କେହି ସାହାଯ୍ୟ କଲେନି, ବାପା କାନ୍ଧରେ ଆଖି ବୁଜିଲା ୫ ମାସର ଝିଅ

ଲକ୍ଷ୍ନୌ: ହସ୍ପିଟାଲରେ ଅସୁସ୍ଥ ଝିଅକୁ ନେଇ ପହଞ୍ଚିଲେ। ଝିଅର ଚିକିତ୍ସା ପାଇଁ ଦୀର୍ଘ ଦୁଇ ଘଣ୍ଟା କାଳ ହସ୍ପିଟାଲର ଏ ୱାର୍ଡରୁ ସେ ୱାର୍ଡ ବୁଲିଲେ। କିନ୍ତୁ କେହି ବି ବିକଳ ବାପାର କଥା ଶୁଣିଲେନି। ଶେଷରେ ସେହି ହସ୍ପିଟାଲ ଆଗରେ ହିଁ ବାପାର କାନ୍ଧରେ ଶୋଇଥିବା ୫ ମାସର ଶିଶୁକନ୍ୟା ସବୁଦିନ ପାଇଁ ଆଖି ବୁଜି ଦେଇଛି। ଉତ୍ତର ପ୍ରଦେଶର ବାରବାଙ୍କି ଜିଲ୍ଲାର ଗୋଟିଏ ସରକାରୀ ହସ୍ପିଟାଲରେ ଏପରି ହୃଦୟ ବିଦାରକ ଘଟଣା ଘଟିଛି। ନିଜ […]

Dies

Dies

Hemant Lenka
  • Published: Monday, 31 May 2021
  • Updated: 31 May 2021, 05:40 PM IST

Sports

Latest News

ଲକ୍ଷ୍ନୌ: ହସ୍ପିଟାଲରେ ଅସୁସ୍ଥ ଝିଅକୁ ନେଇ ପହଞ୍ଚିଲେ। ଝିଅର ଚିକିତ୍ସା ପାଇଁ ଦୀର୍ଘ ଦୁଇ ଘଣ୍ଟା କାଳ ହସ୍ପିଟାଲର ଏ ୱାର୍ଡରୁ ସେ ୱାର୍ଡ ବୁଲିଲେ। କିନ୍ତୁ କେହି ବି ବିକଳ ବାପାର କଥା ଶୁଣିଲେନି। ଶେଷରେ ସେହି ହସ୍ପିଟାଲ ଆଗରେ ହିଁ ବାପାର କାନ୍ଧରେ ଶୋଇଥିବା ୫ ମାସର ଶିଶୁକନ୍ୟା ସବୁଦିନ ପାଇଁ ଆଖି ବୁଜି ଦେଇଛି।

ଉତ୍ତର ପ୍ରଦେଶର ବାରବାଙ୍କି ଜିଲ୍ଲାର ଗୋଟିଏ ସରକାରୀ ହସ୍ପିଟାଲରେ ଏପରି ହୃଦୟ ବିଦାରକ ଘଟଣା ଘଟିଛି। ନିଜ ଝିଅର ମୃତ୍ୟୁ ପାଇଁ ଅସହାୟ ବାପା ଜଣଙ୍କ ହସ୍ପିଟାଲର ଡାକ୍ତର ଓ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ହେଲେ ହସ୍ପିଟାଲ ପକ୍ଷରୁ କୌଣସି ଅବହେଳା ହୋଇ ନଥିବା କୁହାଯାଇଛି।

ସୂଚନା ଅନୁସାରେ, ବାରବାଙ୍କିର ସିରାଉଲି ଗୌରସପୁ ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ଘଟଣା ଘଟିଛି। ଏଠାରେ କରୋନାର ମଧ୍ୟମ ଧରଣର ଲକ୍ଷଣ ଥିବା ରୋଗୀଙ୍କ ପାଇଁ ୧୦୦ଟି ବେଡ୍‌ ମଧ୍ୟ ପ୍ରସ୍ତୁତ କରାଯାଇଛି। ସାମ୍ନାକୁ ଆସିଥିବା ଭିଡିଓ ଅନୁଯାୟୀ, ଜଣେ ବ୍ୟକ୍ତି ତାଙ୍କ ମୃତ ଶିଶୁକୁ ନିଜ କାନ୍ଧରେ ପକାଇ ହସ୍ପିଟାଲର ଅପେକ୍ଷାରତ ଗେଟ୍‌ ପାଖରେ ଛିଡ଼ା ହୋଇଛନ୍ତି। ତାଙ୍କ ପତ୍ନୀ ମଧ୍ୟ କିଛି ଦୂରରେ ମର୍ମାହତ ଅବସ୍ଥାରେ ବସି ରହିଛନ୍ତି।

ବ୍ୟକ୍ତି ଜଣଙ୍କ କହିଛନ୍ତି, ଏଠାରେ ସବୁ ଲୋକ କେବଳ କୋଭିଡ-୧୯ ବିଷୟରେ କହୁଛନ୍ତି। କେହି ବି କରୋନା ଭୟରେ ରୋଗୀଙ୍କୁ ଛୁଇଁବାକୁ ଚାହୁଁନାହାନ୍ତି। ମୋ ଛୁଆକୁ ଦେଖିବାକୁ ଏଠାରେ କୌଣସି ଡାକ୍ତର ନାହାନ୍ତି। ସେ କେବଳ ପଡ଼ିଯାଇଥିଲା। ସେ ଏବେ ମୋତେ ଛାଡ଼ି ଚାଲିଗଲା। ଏହା କେଉଁ ପ୍ରକାରର ବ୍ୟବସ୍ଥା ବୋଲି ବ୍ୟକ୍ତି ଜଣଙ୍କ ପ୍ରଶ୍ନ କରିଛନ୍ତି।

ଆଉ ଏକ ଭିଡିଓରେ ବ୍ୟକ୍ତି ଜଣଙ୍କ କାନ୍ଦି କାନ୍ଦି ନିଜର ହତାଶା ଭାବ ଦର୍ଶାଇଛନ୍ତି। ସେ କହିଛନ୍ତି, “ଇତି ମଧ୍ୟରେ ୨ ଘଣ୍ଟା ବିତି ଗଲାଣି। କୌଣସି ଡାକ୍ତର ଏଯାଏ ଆସିନାହାନ୍ତି। ମୋତେ ଧୈର୍ଯ୍ୟ ରଖିବାକୁ କୁହାଯାଉଛି। ହେଲେ ମୋ ଛୁଆ ମରିଯାଉଛି ଓ ମୁଁ ଧୈର୍ଯ୍ୟ ରଖିବି?”

ତୃତୀୟ ଭିଡିଓରେ କିଛି ପୁଲିସ୍‌ କର୍ମଚାରୀ ଗେଟ ପାଖରେ ବ୍ୟକ୍ତି ଜଣଙ୍କ ସହ କଥା ହେଉଥିବା ଦେଖିବାକୁ ମିଳିଛି। ଜଣେ ପୁଲିସ୍‌ ଅଧିକାରୀ କ’ଣ ସବୁ ଡ୍ରାମା ଚାଲିଛି ବୋଲି ପ୍ରଶ୍ନ କରୁଛନ୍ତି। ଏହାର ଜବାବରେ ବ୍ୟକ୍ତି ଜଣଙ୍କ କହିଛନ୍ତି ଯେ ମୋ ଝିଅ ମରିଯାଇଛି। ଆପଣ ମୁଁ ଡ୍ରାମା କରୁଛି ବୋଲି ପଚାରୁଛନ୍ତି। ପୁଲିସ୍‌ ଅଧିକାରୀ ଜଣଙ୍କ ବ୍ୟକ୍ତିଙ୍କୁ କାନ୍ଦ ବନ୍ଦ କରିବା ସହ ଲିଖିତ ଅଭିଯୋଗ କରିବାକୁ ପରାମର୍ଶ ଦେଉଥିବା ଭିଡିଓରୁ ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ ବାରବାଙ୍କିର ମୁଖ୍ୟ ମେଡିକାଲ ଅଧିକାରୀ ବିକେଏସ୍‌ ଚୌହାନ କହିଛନ୍ତି, ହସ୍ପିଟାଲକୁ ଆଣିବା ସମୟରେ ହିଁ ଶିଶୁକନ୍ୟାର ମୃତ୍ୟୁ ଘଟି ସାରିଥିଲା। ଡ୍ୟୁଟିରେ ଥିବା ଡାକ୍ତର ଶିଶୁର ପରୀକ୍ଷା କରି ତା’କୁ ମୃତ ବୋଲି ଘୋଷଣା କରିଥିଲେ। ହସ୍ପିଟାଲର ସୁପରିନଟେଣ୍ଡେଣ୍ଟ ମୋତେ କହିଛନ୍ତି ଯେ ଜରୁରୀ କାଳୀନ ଡ୍ୟୁଟିରେ ଥିବା ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ଉଭୟ ଶିଶୁଟିର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଏହାପରେ ତା’କୁ ମୃତ ଘୋଷଣା କରଯାଇଥିଲା। ଶିଶୁଟି ଛାତରୁ ପଡ଼ି ଯାଇଥିବା ତା’ ବାପା ମା’ କହିଥିଲେ ବୋଲି ଶ୍ରୀ ଚୌହାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story