Advertisment

ରାଜଧାନୀରେ ନାଇଟ୍‌ କର୍ଫ୍ୟୁ

ନୂଆଦିଲ୍ଲୀ: ଭୟଙ୍କର ହେଉଛି କରୋନାର ଦ୍ୱିତୀୟ ଲହର। ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ିଚାଲିଛି। ରାଜଧାନୀ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରାଜଧାନୀରେ କଟକଣା ଲାଗୁ ହୋଇଛି। ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରିଛନ୍ତି କେଜ୍ରିୱାଲ ସରକାର। ଆସନ୍ତା ଏପ୍ରିଲ ୩୦ ଯାଏଁ ରାତି ୧୦ରୁ ସକାଳ ୫ଟାର ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ […]

author-image
Madhupriya Mistry
ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୁଡ୍‌ରେ ପୁଲିସ

Night Curfew

ନୂଆଦିଲ୍ଲୀ: ଭୟଙ୍କର ହେଉଛି କରୋନାର ଦ୍ୱିତୀୟ ଲହର। ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହରରେ ଦୈନିକ ସଂକ୍ରମଣ ସଂଖ୍ୟା ଅତି ଦ୍ରୁତ ଗତିରେ ବଢ଼ିଚାଲିଛି। ରାଜଧାନୀ ଦୈନିକ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରାଜଧାନୀରେ କଟକଣା ଲାଗୁ ହୋଇଛି। ଦିଲ୍ଲୀରେ ନାଇଟ୍‌ କର୍ଫ୍ୟୁ ଘୋଷଣା କରିଛନ୍ତି କେଜ୍ରିୱାଲ ସରକାର।

Advertisment

ଆସନ୍ତା ଏପ୍ରିଲ ୩୦ ଯାଏଁ ରାତି ୧୦ରୁ ସକାଳ ୫ଟାର ଯାଏଁ ନାଇଟ୍‌ କର୍ଫ୍ୟୁ ଲାଗୁ ହୋଇଛି। ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ଛାଡି ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ। ସେହିପରି ଏହି ସମୟରେ ଅତ୍ୟନ୍ତ ଜରୁରୀ ନଥିଲେ ଲୋକଙ୍କୁ ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି।

ଏବେ ଦିଲ୍ଲୀରେ କରୋନାର ଚତୁର୍ଥ ଲହର ଜାରି ରହିଛି। ଏହାକୁ ଦୃଷ୍ଟିରେ ରଖି ନାଇଟ୍‌ କର୍ଫ୍ୟୁ ଲାଗୁ କରାଯାଇଥିବା ନେଇ ଦିଲ୍ଲୀ ସରକାର କହିଛନ୍ତି।

Advertisment

ଏହାପୂର୍ବରୁ ଶୁକ୍ରବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଥିଲେ,  ଦିଲ୍ଲୀରେ ଦିନକୁ ଦିନ ସଂକ୍ରମଣ ବଢ଼ିବାରେ ଲାଗିଛି। କିନ୍ତୁ ଏବେ ଲକଡାଉନ୍‌ ଲାଗୁ କରିବା ପାଇଁ କୌଣସି ଯୋଜନା କରାଯାଇ ନାହିଁ। ସ୍ଥିତି ଉପରେ ନଜର ରଖାଯାଇଛି। ବିଚାର ବିମର୍ଶ ପରେ ଉଚିତ୍‌ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ହେବ ଦିଲ୍ଲୀରେ ବେକାବୁ ହେଉଛି କରୋନା । ସଂକ୍ରମଣ ମାମଲା ଲଗାତର ବଢ଼ି ଚାଲିଛି। ଗତ ୪ ମାସ ପରେ ସଂକ୍ରମଣ ମାମଲା ୫.୫୪ ପ୍ରତିଶତରେ ପହଞ୍ଚି ସାରିଛି, ଯାହାର ଚଳିତ ବର୍ଷର ସର୍ବାଧିକ। ଏହା ପୂର୍ବରୁ ଗତବର୍ଷ ଡିସେମ୍ବର ୧ ତାରିଖରେ ସଂକ୍ରମଣ ୬.୮୫ ପ୍ରତିଶତ ଥିଲା।

ସଂକ୍ରମଣ ବଢ଼ିବା ଯୋଗୁ ଦିଲ୍ଲୀରେ ସକ୍ରିୟ ମାମଲା ସଂଖ୍ୟା ୧୪,୫୦୦ରୁ ଅଧିକ ରହିଛି। ସେପଟେ ଏଥିଯୋଗୁଁ ହସ୍ପିଟଲରେ ମଧ୍ୟ ବେଡ୍‌ ସଂଖ୍ୟା କମିବାକୁ ଲାଗିଲାଣି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

https://twitter.com/ANI/status/1379315500316942336?s=20

Night Curfew