Advertisment

ଆରଜେଡି ମନ୍ତ୍ରୀଙ୍କୁ ତେଜସ୍ୱୀ ଯାଦବ ପରାମର୍ଶ: ନୂଆ ଗାଡ଼ି କିଣନି, ପାଦ ଛୁଅଁନି

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ଟିଭ ଅଛନ୍ତି ତେଜସ୍ୱୀ ଯାଦବ। ନିଜର ଲୋକପ୍ରିୟତା ବଢ଼ାଇବା ପାଇଁ ଅଭିନବ ରଣନୀତି ଆପଣେଇଛନ୍ତି ସେ। ରାଜୀତିରେ ଏକ ଭିନ୍ନ ଭାବମୂର୍ତ୍ତି ତିଆରି ପାଇଁ ପ୍ରୟାସ କରିଛନ୍ତି ତେଜସ୍ୱୀ। ଏହିପ୍ରରିପ୍ରେକ୍ଷୀରେ ଆରଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କୁ କ’ଣ କରିବା ଓ କ’ଣ ନକରିବା ସେନେଇ ପରାମର୍ଶ ଜାରି କରିଛନ୍ତି। ଏଥିପାଇଁ ୬ଟି ସୂତ୍ରୀ ଉପରେ ଧ୍ୟାନ ଦେଇ ଏହାକୁ ପାଳନ କାରିବାକୁ ପରାମର୍ଶ ଦେଇଛନ୍ତି। ଆରଜେଡିରୁ ଯେଉଁମାନେ ମନ୍ତ୍ରୀ ହୋଇଛନ୍ତି […]

ଅଦ୍ୟତନ ହୋଇଛି
ବିହାର ଉପ-ମୁଖ୍ୟମନ୍ତ୍ରୀଙ୍କୁ ମିଳିଲାନି ଗୃହ ବିଭାଗ

Tejaswi yadav

Advertisment

ପାଟନା: ବିହାର ଉପମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ଟିଭ ଅଛନ୍ତି ତେଜସ୍ୱୀ ଯାଦବ। ନିଜର ଲୋକପ୍ରିୟତା ବଢ଼ାଇବା ପାଇଁ ଅଭିନବ ରଣନୀତି ଆପଣେଇଛନ୍ତି ସେ। ରାଜୀତିରେ ଏକ ଭିନ୍ନ ଭାବମୂର୍ତ୍ତି ତିଆରି ପାଇଁ ପ୍ରୟାସ କରିଛନ୍ତି ତେଜସ୍ୱୀ। ଏହିପ୍ରରିପ୍ରେକ୍ଷୀରେ ଆରଜେଡି ବିଧାୟକ ଓ ମନ୍ତ୍ରୀମାନଙ୍କୁ କ’ଣ କରିବା ଓ କ’ଣ ନକରିବା ସେନେଇ ପରାମର୍ଶ ଜାରି କରିଛନ୍ତି। ଏଥିପାଇଁ ୬ଟି ସୂତ୍ରୀ ଉପରେ ଧ୍ୟାନ ଦେଇ ଏହାକୁ ପାଳନ କାରିବାକୁ ପରାମର୍ଶ ଦେଇଛନ୍ତି।

Advertisment

ଆରଜେଡିରୁ ଯେଉଁମାନେ ମନ୍ତ୍ରୀ ହୋଇଛନ୍ତି  ବିଭାଗରେ ସେମାନେ ନିଜ ପାଇଁ ନୂଆ କାର ନକିଣିବାକୁ ଅନୁରୋଧ କରିଛନ୍ତି।  ଆରେଜଡି ମନ୍ତ୍ରୀମାନଙ୍କୁ କେହି ଶୁଭେଚ୍ଛୁକ, ସମର୍ଥକ ଏବଂ କୌଣସି ବ୍ୟକ୍ତି ତାଙ୍କ ପାଦ ଛୁଇଁ ନମସ୍କାର କରିବେନି। ସେମାନେ ଏହି ଆଶାଠାରୁ ନିବୃତ ରହିବା ଉଚିତ। ଆମେ ପରସ୍ପର ମଧ୍ୟରେ ଅଭିବାଦନ ପାଇଁ  ନମସ୍ତେ, ଅଦାବ, ଯୋଡ଼ ହସ୍ତ ନମସ୍କାର ସଂସ୍କୃତିକୁ ବଢ଼େଇବାକୁ ଚାହୁଁଛୁ। ସବୁ ମନ୍ତ୍ରୀମାନଙ୍କୁ ନମ୍ର ଏବଂ ଆଚରଣରେ ବିନୟୀ ହେବାକୁ ସେ ନିବେଦନ କରିଛନ୍ତି। ଜାତି , ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆମେ ସମସ୍ତଙ୍କୁ ସାହାଯ୍ୟ ଓ ସହାନଭୁତି କରିବା ଉଚିତ।

ଯେଉଁମାନଙ୍କର ସହାୟତା ଆବଶ୍ୟକ ସେମାନଙ୍କୁ ଅଗ୍ରାଧିକାର ଦିଆଯିବା ଉଚିତ। କୌଣସି ବକେଟ, ଉପହାର ବଦଳରେ ପରସ୍ପର ମଧ୍ୟରେ କଲମ ଏବଂ ବହି ଆଦାନ ପ୍ରଦାନ କାରିବା ଶ୍ରେୟସ୍କର। କାର୍ଯ୍ୟକୁ ଅଧିକ କ୍ରିୟାଶୀଳ ଉପରେ ଗୁରୁତ୍ୱ ଦେଇ ଆମକୁ ଅଧିକ ସ୍ୱୁଚ୍ଛ ଏବଂ ସାଧୁତା ଅବଲମ୍ବନ କରିବାକୁ ପଡ଼ିବ।  ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ବିଭିନ୍ନ ବିଭାଗରେ ସବୁ ମନ୍ତ୍ରୀ ଏହା ଉପରେ ଗୁରୁତ୍ୱ ଦେବା ଉଚିତ।  ରାଜ୍ୟ ମୁଖ୍ୟମନ୍ତ୍ରୀ, ସମସ୍ତ ମନ୍ତ୍ରୀ ଏବଂ ସରକାରୀ ଅଧିକାରୀମାନେ ସମସ୍ତ ଉନ୍ନତି ମୂଳକ ଯୋଜନାକୁ ଲୋକଙ୍କ ସାମ୍ନାରେ ରଖିବାକୁ ସେ ପରାମର୍ଶ ଦେଇଛନ୍ତି।

Advertisment

ଏଥିପାଇଁ ସେ ସୋଶାଲ ମଡିଆର ବ୍ୟବହାରକୁ ଗୁରୁତ୍ୱ ଦେଇଛନ୍ତି।  ଫଳରେ ସରକାରଙ୍କ ସବୁ ଜନକଲ୍ୟାଣ ଯୋଜନାର ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚି ପାରିବ । ସୂଚନା ଅନୁଯାୟୀ, ନିକଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଜେପି ସହ ସମ୍ପର୍କ ତୁଟାଇ ରାଜ୍ୟରେ ମହାମେଣ୍ଟ ସହ ହାତ ମିଳାଇ ନୂଆ ସରକାର ଗଠନ କରିଛନ୍ତି। ନୂଆ ସରକାରରେ ଆରଜେଡି ମୁଖ୍ୟ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe