Advertisment

ଫ୍ଲୋର ଟେଷ୍ଟରେ ବାଜି ମାରିଲେ ନୀତୀଶ କୁମାର, ତା’ପୂର୍ବରୁ ହୋଇଥିଲା ସିବିଆଇ ରେଡ୍‌

ପାଟନା: ଫ୍ଲୋର ଟେଷ୍ଟରେ ବାଜି ମାରିଲେ ନୀତୀଶ କୁମାର। ଆଜି ବିହାର ବିଧାନସଭାରେ  ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଆସ୍ଥା ଭୋଟରେ ବିଜୟ ଲାଭ କରିଛନ୍ତି। ନିକଟରେ ବିଜେପି ହାତ ଛାଡ଼ି ମହାମେଣ୍ଟ ସହ ହାତ ମିଳାଇ ନୀତିଶ କୁମାର ନୂଆ ସରକାର ଗଠନ କରିଥିଲେ। ଭୋଟିଂ ପୂର୍ବରୁ ଆଜି ନୀତିଶ କୁମାର ଆଜି ତାଙ୍କ ଭାଷଣ ଚାଲୁଥିଲା ବେଳେ ବିଜେପି ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ । ବିଜେପିର ଗୃହ ତ୍ୟାଗ ପରେ  […]

author-image
Tapas Behera
ଅଦ୍ୟତନ ହୋଇଛି
ଫ୍ଲୋର ଟେଷ୍ଟରେ ବାଜି ମାରିଲେ ନୀତୀଶ କୁମାର, ତା’ପୂର୍ବରୁ ହୋଇଥିଲା ସିବିଆଇ ରେଡ୍‌  

Nitish-Kumar

ପାଟନା: ଫ୍ଲୋର ଟେଷ୍ଟରେ ବାଜି ମାରିଲେ ନୀତୀଶ କୁମାର। ଆଜି ବିହାର ବିଧାନସଭାରେ  ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଆସ୍ଥା ଭୋଟରେ ବିଜୟ ଲାଭ କରିଛନ୍ତି। ନିକଟରେ ବିଜେପି ହାତ ଛାଡ଼ି ମହାମେଣ୍ଟ ସହ ହାତ ମିଳାଇ ନୀତିଶ କୁମାର ନୂଆ ସରକାର ଗଠନ କରିଥିଲେ। ଭୋଟିଂ ପୂର୍ବରୁ ଆଜି ନୀତିଶ କୁମାର ଆଜି ତାଙ୍କ ଭାଷଣ ଚାଲୁଥିଲା ବେଳେ ବିଜେପି ଏହାକୁ ବିରୋଧ କରି କକ୍ଷ ତ୍ୟାଗ କରିଥିଲେ । ବିଜେପିର ଗୃହ ତ୍ୟାଗ ପରେ  ହୋଇଥିବା ଆସ୍ଥା ଭୋଟରେ ନୀତୀଶ କୁମାର ଆବଶ୍ୟକ ସଂଖ୍ୟା ୧୬୦ଟି ଭୋଟ୍‌ ପୂରଣ କରିପାରିଥିଲେ । ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ସରକାରକୁ ୧୬୪  ଜଣ ବିଧାୟକ ସମର୍ଥନ କରିଥିବା ବେଳେ ସଂଖ୍ୟାଗରିଷ୍ଠତା ପ୍ରାମାଣ କରିଥିଲେ ନୀତିଶ। ଆଜି କନଫିଡେନ୍ସ ମୋସନରେ ହୋଇଥିବା ବିତର୍କରେ ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ ଭାଗ ନେଇ ନୂଆ ପାର୍ଟନରସିପ ଏକ ଐତିହାସିକ ସାବ୍ୟସ୍ତ ହେବ ବୋଲି କହିଥିଲେ। ଏହି ଇନିଂସ କେବେ ଶେଷ ହେବନି। ଏହା ଐତିହାସିକ ହେବ।  ଆମ ଯୋଡ଼ି ଲମ୍ବା ସମୟ ଧରି କାଏମ ରହିବ।

Advertisment

କେହି ସମ୍ପର୍କ ତୁଟାଇ ପଳାଇ ଯିବେ ନାହିଁ ବୋଲି ତେଜସ୍ୱୀ କହିଥିଲେ। ତେବେ ବିଜେପି ନେତା ତାରା କିଶୋର ପ୍ରସାଦ ନୀତୀଶ କୁମାରଙ୍କୁ କଡ଼ା ସମାଲୋଚନା କରିଥିଲେ। କହିଥିଲେ ନୀତୀଶ କୁମାର ରାଜନୀତିରେ ବିଶ୍ୱସନୀୟତା ହରାଇ ସାରିଛନ୍ତି। ନିଜ ଦକ୍ଷତା ବଳରେ ମୁଖ୍ୟମନ୍ତ୍ରୀ ହେବାର ଦମ ନଥିବା ନୀତୀଶ କୁମାର ପ୍ରଧାନମନ୍ତ୍ରୀ ପାଇଁ ସ୍ୱପ୍ନ ଦେଖୁଛନ୍ତି।  ଆଜିର ବିଧାନଭସା ସେଶନରେ ବାଚିସ୍ପତି ତଥା ବିଜେପିର ବିଜୟ କୁମାର ସିହ୍ନାଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିଲା। କିନ୍ତୁ ସେ ତୁରନ୍ତ ବିଧାନସଭା ଆସନ ପରିତ୍ୟାଗ କରିଥିଲେ।  ସେ କହିଥିଲେ ଆସନ୍ତାକାଲି ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହେବ। ତେଣୁ ବିଧାନସଭା ବାଚସ୍ପତି  ଆସନରୁ ଓହରି ଯାଇଥିଲା ବେଳେ ତାଙ୍କ ସ୍ଥାନରେ ଜେଡିୟୁ ପକ୍ଷରୁ଼ ଡେପୁଟି  ସ୍ପିକର ପରିଚାଳନା କରିଥିଲେ।

ଟ୍ରଷ୍ଟ ଭୋଟର କିଛି ସମୟ ପୂର୍ବରୁ ରେଲୱେ ଚାକିରିରେ ହୋଇଥିବା ଦୁର୍ନୀତିରେ ଆରଜେଡିର ଏକାଧିକ ନେତାଙ୍କ ଘରେ ସିବିଆଇ ରେଡ୍‌ କରିଥିଲା। ୟୁପିଏ ୱାନ ସରକାର ସମୟରେ ଏହି ଘୋଟାଲା ହୋଇଥିଲା। ସେହି ସମୟରେ ବିହାରରେ ଲାଲୁ ପ୍ରସାଦ ଯାଦବ ମୁଖ୍ୟମନ୍ତ୍ରୀ ଥିଲେ। ସିବିଆଇ ରେଡ୍‌ ସମ୍ପର୍କରେ ପଚରାଯିବାରୁ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଛନ୍ତି ଯେ ସେମାନେ ବିଧାନସଭାରେ ଜବାବ ଦେବେ।

Advertisment