବିରୋଧୀ ସଂଗଠନ ଓ ବ୍ୟକ୍ତିମାନଙ୍କୁ ହିଂସାତ୍ମକ ପଦ୍ଧତିରେ ଦମନ କରିବାକୁ ନିଜ କ୍ୟାଡରମାନଙ୍କୁ ତାଲିମ ଦେଉଛି ପିଏଫଆଇ । ଏହା ଫଳରେ ସେମାନେ ଅନ୍ୟ ଆତଙ୍କବାଦୀ ସଂଗଠନମାନଙ୍କ ନିମନ୍ତେ ଏକ ନିଯୁକ୍ତିସ୍ଥଳୀରେ ପରିଣତ ହୋଇଛି । ଅର୍ଥାତ ଆତଙ୍କବାଦୀ ସଂଗଠନମାନେ ଏହି କ୍ୟାଡରମାନଙ୍କୁ ଆତଙ୍କି କାର୍ଯ୍ୟକଳାପରେ ନିଯୁକ୍ତ କରୁଛନ୍ତି । ଏଭଳି କିଛି କାର୍ଯ୍ୟକଳାପ ସମ୍ପର୍କରେ ସୁରାଗ ପାଇ ଏନଆଇଏ ସତର୍କ ହୋଇଛି।