Advertisment

ଟ୍ରାଫିକ୍‌ ନିୟମ ଭାଙ୍ଗିଲେ ଫାଇନ ଦେବାକୁ ପଡ଼ିବନି, ମନ୍ତ୍ରୀଙ୍କ ଦୀପାବଳି ଅଫର

ଅହମ୍ମଦାବାଦ: ବିବାଦରେ ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି। ଦୀପାବଳି ଅବସରରେ ଅକ୍ଟୋବର ୨୧ରୁ ୨୭ ମଧ୍ୟରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବହ ନାହିଁ ବୋଲି ସାଙ୍ଗଭୀ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ପୁଲିସ ଯାତ୍ରୀମାନଙ୍କୁ ଜରିମାନା ଆଦାୟ କିମ୍ବା ହଇରାଣ କରିବ ନାହିଁ ବୋଲି ମନ୍ତ୍ରୀ ଘୋଷଣା କରିବା ପରେ ବିବାଦ ତେଜିଛି।  ମନ୍ତ୍ରୀଙ୍କ ଏହି ଘୋଷଣାକୁ ବିରୋଧୀ ତୀବ୍ର ସମାଲୋଚନା କରିଛନ୍ତି। ସୁରଟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ  ସାଙ୍ଗଭୀ […]

author-image
Tapas Behera
ଅମାନିଆ ଗାଡ଼ି ଚାଳକଙ୍କ ପାଇଁ ନୂଆ କଟକଣା, ଏଥର ନିୟମ ଭାଙ୍ଗିଲେ ବାତିଲ୍ ହେବ DL

traffic

ଅହମ୍ମଦାବାଦ: ବିବାଦରେ ଗୁଜରାଟର ଗୃହମନ୍ତ୍ରୀ ହର୍ଷ ସାଙ୍ଗଭି। ଦୀପାବଳି ଅବସରରେ ଅକ୍ଟୋବର ୨୧ରୁ ୨୭ ମଧ୍ୟରେ ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଜରିମାନା ଦେବାକୁ ପଡ଼ିବହ ନାହିଁ ବୋଲି ସାଙ୍ଗଭୀ ଘୋଷଣା କରିଛନ୍ତି। ଏହି ସମୟ ମଧ୍ୟରେ ପୁଲିସ ଯାତ୍ରୀମାନଙ୍କୁ ଜରିମାନା ଆଦାୟ କିମ୍ବା ହଇରାଣ କରିବ ନାହିଁ ବୋଲି ମନ୍ତ୍ରୀ ଘୋଷଣା କରିବା ପରେ ବିବାଦ ତେଜିଛି।  ମନ୍ତ୍ରୀଙ୍କ ଏହି ଘୋଷଣାକୁ ବିରୋଧୀ ତୀବ୍ର ସମାଲୋଚନା କରିଛନ୍ତି। ସୁରଟର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ  ସାଙ୍ଗଭୀ କହିଛନ୍ତି ଯେ, ଆଜିଠାରୁ ଅର୍ଥାତ ଅକ୍ଟୋବର ୨୧ରୁ ୨୭ ମଧ୍ୟରେ  ଗୁଜରାଟ ଟ୍ରାଫିକ ପୁଲିସ ଯାତ୍ରୀ  ଉପରେ କୌଣସି ଫାଇନ ଲାଗୁ କରିପାରିବ ନାହିଁ।

Advertisment

ଏହାର ଅର୍ଥ ନୁହଁ ଆପଣମାନେ ଟ୍ରାଫିକ ନିୟମକୁ ଅବମାନନା କରିବେ।  କିନ୍ତୁ ଯଦି ଆପଣ କିଛି ଭୁଲ କରି ଦିଅନ୍ତି ଆପଣଙ୍କୁ କୌଣସି ଫାଇନ ଦେବାକୁ ପଡ଼ିବ ନାହିଁ। ଲୋକଙ୍କ ସ୍ୱାର୍ଥ ପାଇଁ ଏହି ନିଷ୍ପତି ନିଆଯାଇଛି।  ହେଲେ ଏହାର ଅର୍ଥ ନୁହଁ ଆଇନକୁ ଅମାନ୍ୟ କରିବା।  ଯଦି କେହି ଜଣେ ନିମୟ ଭାଙ୍ଗେ ଏହି ସମୟରେ ପୁଲିସ ତାଙ୍କ ଉପରେ ଫାଇନ ଲାଗୁ ନକରି  ଫୁଲ ଦେବ ବୋଲି ମନ୍ତ୍ରୀ କହିଛନ୍ତି । ମନ୍ତ୍ରୀଙ୍କର ଏହି ଘୋଷଣାକୁ ନେଇ ସୋଶାଲ ମିଡିଆରେ କଡ଼ା ସମାଲୋଚନା କରାଯାଉଛି। ସାଧାରଣ ନାଗରିକଙ୍କଠାରୁ ଆରମ୍ଭ କରି ରାଜନୈତିକ ନେତାମାନେ ଏହି ନିଷ୍ପତିକୁ ନାପସନ୍ଦ କରିଛନ୍ତି ।
https://twitter.com/sanghaviharsh/status/1583502764285435906?s=20&t=PBhE7ILz8wSBME-GGXoa3g

ଗୁଜରାଟ ବିଧାରୟକ ଜିଗ୍ନେଶ ମେୱାନୀ ଟ୍ୱିଟ୍‌ କରି କହିଛନ୍ତି ଯେ, ନିର୍ବାଚନ ଆପଣଙ୍କୁ ଯେ କୌଣି କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇପାରେ। ସେହିପରି ରାଷ୍ଟ୍ରୀୟ ଲୋକଦଳ ମୁଖ୍ୟ ଜୟନ୍ତ ସିଂହ ଚୌଧୁରୀ କହିଛନ୍ତି ଯେ, ବିଜେପିର ଏହା ଏକ ଅଦ୍ଭୁତ ନିଷ୍ପତି। ଲୋକଙ୍କ ଜୀବନକୁ ଜାଣିଶୁଣି ବିପଦରେ ପକାଯାଉଛି। ଏଥି ପାଇଁ ଗୁଜରାଟରେ ନିର୍ବାଚନ ତାରିଖ ବିଳମ୍ବ କରାଯାଛି କି ବୋଲି ସେ ପ୍ରଶ୍ନ କରିଛନ୍ତି।
https://twitter.com/jigneshmevani80/status/1583510923603767303?s=20&t=TB-bVr17HG8y3rpyrBVQQg

Advertisment