Advertisment

ମନ୍ତ୍ରୀ କହିଲେ-କରୋନା ଚାଲିଗଲାଣି, ମାସ୍କ ପିନ୍ଧିବା ଦରକାର ନାହିଁ

ନୂଆଦିଲ୍ଲୀ: କରୋନା ଚାଲିଗଲାଣି। ଆଉ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ। କାରଣ ରାଜ୍ୟରେ ଆଉ ସେ ମାରାତ୍ମକ ଭୂତାଣୁ ନାହିଁ। କରୋନା ଫେରିଲେ କହିବି। ନିକଟରେ ଏଭଳି କିଛି ବୟାନ ଦେଇଛନ୍ତି ଆସାମ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା। ଦେଶରେ କରୋନର ଦ୍ୱିତୀୟ ଲହର ଜାରି ରହିଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଏହାରି ଭିତରେ ଆସାମ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ […]

ଅଦ୍ୟତନ ହୋଇଛି
ମନ୍ତ୍ରୀ କହିଲେ-କରୋନା ଚାଲିଗଲାଣି, ମାସ୍କ ପିନ୍ଧିବା ଦରକାର ନାହିଁ

MASK

Advertisment

ନୂଆଦିଲ୍ଲୀ: କରୋନା ଚାଲିଗଲାଣି। ଆଉ ମାସ୍କ ପିନ୍ଧିବା ଆବଶ୍ୟକ ନାହିଁ। କାରଣ ରାଜ୍ୟରେ ଆଉ ସେ ମାରାତ୍ମକ ଭୂତାଣୁ ନାହିଁ। କରୋନା ଫେରିଲେ କହିବି। ନିକଟରେ ଏଭଳି କିଛି ବୟାନ ଦେଇଛନ୍ତି ଆସାମ ସ୍ୱାସ୍ଥ୍ୟ ମନ୍ତ୍ରୀ ତଥା ବିଜେପି ନେତା ହିମନ୍ତ ବିଶ୍ୱ ଶର୍ମା।

Advertisment

ଦେଶରେ କରୋନର ଦ୍ୱିତୀୟ ଲହର ଜାରି ରହିଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଏହାରି ଭିତରେ ଆସାମ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

[caption id="attachment_632638" align="aligncenter" width="650"]Assam health minister Himanta Biswa Sarma Assam health minister Himanta Biswa Sarma[/caption]

Advertisment

ଏକ ସାକ୍ଷାତକାର୍‌ରେ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତ, କରୋନା ମହାମାରୀ ଆସାମରୁ ପ୍ରତ୍ୟାବର୍ତ୍ତନ କରି ସାରିଛି। ତେଣୁ ଲେକୋ କାହିଁକି ମାସ୍କ ପିନ୍ଧି ଆତଙ୍କ ସୃଷ୍ଟି କରିବେ। କେନ୍ଦ୍ର ସରକାର କୋଭିଡ ଗାଇଡଲାଇନ ଏବଂ ନିର୍ଦ୍ଦେଶନାମା ଜାରି କରିପାରିବେ। କିନ୍ତୁ ଆସାମରେ ଏବେ ଆଉ କରୋନାର କୌଣସି ବି ମାମଲା ନାହିଁ। ପୁଣି କୋଭିଡ୍‌-୧୯ ଆସିଲେ, ଆମେ ଲୋକଙ୍କୁ ଜଣାଇବା ସହ ‘ମାସ୍କ୍‌’ ପିନ୍ଧିବାକୁ କହିବୁ ବୋଲି ମନ୍ତ୍ରୀ କହିଛନ୍ତି।

ସେ ଆହୁରି କହିଛନ୍ତି ଯେ, ରାଜ୍ୟ ଅର୍ଥନୀତିର ପୁନଃଉଦ୍ଧାର ଉପରେ ସରକାର ଧ୍ୟାନ ଦେଉଛନ୍ତି। ଲୋକେ ‘ମାସ୍କ୍‌’ ପିନ୍ଧିଲେ ବିୟୁଟି ପାର୍ଲର୍‌ କେମିତି ଚାଲିବ? ବିୟୁଟି ପାର୍ଲର୍‌ ଚାଲିବା ଆବଶ୍ୟକ। ତେଣୁ, ‘ମାସ୍କ୍‌’ ନ ପିନ୍ଧିବା ଗୋଟାଏ ଅସ୍ଥାୟୀ ଆଶ୍ୱସ୍ତି ବୋଲି ମୁଁ ଲୋକମାନଙ୍କୁ କହୁଛି। ଯେଉଁ ଦିନ କୋଭିଡ୍‌-୧୯ ସଂକ୍ରମଣଜନିତ ବିପଦ ଅନୁଭବ କରିବି, ପୁଣି ଲୋକମାନଙ୍କୁ ‘ମାସ୍କ୍‌’ ପିନ୍ଧିବାକୁ କହିବି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆସାମର ପାରମ୍ପରିକ ପର୍ବ ‘ବିହୁ’ ପାଳନ ନିମନ୍ତେ କୌଣସି କଟକଣା ରହିବ ନାହିଁ। ବହୁ ଆଡ଼ମ୍ବରରେ ‘ବିହୁ’ ପାଳନ କରାଯିବ।

Assam Mask
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe