Advertisment

ବୁଲଡୋଜର ଫର୍ମୁଲାକୁ ନେଇ ବିରକ୍ତ ହେଲେ ହାଇକୋର୍ଟ, କହିଲେ କାଲି ସକାଳେ କୋର୍ଟ ରୁମ ବି ଭାଙ୍ଗିଦେବ

ଗୌହାଟି: ଅପରାଧୀଙ୍କୁ ସାବାଡ଼ କରିବା ଏବଂ ତଦନ୍ତ  ନାମରେ  ବୁଲଡୋଜର ଭୟ ଦେଖାଉଥିବା ସରକାରଙ୍କୁ ଶକ୍ତ ଝଟ୍‌କା। କୌଣସି ଫୌଜଦାରୀ ଆଇନ୍‌ରେ ବୁଲଡୋଜର ନୀତିର ପ୍ରାବଧାନ ନାହିଁ । କୌଣସି ଘରକୁ ଭାଙ୍ଗିବା ପାଇଁ ବୁଲଡୋଜର ବ୍ୟବହାର କରିବାର ନିୟମ ଫୌଜଦାରୀ ଆଇନରେ ଅନ୍ତର୍ଭୁକ୍ତ ନାହିଁ ବୋଲି ଗୌହାଟି ହାଇକୋର୍ଟ କହିଛନ୍ତି। ଏମିତିକି କୌଣସି ତଦନ୍ତକାରୀ ସଂସ୍ଥା ଯେକୌଣସି ମାମଲା ତଦନ୍ତ କରୁଥିଲେ ମଧ୍ୟ ବୁଲଡୋଜରକୁ ଆଇନଗତ ଅସ୍ତ୍ର ଭାବେ ବ୍ୟବହାର କରିପାରିବ ନାହିଁ। ଆସାମର ନାଗାଓଁ […]

ବୁଲଡୋଜର ଫର୍ମୁଲାକୁ ନେଇ ବିରକ୍ତ ହେଲେ ହାଇକୋର୍ଟ, କହିଲେ କାଲି ସକାଳେ କୋର୍ଟ ରୁମ ବି ଭାଙ୍ଗିଦେବ

buldozer

Advertisment

ଗୌହାଟି: ଅପରାଧୀଙ୍କୁ ସାବାଡ଼ କରିବା ଏବଂ ତଦନ୍ତ  ନାମରେ  ବୁଲଡୋଜର ଭୟ ଦେଖାଉଥିବା ସରକାରଙ୍କୁ ଶକ୍ତ ଝଟ୍‌କା। କୌଣସି ଫୌଜଦାରୀ ଆଇନ୍‌ରେ ବୁଲଡୋଜର ନୀତିର ପ୍ରାବଧାନ ନାହିଁ । କୌଣସି ଘରକୁ ଭାଙ୍ଗିବା ପାଇଁ ବୁଲଡୋଜର ବ୍ୟବହାର କରିବାର ନିୟମ ଫୌଜଦାରୀ ଆଇନରେ ଅନ୍ତର୍ଭୁକ୍ତ ନାହିଁ ବୋଲି ଗୌହାଟି ହାଇକୋର୍ଟ କହିଛନ୍ତି। ଏମିତିକି କୌଣସି ତଦନ୍ତକାରୀ ସଂସ୍ଥା ଯେକୌଣସି ମାମଲା ତଦନ୍ତ କରୁଥିଲେ ମଧ୍ୟ ବୁଲଡୋଜରକୁ ଆଇନଗତ ଅସ୍ତ୍ର ଭାବେ ବ୍ୟବହାର କରିପାରିବ ନାହିଁ। ଆସାମର ନାଗାଓଁ ଜିଲ୍ଲାରେ ଏକ ଘରପୋଡ଼ି ମାମଲାରେ କିଛି  ଅଭିଯୁକ୍ତଙ୍କ ଘର ଭାଙ୍ଗିବା ଘଟଣାରେ ଗୌହାଟି ହାଇକୋର୍ଟ ଏହାକୁ ଗୁରୁତର ସହ ନେଇଛନ୍ତି। ଶୁଣାଣି ବେଳେ ମୁଖ୍ୟ ବିଚାରପତି ଆରଏମ ଛାୟା ବୁଲଡୋଜର ନୀତିକୁ ନାପସନ୍ଦ କରିଥିଲେ। ଗତ ମେ ୨୧ ତାରିଖରେ  ସ୍ଥାନୀୟ ସଫିକୁଲ ଇସଲାମ ନାମକ ଜଣେ ମତ୍ସ୍ୟଜୀବୀଙ୍କ ହାଜତମୃତ୍ୟୁ ଘଟିଥିଲା। ଫଳରେ ଉତ୍ତ୍ୟକ୍ତ ଲୋକେ ପୁଲିସ ଷ୍ଟେସନରେ ନିଆଁ ଲଗାଇ ଦେଇଥିଲେ।

Advertisment

ଏହା ପରେ ଜିଲ୍ଲାପ୍ରଶାସନ ଅଭିଯୁକ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ଘର ଭାଙ୍ଗିଥିଲା। ଘର ଭିତରେ ଥିବା ମାରଣାସ୍ତ୍ର ଖୋଜିବା ବାହାନାରେ ପ୍ରଶାସନ ବୁଲଡୋଜର ଲଗାଇ ପ୍ରାୟ ୬ଟି ଘର ଭାଙ୍ଗି ଦେଇଥିଲା। ଏହି ଘଟଣାରେ ଗୌହାଟି ହାଇକୋର୍ଟ ସୁମୋଟୁ ଭାବେ ନେବା ସହ ପ୍ରଶାସନର ସ୍ୱେଚ୍ଛାଚାରିତା ମାନସିକତାକୁ ଭର୍ତ୍ସନା କରିଥିଲେ। ହାଇକୋର୍ଟ କହିଥିଲେ ଯେ, ଗୁରୁତରରୁ ଅତି ଗୁରୁତର କେସ୍‌ ହୋଇଥିଲେ ମଧ୍ୟ ତଦନ୍ତାକାରୀ ସଂସ୍ଥା ବୁଲଡୋଜର ବ୍ୟବହାର କରିବାର ଫୌଜଦାରୀ ଆଇନରେ ପ୍ରାବଧାନ ନାହିଁ।

ଏମିତିକି ଜଣକ ଘର ସର୍ଚ୍ଚ କରିବାକୁ ହେଲେ ଅନୁମତି ଆବଶ୍ୟକ।  ଆସନ୍ତକାଲି ଯଦି ଆବଶ୍ୟକ ପଡ଼େ, ତେବେ ତୁମେ ମୋ କୋର୍ଟ ରୁମ ବି ଭାଙ୍ଗି ଦେବ କହି ବିଶୋଦଗାର କରିଥିଲେ ହାଇକୋର୍ଟ। ତଦନ୍ତ ନାମରେ  ଏମିତି ଘରଙ୍ଗାଗଲେ କେହି ନିରାପପ ମଣିବେ ନାହିଁ। ଆମେ ଗୋଟିଏ ଗଣତନ୍ତ୍ର ଦେଶରେ ରହୁଛେ।  ଭଙ୍ଗା ଘର ଭିତରୁ ୦.୯ଏମଏମର ପିସ୍ତଲ ଜବତ ଘଟଣାରେ ଏହାକୁ ସୁଚିନ୍ତିତ ଯୋଜନା ବୋଲି କୋର୍ଟ କହିଛନ୍ତି।

Advertisment

 ହାଇକୋର୍ଟ ବିଚାପତି କହିଥିଲେ କେବଳ ସିନେମାରେ ବୁଲଡୋଜର ସିନ ଭଲ ଲାଗେ।  ଏପରିକି ସେହି କାର୍ଯ୍ୟ ପାଇଁ ସର୍ଚ୍ଚ ୱାରେଣ୍ଟ ଆବଶ୍ୟକ ବୋଲି କୋର୍ଟ କହିଛନ୍ତି।   

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe