Advertisment

୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ

ପାଟନା: ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୀତୀଶଙ୍କ ବ୍ୟତୀତ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ବିହାରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମଙ୍ଗଳବାର ନୀତୀଶ ବିଜେପିର ହାତ ଛାଡି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏବେ ସେ ଆର୍‌ଜେଡି ସମେତ ୭ଟି ଦଳ ସହ ମହାଗଠବନ୍ଧନ କରି ପୁଣି ଥରେ ଆଜି ବିହାରର […]

author-image
Madhupriya Mistry
ଅଦ୍ୟତନ ହୋଇଛି
୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ

Nitish Kumar Take Oath

ପାଟନା: ଅଷ୍ଟମ ଥର ପାଇଁ ବିହାରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ନୀତୀଶ କୁମାର। ରାଜ୍ୟପାଳ ଫଗୁ ଚୌହାନ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ନୀତୀଶଙ୍କ ବ୍ୟତୀତ ଆର୍‌ଜେଡି ନେତା ତେଜସ୍ୱୀ ଯାଦବ ବିହାରର ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।

Advertisment

ମଙ୍ଗଳବାର ନୀତୀଶ ବିଜେପିର ହାତ ଛାଡି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏବେ ସେ ଆର୍‌ଜେଡି ସମେତ ୭ଟି ଦଳ ସହ ମହାଗଠବନ୍ଧନ କରି ପୁଣି ଥରେ ଆଜି ବିହାରର ଶାସନ କମାଣ ଧରିଛନ୍ତି।

୨୦୨୦ରେ ବିଜେପି ଓ ନୀତୀଶଙ୍କ ଜେଡିୟୁ ମିଳିତ ଭାବେ ନିର୍ବାଚନ ଲଢ଼ିବା ସହ ବିହାରରେ ସରକାର ଗଠନ କରିଥିଲେ। କିନ୍ତୁ ପ୍ରାୟ ଅଢ଼େଇ ବର୍ଷ ପରେ ଏହି ମେଣ୍ଟ ଭାଙ୍ଗିବା ସହ ସରକାର ଭୁଶୁଡିଛି। ନୂଆ କରି ନୀତୀଶ ଗଠନ କରିଥିବା ମହାଗଠବନ୍ଧନରେ ଜେଡିୟୁ ଓ ଆର୍‌ଜେଡି ବ୍ୟତୀତ କଂଗ୍ରେସ, ବାମ ଦଳ ଓ ଜଣେ ସ୍ୱାଧୀନ ବିଧାୟକ ରହିଛନ୍ତି। ନୀତୀଶଙ୍କ ଦାବି ଅନୁସାରେ ମହାଗଠବନ୍ଧନ ସରକାର ସପକ୍ଷରେ ୧୬୪ ବିଧାୟକଙ୍କ ସମର୍ଥନ ରହିଛି।

Advertisment

https://twitter.com/ANI/status/1557284642729758720?s=20&t=Dx953dkQp1yZdt8IHJjMNg