Advertisment

ରାସ୍ତାରେ ଗୁଟଖା ଖାଉଥିବାରୁ ନିର୍ମମ ଭାବେ ହାଣି ହତ୍ୟା କଲେ

ଅମୃତସର: କ୍ୟାମେରାରେ କଏଦ ହୋଇଛି ଭୟଙ୍କର ହତ୍ୟା ଘଟଣାର ଦୃଶ୍ୟ। ଗୋଟିଏ ଫ୍ୟାକ୍ଟ୍ରୀରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ୩ ଜଣ ଲୋକ ବିଚ୍‌ ରାସ୍ତରେ ନିର୍ମମ ଭାବେ ହାଣି ହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ଜଣ ନିହାଙ୍ଗ ଶିଖ୍‌ ରହିଛନ୍ତି। କର୍ମଚାରୀ ଜଣଙ୍କ ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିର ଅଞ୍ଚଳ ରାସ୍ତାରେ ଗୁଟଖା ଚୋବାଉଥିବାରୁ ତାଙ୍କୁ ଏପରି ହତ୍ୟା କରାଯାଇଛି। ଗତକାଲି ରାତିରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାରେ ପୁଲିସ୍‌ ଆଜି ରମନଦୀପ ସିଂହ […]

author-image
Hemant Lenka
ଅଦ୍ୟତନ ହୋଇଛି
ରାସ୍ତାରେ ଗୁଟଖା ଖାଉଥିବାରୁ ନିର୍ମମ ଭାବେ ହାଣି ହତ୍ୟା କଲେ

shik

ଅମୃତସର: କ୍ୟାମେରାରେ କଏଦ ହୋଇଛି ଭୟଙ୍କର ହତ୍ୟା ଘଟଣାର ଦୃଶ୍ୟ। ଗୋଟିଏ ଫ୍ୟାକ୍ଟ୍ରୀରେ କାମ କରୁଥିବା ଜଣେ କର୍ମଚାରୀଙ୍କୁ ୩ ଜଣ ଲୋକ ବିଚ୍‌ ରାସ୍ତରେ ନିର୍ମମ ଭାବେ ହାଣି ହତ୍ୟା କରିଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ଜଣ ନିହାଙ୍ଗ ଶିଖ୍‌ ରହିଛନ୍ତି। କର୍ମଚାରୀ ଜଣଙ୍କ ଅମୃତସରରେ ଥିବା ସ୍ୱର୍ଣ୍ଣ ମନ୍ଦିର ଅଞ୍ଚଳ ରାସ୍ତାରେ ଗୁଟଖା ଚୋବାଉଥିବାରୁ ତାଙ୍କୁ ଏପରି ହତ୍ୟା କରାଯାଇଛି।

Advertisment

ଗତକାଲି ରାତିରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାରେ ପୁଲିସ୍‌ ଆଜି ରମନଦୀପ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଏବେ ହତ୍ୟା ଘଟଣାରେ ସାମିଲ ଥିବା ୨ ନିହାଙ୍ଗ ଶିଖଙ୍କୁ ଧରିବାକୁ ଧରପଗଡ଼ ଆରମ୍ଭ ହୋଇଛି।

ସ୍ଥାନୀୟ ହୋଟେଲରେ ଲାଗିଥିବା ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି। ଫ୍ୟାକ୍ଟ୍ରୀ କର୍ମଚାରୀଙ୍କ ମୃତଦେହ ରାତି ତମାମ ସେଠାରେ ଥିବା ଡ୍ରେନ ପାଖରେ ପଡ଼ି ରହିଥିଲା। ଆଜି ସକାଳେ ପୁଲିସ୍‌ ଖବର ପାଇ ମୃତଦେହକୁ ଡ୍ରେନ ନିକଟରୁ ଉଦ୍ଧାର କରିଥିଲା।

Advertisment

ବୁଧବାର ମଧ୍ୟରାତ୍ର ପରେ ଘଟଣା ଘଟିଛି। ଛତିୱିଣ୍ତ ଅଞ୍ଚଳରେ ରହୁଥିବା ୨୦ ବର୍ଷୀୟ ହରମନଜୀତ ସିଂହଙ୍କ ରାସ୍ତାରେ ଗୁଟଖା ଚୋବାଉଥିବାରୁ ଏହାକୁ ସେଠାରେ ଥିବା କିଛି ନିହାଙ୍ଗ ଶିଖମାନେ ବିରୋଧ କରିଥିଲେ। ଏହାକୁ ନେଇ ହରମନଜୀତଙ୍କ ସହ ତାଙ୍କର ପ୍ରବଳ ପାଟିତୁଣ୍ଡ ଓ କଥା ମାରପିଟ ଯାଏ ଯାଇଥିଲା। ଶେଷରେ ୨ ଜଣ ନିହାଙ୍ଗ ଶିଖ ଓ ଆଉ ଜଣେ ବ୍ୟକ୍ତି ଫ୍ୟାକ୍ଟ୍ରୀ କର୍ମଚାରୀ ହରମନଜୀତଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣି ପକାଇଥିଲେ। ବାରମ୍ବାର ଆକ୍ରମଣ ଯୋଗୁ ରାସ୍ତା କଡ଼ ଡ୍ରେନ ନିକଟରେ ସେ ଟଳି ପଡ଼ିଥିଲେ।

ପୁଲିସ୍‌ କମିଶନର ଅରୁନ ପାଲ ସିଂହ କହିଛନ୍ତି, “ସ୍ୱର୍ଣ୍ଣ ମନ୍ଦିରଠାରୁ ପ୍ରାୟ ୧ କିମି ଦୂର ରାସ୍ତାରେ ଏହି ଘଟଣା ଘଟିଛି। ହରମନଜୀତଙ୍କ ଗୁଟଖା ଖାଇବା ସହ ମଦ ପିଇ ଉକ୍ତ ଅଞ୍ଚଳରେ ବୁଲୁଥିଲେ। ଏହାକୁ ଆକ୍ରମଣକାରୀମାନେ ବିରୋଧ କରିଥିଲେ। ଏହାକୁ ନେଇ ମାରପିଟ ହୋଇଥିଲା। ଘଟଣା ବେଳେ ୬ରୁ ୭ ଜଣ ଲୋକ ସେଠାରେ ଉପସ୍ଥିତ ଥିଲେ ମଧ୍ୟ କେହି ବି ପୁଲିସ୍‌କୁ ଖବର ନ ଦେବା ଅତ୍ୟନ୍ତ ଲଜ୍ଜାଜନକ ବିଷୟ।”


ସ୍ୱର୍ଣ୍ଣ ମନ୍ଦିର ଅଞ୍ଚଳରେ ସବୁବେଳେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ହୁଏ। ହେଲେ ରାତି ତମାମ ମୃତଦେହ ପଡ଼ି ରହିଥିଲେ ହେଁ କେମିତି ପାଟ୍ରୋଲିଂ ଟିମ୍‌ ଏହାକୁ ଦେଖି ପାରିଲା ନାହିଁ ବୋଲି ଉତ୍ତରେ ପୁଲିସ ମୁଖିଆ କହିଛନ୍ତି, ଆମେ ପ୍ରାୟ ୪,୩୦୦ କର୍ମଚାରୀ ଡ୍ୟୁଟିରେ ରହିଛୁ। ସହରର ଜନସଂଖ୍ୟା ୧୨ ଲକ୍ଷ। ଆମେ ସବୁବେଳେ ସବୁ ଅଞ୍ଚଳରେ ପହଞ୍ଚିବାକୁ ଚେଷ୍ଟା କରୁଛୁ।

କିନ୍ତୁ ଲୋକମାନଙ୍କର ମଧ୍ୟ କର୍ତ୍ତ୍ୟବ ରହିଛି। ସମସ୍ତଙ୍କ ପାଖରେ ମୋବାଇଲ ଫୋନ ରହିଛି। ସେମାନଙ୍କୁ କେବଳ ୧୧୨କୁ ଫୋନ କରିବାକୁ ପଡ଼ିବ ଓ ପାଖ ପୁଲିସ୍‌ ଷ୍ଟେସନକୁ ଖବର ଦେବାକୁ ହେବ। ଏହାଦ୍ୱାରା ପୁଲିସ୍‌ ଅଧିକ ଭଲ ଭାବେ ସୁରକ୍ଷା ଯୋଗାଇ ଦେବାକୁ ସକ୍ଷମ ହେବ ବୋଲି ସେ କହିଛନ୍ତି।