Advertisment

ନଦୀରୁ ଉଦ୍ଧାର ହେଲା ଡିଭିଡି ଓ ସିପିୟୁ, ବଢ଼ିଲା ବାଜେଙ୍କ ଅଡୁଆ

ମୁମ୍ୱାଇ: ମନସୁଖ ହିରେନ ମୃତ୍ୟୁ ମାମଲା ଏବଂ ଅମ୍ୱାନୀଙ୍କ ଘର ଆଗରେ ବୋମା ଭର୍ତ୍ତି କାର ରଖିବା ମାମଲାରେ ପ୍ରମାଣ ନଷ୍ଟ କରି ଶାନ୍ତିରେ ନିଃଶ୍ୱାସ ମାରୁଥିବା ସଚିନ ବାଜେଙ୍କ ପାଇଁ ବଢ଼ିଲା ଅଡୁଆ। ଆଉ ଏଥିରେ ସହଯୋଗ କରିଥିବା କ୍ରାଇମ ବ୍ରାଞ୍ଚ ୟୁନିଟର ଆଉ ଜଣ ଅଧିକାରୀ ରିଆଜ କାଜି ମଧ୍ୟ ଏବେ ସନ୍ଦେହ ଘେରରେ। କାରଣ ଯେଉଁସବୁ ପ୍ରମାଣ ଉଭୟ ନଷ୍ଟ କରିଥିଲେ ଏବେ ସେଥିରୁ କିଛି ଉଦ୍ଧାର କରିଛି ଏନଆଇଏ। ଆଜି ଏନଆଇଏ […]

ଅଦ୍ୟତନ ହୋଇଛି
ନଦୀରୁ ଉଦ୍ଧାର ହେଲା ଡିଭିଡି ଓ ସିପିୟୁ, ବଢ଼ିଲା ବାଜେଙ୍କ ଅଡୁଆ

nia recovers-cpus-dvrs-number-plates-from-mithi-river

Advertisment

ମୁମ୍ୱାଇ: ମନସୁଖ ହିରେନ ମୃତ୍ୟୁ ମାମଲା ଏବଂ ଅମ୍ୱାନୀଙ୍କ ଘର ଆଗରେ ବୋମା ଭର୍ତ୍ତି କାର ରଖିବା ମାମଲାରେ ପ୍ରମାଣ ନଷ୍ଟ କରି ଶାନ୍ତିରେ ନିଃଶ୍ୱାସ ମାରୁଥିବା ସଚିନ ବାଜେଙ୍କ ପାଇଁ ବଢ଼ିଲା ଅଡୁଆ। ଆଉ ଏଥିରେ ସହଯୋଗ କରିଥିବା କ୍ରାଇମ ବ୍ରାଞ୍ଚ ୟୁନିଟର ଆଉ ଜଣ ଅଧିକାରୀ ରିଆଜ କାଜି ମଧ୍ୟ ଏବେ ସନ୍ଦେହ ଘେରରେ। କାରଣ ଯେଉଁସବୁ ପ୍ରମାଣ ଉଭୟ ନଷ୍ଟ କରିଥିଲେ ଏବେ ସେଥିରୁ କିଛି ଉଦ୍ଧାର କରିଛି ଏନଆଇଏ।

Advertisment

ଆଜି ଏନଆଇଏ ୧୧ ଜଣ ସଫେଇ କର୍ମଚାରୀ ଏବଂ ପାଣି ଭିତରେ ପହଁରିବାରେ ଦକ୍ଷ ରଖିଥିବା ବ୍ୟକ୍ତିଙ୍କୁ ମିଠି ନଦୀରେ ନିୟୋଜିତ କରିଥିଲା। ସେମାନେ ସିସିଟିଭି, ଡିଭିଡି, ସିପିୟୁ, ହାର୍ଡ ଡିସ୍କ, ନମ୍ୱର ପ୍ଲେଟ୍, ପ୍ରିଣ୍ଟର ଆଦି ଉଦ୍ଧାର କରିଛନ୍ତି। ଆଉ ଏନଆଇଏ ସଚିନ ବାଜେଙ୍କୁ ମିଠି ନଦୀ ପାଖକୁ ଆଣି ସମସ୍ତ ଜିନିଷ ଦେଖାଇଛି। ଏହିସବୁକୁ ଯାଞ୍ଚ କରି ଏନଆଇଏ ମନସୁଖ ହତ୍ୟାକାଣ୍ଡର ଚେରକୁ ଖୋଜି ପାରିବ ବୋଲି କୁହାଯାଉଛି।

ମନସୁଖଙ୍କ ମୃତ୍ୟୁ ଓ ଅମ୍ୱାନୀଙ୍କ ଘର ଆଗରେ କାର ରଖିବା ମାମଲାର ତଦନ୍ତ ଜୋରଦାର ହେବା ମାତ୍ରେ ସଚିନ୍ ବାଜେ ଏବଂ ରିୟାଜ କାଜି ନଦୀରେ ଫିଙ୍ଗି ଦେଇଥିଲେ। ପ୍ରମାଣ ନଷ୍ଟ ହୋଇଗଲେ ତାଙ୍କ ପ୍ରତି ବିପଦ ରହିବ ନାହିଁ ବୋଲି ବିଶ୍ୱାସ ରଖିଥିଲେ ଏହି ଦୁଇ ଅଭିଯୁକ୍ତ। ଏବେ ଉଭୟ ମୁମ୍ବାଇ ପୁଲିସରୁ ନିଲମ୍ବିତ ହୋଇସାରିଛନ୍ତି। ଗୋଟିଏ ପଟେ ସଚିନ ବାଜେ ଏପ୍ରିଲ ୩ ପର୍ଯ୍ୟନ୍ତ ଏନଆଇଏ ହେପାଜତରେ ଥିବା ବେଳେ ରିଆଜ କାଜିଙ୍କୁ ଏନଆଇଏ ଗୋଡ଼ାଇ ତୋଡ଼ାଇ ଜେରା କରୁଛି।

Advertisment

ଏବେ ନଦୀରୁ ଉଦ୍ଧାର ହୋଇଥିବା ପ୍ରମାଣ ଗୁଡ଼ିକୁ ଏନଆଇଏ ସମାନ ଜିନିଷ କି ନୁହଁ ଜାଣିବାକୁ ଚେଷ୍ଟା କରିବ। ଏହାପରେ ସଚିନ ଯେଉଁ ଜାଗାରେ ରହୁଥିଲେ ସେଠିକାର ସିସିଟିଭି ଏବଂ ଡିଭିଡି ନଷ୍ଟ କରିଥିଲେ। ଏଭଳି କରିବା ପାଇଁ ସେଠିକାର ସୋସାଇଟିକୁ ଏକ ଚିଠି ଅନ୍ୟ ଜଣଙ୍କ ଦ୍ୱାରା ଲେଖାଇଥିଲେ ବାଜେ। ଏହାପରେ ପୁଲିସ ତଦନ୍ତ କରିବ କହି ରିଆଜ ସଚିନ ବାଜେଙ୍କ ଘର ପାଖରେ ଲାଗିଥିବା ସିସିଟିଭିକୁ ନେଇ ଆସିଥିଲେ। ଏବେ ଏହି ସିସିଟିଭି ନଦୀରୁ ଉଦ୍ଧାର ହୋଇଥିବା କୁହାଯାଉଛି।

ସେହିପରି ଏକ ନୂଆ ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି। ଯେଉଁଥିରେ ରିଆଜ କାଜି ଏକ ନମ୍ବର ପ୍ଲେଟ ତିଆରି ଦୋକାନରେ ପ୍ରବେଶ କରୁଥିବା ଦେଖାଯାଉଛି। ମୁମ୍ବାଇର ବିକ୍ରୋଲି ଅଞ୍ଚଳର ବଣ୍ଟି ରେଡିୟମ୍ ନାମକ ଏହି ଦୋକାନରେ ସେ କିଛି ସମୟ ପାଇଁ ଦୋକାନର ମାଲିକଙ୍କ ସହ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ଆଉ ସେହି ଦୋକାନର କିଛି ଡିଭିଡି ଏବଂ କମ୍ପ୍ୟୁଟର ନେଇଥିବାର ଦେଖିବାକୁ ମିଳିଛି। କୁହାଯାଉଛି କାଜି ସେହି ଜିନିଷଗୁଡ଼ିକୁ ମିଠି ନଦୀରେ ଫିଙ୍ଗିଥିଲେ। ଏବେ ନକଲି ନମ୍ବର ପ୍ଲେଟ୍ ମଧ୍ୟ ମିଳିଛି। ମନସୁଖ କାର ଭିତରୁ ଅନେକ ନମ୍ୱର ପ୍ଲେଟ୍ ମିଳିଥିଲା ସେହି ନମ୍ୱର ଗୁଡ଼ିକ ଏହି ଦୋକାନରୁ କାଜି ତିଆରି କରିଥିବା ଅଭିଯୋଗ ହୋଇଛି। ଏବେ ଏହି ସବୁ ଉଦ୍ଧାର ହୋଇଥିବା ଇଲୋକ୍ଟ୍ରାନିକ୍ସ ଉପକରଣ ଯାଞ୍ଚ ହେବା ପରେ ଅନେକ ସତ ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।

Sachin Vaze Nia
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe