Advertisment

ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଗାଡ଼ି ମିଳିବା ଘଟଣା: ଖୋଳତାଡ଼ ଆରମ୍ଭ କଲା ଏନଆଇଏ

ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନ ନିକଟରୁ ବିସ୍ଫୋରକ ଖଚିତ ଗାଡ଼ି ମିଳିବା ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆରମ୍ଭ କରିଛି। ଆଜି ଏନଆଇଏ ବିଧିବଦ୍ଧ ଭାବେ ତଦନ୍ତ ଭାର ଗ୍ରହଣ କରିଛି। ଏବେ ଏନଆଇଏ ଘଟଣାରେ ପୁନଃ ମାମଲା ରୁଜୁ କରିବା ପ୍ରକ୍ରିୟା ଆରମ୍ଭ କରିଛି। ଘଟଣାର ତଦନ୍ତ ଏନଆଇଏ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ନିର୍ଦ୍ଦେଶ ଅନୁସାରେ ଆଜି ଏନଆଇଏ ତଦନ୍ତ ଭାର ଗ୍ରହଣ କରିଛି। […]

author-image
Hemant Lenka
ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଗାଡ଼ି ମିଳିବା ଘଟଣା: ଖୋଳତାଡ଼ ଆରମ୍ଭ କଲା ଏନଆଇଏ

ambani

ନୂଆଦିଲ୍ଲୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ମୁମ୍ବାଇ ସ୍ଥିତ ବାସଭବନ ନିକଟରୁ ବିସ୍ଫୋରକ ଖଚିତ ଗାଡ଼ି ମିଳିବା ଘଟଣାର ତଦନ୍ତ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆରମ୍ଭ କରିଛି। ଆଜି ଏନଆଇଏ ବିଧିବଦ୍ଧ ଭାବେ ତଦନ୍ତ ଭାର ଗ୍ରହଣ କରିଛି। ଏବେ ଏନଆଇଏ ଘଟଣାରେ ପୁନଃ ମାମଲା ରୁଜୁ କରିବା ପ୍ରକ୍ରିୟା ଆରମ୍ଭ କରିଛି।

Advertisment

ଘଟଣାର ତଦନ୍ତ ଏନଆଇଏ କରିବାକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ନିର୍ଦ୍ଦେଶ ଅନୁସାରେ ଆଜି ଏନଆଇଏ ତଦନ୍ତ ଭାର ଗ୍ରହଣ କରିଛି। ଫେବୃଆରୀ ୨୫ରେ ଅମ୍ବାନୀଙ୍କ ଆଣ୍ଟିଲିଆ ସ୍ଥିତ ବାସଭବନ ନିକଟରୁ ଗୋଟିଏ ସ୍କୋପ୍ରିଓ ମିଳିଥିଲା। ଏହା ମଧ୍ୟରୁ ବୋମା ନିଷ୍କ୍ରିୟକାରୀ ଟିମ୍‌ ୨୦ଟି ଜିଲୋଟିନ ଓ ଅନ୍ୟାନ୍ୟ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲେ।

ପୁଲିସ୍‌ କହିଛି ଯେ ଏହି ଗାଡ଼ିଟିକୁ ଫେବୃଆରୀ ୧୮ରେ ଅଇରୋଲି-ମୁଲୁନ୍ଦ ବ୍ରିଜ୍‌ ନିକଟରୁ ଚୋରି କରି ନିଆଯାଇଥିଲା। ପୁଲିସ ଗାଡ଼ିର ମାଲିକଙ୍କୁ ମଧ୍ୟ ଠାବ କରିଥିଲା। ତେବେ ମାଲିକଙ୍କ ପାଖରେ ପୁଲିସ୍‌ ପହଞ୍ଚିବା ପୂର୍ବରୁ ତାଙ୍କ ମୃତଦେହ ମୁମ୍ବାଇର ଗୋଟିଏ ନାଳ ପାଖରୁ ମିଳିଥିଲା। ତାଙ୍କ ମୁହଁରେ ୫ଟି ରୁମାଲ ମଧ୍ୟ ବନ୍ଧା ଯାଇଥିଲା।

Advertisment

ଏହା ହତ୍ୟା ନା ଆତ୍ମହତ୍ୟା, ତା’କୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଏସବୁ ଭିତରେ ଏନଆଇଏ ତଦନ୍ତଭାର ହାତକୁ ନେଇଛି। ଗାଡ଼ିଟିକୁ କିଏ ଓ କାହିଁକି ଏଠାରେ ରଖିଲା? ଏହା ପଛରେ କିଛି ଷଡ଼ଯନ୍ତ୍ର ରହିଛି କି ନାହିଁ, ସେସବୁର ତଦନ୍ତ ଏନଆଇଏ କରିବ। ଏନଆଇଏ ସାଧାରଣତଃ ଆତଙ୍କବାଦୀ ହମଲା ଓ ଆତଙ୍କୀ ଷଡ଼ଯନ୍ତ୍ରର ତଦନ୍ତ କରିଥାଏ। ଏବେ ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଗାଡ଼ି ମିଳିବା ଘଟଣାର ତଦନ୍ତ ଏନଆଇଏ ହାତକୁ ନେଇଥିବାରୁ ଲୋକଙ୍କ ମନରେ ଆତଙ୍କୀ ଷଡ଼ଯନ୍ତ୍ରର ସନ୍ଦେହ ସୃଷ୍ଟି ହୋଇଛି।