Advertisment

ସଞ୍ଜୟଗାନ୍ଧି ଜାତୀୟ ଉଦ୍ୟାନରେ ଗଣେଶ ମୂର୍ତ୍ତି ବିଷର୍ଜନକୁ ବାରଣ କଲେ ହାଇକୋର୍ଟ

ମୁମ୍ବାଇ: ସଞ୍ଜୟଗାନ୍ଧି ଜାତୀୟ ଉଦ୍ୟାନରେ ଗଣେଶ ମୂର୍ତ୍ତି ବିଷର୍ଜନ ମନା। ଏହି ଉଦ୍ୟାନରେ ମୂର୍ତ୍ତି ବିଷର୍ଜନକୁ ବାରଣ କରିଛନ୍ତି ବମ୍ବେ ହାଇକୋର୍ଟ। ସଞ୍ଜୟ ଗାନ୍ଧି ଜାତୀୟ ଉଦ୍ୟାନରେ ଯେପରି ଗଣପତି ମୂର୍ତ୍ତିଗୁଡ଼ିକର ବିଷର୍ଜନ ନହୁଏ ସେଥିପାଇଁ  ମହାରାଷ୍ଟ୍ର ସରକାରଙ୍କ ଜଙ୍ଗଲ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜଷ୍ଟିସ୍ ପି.ବି ଭାରାଲେ ଏବଂ ଏସଏମ ମୋଡକଙ୍କ ଏକ ବେଞ୍ଚ ଜଙ୍ଗଲ ଅଧିକାରୀଙ୍କୁ ଏଥିପାଇଁ ସ୍ୱାଧୀନତା ପ୍ରଦାନ କରିଛନ୍ତି। ନିୟମ ଉଲ୍ଲଂଘନ କରି  ଯେଉଁମାନେ ମୂର୍ତ୍ତି ବିଷର୍ଜନ କରିବେ […]

ବିଚାରପତିଙ୍କ ପାଖକୁ କଣ୍ଡୋମ ପଠାଇଲେ ମହିଳା, ଜାଣନ୍ତୁ କାରଣ

Bombay

Advertisment

ମୁମ୍ବାଇ: ସଞ୍ଜୟଗାନ୍ଧି ଜାତୀୟ ଉଦ୍ୟାନରେ ଗଣେଶ ମୂର୍ତ୍ତି ବିଷର୍ଜନ ମନା। ଏହି ଉଦ୍ୟାନରେ ମୂର୍ତ୍ତି ବିଷର୍ଜନକୁ ବାରଣ କରିଛନ୍ତି ବମ୍ବେ ହାଇକୋର୍ଟ। ସଞ୍ଜୟ ଗାନ୍ଧି ଜାତୀୟ ଉଦ୍ୟାନରେ ଯେପରି ଗଣପତି ମୂର୍ତ୍ତିଗୁଡ଼ିକର ବିଷର୍ଜନ ନହୁଏ ସେଥିପାଇଁ  ମହାରାଷ୍ଟ୍ର ସରକାରଙ୍କ ଜଙ୍ଗଲ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜଷ୍ଟିସ୍ ପି.ବି ଭାରାଲେ ଏବଂ ଏସଏମ ମୋଡକଙ୍କ ଏକ ବେଞ୍ଚ ଜଙ୍ଗଲ ଅଧିକାରୀଙ୍କୁ ଏଥିପାଇଁ ସ୍ୱାଧୀନତା ପ୍ରଦାନ କରିଛନ୍ତି। ନିୟମ ଉଲ୍ଲଂଘନ କରି  ଯେଉଁମାନେ ମୂର୍ତ୍ତି ବିଷର୍ଜନ କରିବେ ସେମାନଙ୍କ ବିରୋଧରେ ଜଙ୍ଗଲ ବିଭାଗ କାର୍ଯ୍ୟାନୁଷ୍ଠାନ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଉକ୍ତ ଇଲାକାରେ ଯେକୌଣି ମୂର୍ତ୍ତି ବିଷର୍ଜନିତ କାର୍ଯ୍ୟକଳାପକୁ ରୋକିବା ପାଇଁ ସମସ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।  ଯଦି ଜଙ୍ଗଲ ବିଭାଗ ପୁଲିସର ସହାୟତା ଲୋଡ଼ନ୍ତି ତେବେ ବିଭାଗୀୟ ଅଧିକାରୀ ସହଯୋଗ କରିବେ। ଅର୍ଥାତ ସମ୍ପୃକ୍ତ ସ୍ଥାନରେ ଯଦି ସୁରକ୍ଷା ବଳ ମୁତୟନ ପାଇଁ ବନ ବିଭାଗ ଅନୁରୋଧ କରେ ତେବେ ପୁଲିସ ବିଭାଗର ଉଚ୍ଚ ଅଧିକାରୀ ସହଯୋଗ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସଞ୍ଜୟଗାନ୍ଧି ଜାତୀୟ ଉଦ୍ୟାନରେ ଗଣେଶ ମୂର୍ତ୍ତି ବିଷର୍ଜନ ବାରଣ ନେଇ ଏକ ଏନଜିଓ ସଂସ୍ଥା  ‘ମୁମ୍ବାଇ ମାର୍ଚ୍ଚ’ ପକ୍ଷରୁ ଅ଼ବେଦନ କରାଯାଇଥିଲା। ସଙ୍ଗଠନ ପକ୍ଷରୁ ଆଡଭୋକେଟ ଏସଏସ ପାଟୱରହାନ, ଏସଆର ନର୍ଗୋଲକର, ସୁଦୂନମ ନର୍ଗୋଲକର, ଅର୍ଜୁନ କାଦମ ଏବଂ କେଟାନ ଯୋଶୀଙ୍କ ପକ୍ଷରୁ  ଆବେଦନ କରାଯାଇଥିଲା।

ଆବେଦନରେ କୁହାଯାଇଛି ଯେ, ସଞ୍ଜୟ ଗାନ୍ଧି ଜାତୀୟ ଉଦ୍ୟାନ ନଦୀପଠାରେ ମୂର୍ତ୍ତି ବିଷର୍ଜନ ଯୋଗୁ ଏଠିକାର ପରିବେଶ ସନ୍ତୁଳନ ବିଗିଡ଼ିବ। ଫଳରେ ଏହା ବନ୍ୟଯନ୍ତଙ୍କ ଜୀବନ ଶୈଳୀ ଉପରେ ନକରାତ୍ମକ ପ୍ରଭାବ ପକାଇବ।  ତେଣୁ ଉଭୟ ନଦୀ ଏବଂ ବନ୍ୟପ୍ରାଣୀଙ୍କର ସୁରକ୍ଷା ପାଇଁ ମୂର୍ତ୍ତି ବିଷର୍ଜନକୁ ବାରଣ କରାଯାଉ। ଜାତୀୟ ଉଦ୍ୟାନର ପ୍ରବେଶ ଦ୍ୱାର ନିକଟରେ ଏକ କୃତ୍ରିମ ପୋଖରୀ ସ୍ଥାପନ ପାଇଁ କୋର୍ଟ ଜଙ୍ଗଲ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe