Advertisment

ରାବ୍ରି ଦେବୀଙ୍କ ବାସଭବନ ସମ୍ମୁଖରେ ବିବାଦୀୟ ପୋଷ୍ଟର, ମୋଦି ‘ରାବଣ’, ନୀତୀଶ ‘ରାମ’

ପାଟନା: ପାଟନାର ଆରଜେଡି ନେତ୍ରୀ ରାବ୍ରି ଦେବୀଙ୍କ ବାସଭବନ ସମ୍ମୁଖରେ ଲଗାଯାଇଥିବା ପୋଷ୍ଟରକୁ ନେଇ ବିବାଦ ଉପୁଜିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାବଣ ଦର୍ଶାଯାଇଥିବା ବେଳେ ନୀତୀଶ  କୁମାରଙ୍କୁ ରାମ ଦର୍ଶାଯାଇଛି। ଆଗାମୀ ୨୦୨୪ ପାଇଁ ନିର୍ବାଚନ ପାଣିପାଗ ଏବେଠାରୁ ସରଗରମ ହୋଇଥିବା ବେଳେ ଏଭଳି ପୋଷ୍ଟର ମରାଯାଇଥିବା ଚର୍ଚ୍ଚା ହେଉଛି। ଏହି ପୋଷ୍ଟରକୁ ନେଇ ତୁମ୍ଭିତୋଫାନ ସୃଷ୍ଟି ହୋଇଥିବା ବେଳେ ବିରୋଧିଙ୍କ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ସେଇ ପୋଷ୍ଟରରେ ରାମ ରୂପରେ ନୀତୀଶ […]

ଅଦ୍ୟତନ ହୋଇଛି
ରାବ୍ରି ଦେବୀଙ୍କ ବାସଭବନ ସମ୍ମୁଖରେ ବିବାଦୀୟ ପୋଷ୍ଟର, ମୋଦି ‘ରାବଣ’, ନୀତୀଶ ‘ରାମ’

tio

Advertisment

ପାଟନା: ପାଟନାର ଆରଜେଡି ନେତ୍ରୀ ରାବ୍ରି ଦେବୀଙ୍କ ବାସଭବନ ସମ୍ମୁଖରେ ଲଗାଯାଇଥିବା ପୋଷ୍ଟରକୁ ନେଇ ବିବାଦ ଉପୁଜିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାବଣ ଦର୍ଶାଯାଇଥିବା ବେଳେ ନୀତୀଶ  କୁମାରଙ୍କୁ ରାମ ଦର୍ଶାଯାଇଛି। ଆଗାମୀ ୨୦୨୪ ପାଇଁ ନିର୍ବାଚନ ପାଣିପାଗ ଏବେଠାରୁ ସରଗରମ ହୋଇଥିବା ବେଳେ ଏଭଳି ପୋଷ୍ଟର ମରାଯାଇଥିବା ଚର୍ଚ୍ଚା ହେଉଛି। ଏହି ପୋଷ୍ଟରକୁ ନେଇ ତୁମ୍ଭିତୋଫାନ ସୃଷ୍ଟି ହୋଇଥିବା ବେଳେ ବିରୋଧିଙ୍କ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି। ସେଇ ପୋଷ୍ଟରରେ ରାମ ରୂପରେ ନୀତୀଶ କୁମାର ରାବଣଙ୍କୁ ତୀର ମାରୁଥିବା ଦର୍ଶାଯାଇଛି। ୨୦୨୪ରେ ଆରଜେଡି ଓ ଜେଡିୟୁ ଏବଂ କଂଗ୍ରେସ ମିଶି ବିଜେପିକୁ ଏମିତି ପରାସ୍ତ କରିବା ନେଇ ଦର୍ଶାଯାଇଛି।

Advertisment

ଏହି ପୋଷ୍ଟରରେ ମହାଗଠବନ୍ଧନ ଜୀନ୍ଦାବାଦ  ସ୍ଲୋଗାନ ରହିଛି। ଏହି ପୋଷ୍ଟରକୁ ନେଇ ବିଜେପି ବିଜେପି ମୁଖପାତ୍ର ନୱାଲ କିଶୋର ଯାଦବ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ସେ ମାୟାବତୀ, ଅଖିଳେଶ ଯାଦବ, ମମତା ବାନାର୍ଜୀ ଏବଂ ନବୀନ ପଟ୍ଟନାୟକ ହୁଅନ୍ତୁନା କାହିଁକି ନୀତୀଶ କୁମାର ହେଉଛନ୍ତି ସମସ୍ତ ବିରୋଧୀ ଦଳର ନେତାଙ୍କ ମଧ୍ୟରେ ନୂଆ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୩୪ ପର୍ଯ୍ୟନ୍ତ କ୍ଷମତାରେ ରହିବେ। କେହି ତାଙ୍କୁ ପରାସ୍ତ କରିପାରିବେ ନାହିଁ ବୋଲି ସେ କହିଛନ୍ତି।  ଅନ୍ୟ ପଟେ ଏହି ପୋଷ୍ଟର ଗୁଡିକ କିଏ ଲଗାଇଛନ୍ତି ଆମେ ଜାଣିନାହୁଁ ବୋଲି ଆରଜେଡି କହିଛି।

ତଥାପି ୨୦୨୪ ଲୋକସଭା ନିର୍ବାଚନରେ ​​ବିଜେପିକୁ କ୍ଷମତାରୁ ହଟାଇବା ପାଇଁ ବିହାରରୁ ଅଭିଯାନ  ଆରମ୍ଭ ହୋଇଛି । ସମସ୍ତ ବିରୋଧୀ ଦଳ ବିଜେପି ବିରୋଧରେ ଏକଜୁଟ ହୋଇଛନ୍ତି। ଏହି ଦଳ ଗରିବ, ଯୁବକ ଏବଂ କୃଷକଙ୍କ ବିରୋଧୀ । ନୀତୀଶ କୁମାର ବିହାରରେ ମୁଖ୍ୟମନ୍ତ୍ରୀ ଅଛନ୍ତି । ସେ ମିଳିତ ବିରୋଧୀଙ୍କ ପକ୍ଷରୁ  ନେତୃତ୍ୱ ନେଇ ପାରନ୍ତି। । ପ୍ରତ୍ୟେକ ବିହାରୀ ଏହା ହିଁ ଚାହାଁନ୍ତି ବୋଲି ଆରଜେଡି ଜାତୀୟ ମୁଖପାତ୍ର ମୃତ୍ୟୁଞ୍ଜୟ ତିୱାରୀ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe