Advertisment

ତୈଳ ଦର ବୃଦ୍ଧି ପାଇଁ ଦାୟୀ କିଏ? ମୁହଁ ଖୋଲିଲେ ମନ୍ତ୍ରୀ

ନୂଆଦିଲ୍ଲୀ: ଲଗାତର ବଢ଼ି ଚାଲିଛି ତୈଳ ଦର। ଗତ ୫ ଦିନ ଭିତରେ ପେଟ୍ରୋଲ ଡିଜେଲ ଦର ୩ ଟଙ୍କା ୨୦ ପଇସା ବୃଦ୍ଧି ପାଇଲାଣି। ଏଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ କାହିଁକି ବଢ଼ୁଛି ତୈଳ ଦର? ଏଥିପାଇଁ ଦାୟୀ କିଏ? ସେ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ। ସେ ତୈଳ ଦର ବୃଦ୍ଧିକୁ ସଠକ୍‌ ବୋଲି ଦର୍ଶାଇଛନ୍ତି। ତୈଳ ଦର ବୃଦ୍ଧି ପାଇଁ ସେ […]

ତୈଳ ଦର ବୃଦ୍ଧି ପାଇଁ ଦାୟୀ କିଏ? ମୁହଁ ଖୋଲିଲେ ମନ୍ତ୍ରୀ

Gadkari on Fuel

Advertisment

ନୂଆଦିଲ୍ଲୀ: ଲଗାତର ବଢ଼ି ଚାଲିଛି ତୈଳ ଦର। ଗତ ୫ ଦିନ ଭିତରେ ପେଟ୍ରୋଲ ଡିଜେଲ ଦର ୩ ଟଙ୍କା ୨୦ ପଇସା ବୃଦ୍ଧି ପାଇଲାଣି। ଏଥିପାଇଁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେବେ କାହିଁକି ବଢ଼ୁଛି ତୈଳ ଦର? ଏଥିପାଇଁ ଦାୟୀ କିଏ? ସେ ନେଇ ମୁହଁ ଖୋଲିଛନ୍ତି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ।

Advertisment

ସେ ତୈଳ ଦର ବୃଦ୍ଧିକୁ ସଠକ୍‌ ବୋଲି ଦର୍ଶାଇଛନ୍ତି। ତୈଳ ଦର ବୃଦ୍ଧି ପାଇଁ ସେ ରୁଷ-ୟୁକ୍ରେନ୍‌ ଯୁଦ୍ଧକୁ ସେ ଦାୟୀ କରିଛନ୍ତି। ସେ କହିଛନ୍ତି, ଯୁଦ୍ଧ ପାଇଁ ଯୁଦ୍ଧ ପାଇଁ ବଜାରରେ ତେଲ ଦର ବଢିଛି। ଯାହା ଭାରତ ସରକାରଙ୍କ ନିୟନ୍ତ୍ରଣ ବାହାରେ। ଭାରତ ରୁଷରୁ ୮୦ ପ୍ରତିଶତ ତେଲ ଆମଦାନୀ କରିଥାଏ। ଯୁଦ୍ଧ ପାଇଁ ତେଲ ବଜାରରେ ନିଆଁ ଲାଗିଛି। ସରକାର ଏହା ଉପରେ କିଛି କରିପାରିବେ ନାହିଁ। ୨୦୦୪ରୁ ଭାରତ ଆତ୍ମନିର୍ଭର ହେବା ଉପରେ ଜୋର୍ ଦିଆଯାଉଛି। ତେଣୁ ସ୍ୱଦେଶୀ ଜ୍ଞାନ କୌଶଳକୁ ବିକଶିତ କରିବାକୁ ହେବ। ନିଜେ ଇନ୍ଧନ ତିଆରି କରିବା ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୨ ତାରିଖରୁ ପେଟ୍ରୋଲ-ଡିଜେଲ ମୂଲ୍ୟ ବୃଦ୍ଧି ପାଇବା ଆରମ୍ଭ ହୋଇଛି। ଏହି କ୍ରମରେ ଶନିବାର ଚତୁର୍ଥ ଦିନ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ହୋଇ ଏହା ଲିଟର ପିଛା ୮୦ ପଇସା ଲେଖାଏଁ ବଢ଼ିଛି। ଫଳରେ ଚାରି ଦିନରେ ଲିଟର ପିଛା ଡିଜେଲ ଓ ପେଟ୍ରୋଲ ଦର ୩ ଟଙ୍କା ୨୦ ପଇସା ପର୍ଯ୍ୟନ୍ତ ମହଙ୍ଗା ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe