Advertisment

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧମକ

ନାଗପୁର: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧମକ। ଶନିବାର ମନ୍ତ୍ରୀ ୨ଟି ଧମକ ପାଇଥିବା ନାଗପୁର ପୁଲିସ କହିଛି। ନୀତିନ ଗଡ଼କରୀଙ୍କ ଅଫିସକୁ ଏହି ଧମକ ଆସିଛି।  ପ୍ରଥମେ ୧୧ଟା ୩୦ ଏବଂ ଅନ୍ୟ ୧୧ଟା ୪୦ରେ ଦୁଇଟି ଧମକପୂର୍ଣ୍ଣ କଲ ଆସିଛି। ତେବେ ଏହି କଲରେ କଣ ସବୁ ଧମକ ଦିଆଯାଇଛି ତାହା ଜଣାପଡ଼ି ନାହିଁ। ମିଳିଥିବା ସୂଚନା ଅନୁଯାୟୀ, ଗଡକରୀଙ୍କ ଜନସମ୍ପର୍କ କାର୍ଯ୍ୟାଳୟ ଦୁଇଟି ଧମକପୂର୍ଣ୍ଣ କଲ ଆସିଥିଲା ଏଥିରେ […]

author-image
Tapas Behera
ଅଦ୍ୟତନ ହୋଇଛି
ନୀତିନ ଗଡକରୀଙ୍କୁ ଦ୍ୱିତୀୟ ଥର କରୋନା

nitin-gadkari (1)

ନାଗପୁର: କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଧମକ। ଶନିବାର ମନ୍ତ୍ରୀ ୨ଟି ଧମକ ପାଇଥିବା ନାଗପୁର ପୁଲିସ କହିଛି। ନୀତିନ ଗଡ଼କରୀଙ୍କ ଅଫିସକୁ ଏହି ଧମକ ଆସିଛି।  ପ୍ରଥମେ ୧୧ଟା ୩୦ ଏବଂ ଅନ୍ୟ ୧୧ଟା ୪୦ରେ ଦୁଇଟି ଧମକପୂର୍ଣ୍ଣ କଲ ଆସିଛି। ତେବେ ଏହି କଲରେ କଣ ସବୁ ଧମକ ଦିଆଯାଇଛି ତାହା ଜଣାପଡ଼ି ନାହିଁ।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଗଡକରୀଙ୍କ ଜନସମ୍ପର୍କ କାର୍ଯ୍ୟାଳୟ ଦୁଇଟି ଧମକପୂର୍ଣ୍ଣ କଲ ଆସିଥିଲା ଏଥିରେ କୁହାଯାଇଥିଲା ଯଦି ସେ ଆମକୁ ମୁକ୍ତି ପ୍ରଦାନ ନକରନ୍ତି ତେବେ କେନ୍ଦ୍ର ମନ୍ତ୍ରୀ ଗଡକରୀଙ୍କୁ ହତ୍ୟା କରାଯିବ। ଏହା ସହିତ ଅଣ୍ଡରୱାଲଡ ଡନ ଦାଉଦ ଇବ୍ରାହିମଙ୍କ ନାମ ମଧ୍ୟ ନିଆଯାଇଥିଲା ।

ଧମକ କଲ ପାଇବା ପରେ ଗଡକରୀଙ୍କ ଜନସମ୍ପର୍କ କାର୍ଯ୍ୟାଳୟ ପୁଲିସକୁ ସୂଚନା ଦେଇଥିଲା। ଏହି ସମୟରେ ବରିଷ୍ଠ ପୁଲିସ କର୍ମଚାରୀ ଗଡକରୀଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଧମକ ପାଇବା ପରେ ଗଡକରୀଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ସୁରକ୍ଷା କଡାକଡି କରାଯାଇଛି।

Advertisment

ଏହି ମାମଲାରେ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକର ହୁବଲିରୁ ନୀତିନ ଗଡକରୀଙ୍କୁ ଧମକପୂର୍ଣ୍ଣ କଲ କରାଯାଇଥିଲା। କଲର ନମ୍ବର ଏବଂ ଚିତ୍ର ପୋଲିସ ସହ ଶେୟାର କରାଯାଇଛି।