Advertisment

ନିରାଶ ହେଲେ ରାଣା ଦମ୍ପତି, ଏଫଆଇଆର ରଦ୍ଦ କରିବାକୁ ମନାକଲେ କୋର୍ଟ

ମୁମ୍ବାଇ: ହନୁମାନ ଚାଳିଶା ବିବାଦ ମାମଲାରେ ଗିରଫ ହୋଇଥିବା ସାଂସଦ ନବନୀତ ଓ ତାଙ୍କ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ଝଟକା ଲାଗିଛି। ରାଣା ଦମ୍ପତି ସେମାନଙ୍କ ନାଁରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ବମ୍ବେ ହାଇକୋର୍ଟ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି। ହନୁମାନ ଚାଳିଶା ବିବାଦ ଘଟଣାରେ ପୁଲିସ୍‌ ଗିରଫ କରିବାକୁ ଯାଇଥିବା ବେଳେ ରାଣା ଦମ୍ପତି କର୍ମଚାରୀଙ୍କ ସହ ମାରପିଟ କରିଥିଲେ। ଏଥିପାଇଁ ସେମାନଙ୍କ ନାଁରେ […]

author-image
Hemant Lenka
ଅଦ୍ୟତନ ହୋଇଛି
ନିରାଶ ହେଲେ ରାଣା ଦମ୍ପତି, ଏଫଆଇଆର ରଦ୍ଦ କରିବାକୁ ମନାକଲେ କୋର୍ଟ

Rana

ମୁମ୍ବାଇ: ହନୁମାନ ଚାଳିଶା ବିବାଦ ମାମଲାରେ ଗିରଫ ହୋଇଥିବା ସାଂସଦ ନବନୀତ ଓ ତାଙ୍କ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ଝଟକା ଲାଗିଛି। ରାଣା ଦମ୍ପତି ସେମାନଙ୍କ ନାଁରେ ରୁଜୁ ହୋଇଥିବା ଏଫଆଇଆରକୁ ରଦ୍ଦ କରିବାକୁ ବମ୍ବେ ହାଇକୋର୍ଟରେ ଆବେଦନ କରିଥିଲେ। କିନ୍ତୁ ବମ୍ବେ ହାଇକୋର୍ଟ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।

Advertisment

ହନୁମାନ ଚାଳିଶା ବିବାଦ ଘଟଣାରେ ପୁଲିସ୍‌ ଗିରଫ କରିବାକୁ ଯାଇଥିବା ବେଳେ ରାଣା ଦମ୍ପତି କର୍ମଚାରୀଙ୍କ ସହ ମାରପିଟ କରିଥିଲେ। ଏଥିପାଇଁ ସେମାନଙ୍କ ନାଁରେ ଏଫଆଇଆର କରାଯାଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ଆଗରେ ରାଣା ଦମ୍ପତି ହନୁମାନ ଚାଳିଶା ପଢ଼ିବେ ବୋଲି ଖୋଲାଖୋଲି ଧମକ ଦେଇଥିଲେ।

ଆଇନଶୃଙ୍ଖଳା ଦୃଷ୍ଟିରୁ ମୁମ୍ବାଇ ପୁଲିସ୍‌ ରାଣା ଦମ୍ପତିଙ୍କୁ ଚୁପ ରହିବାକୁ କହିଥିଲା। ହେଲେ ସେମାନେ ବାରମ୍ବାର ଲୋକଙ୍କୁ ଉସକାଇଲା ଭଳି ବୟାନ ଦେଇଥିଲେ। ଏଥିପାଇଁ ପୁଲିସ୍‌ ସେମାନଙ୍କୁ ଗିରଫ କରିବାକୁ ଯାଇଥିଲା। ହେଲେ ଏହି ସମୟରେ ଉଭୟ ପୁଲିସ୍‌ ଅଧିକାରୀଙ୍କ ସହ ମାରିପିଟ କରିଥିଲେ। ଏଥିପାଇଁ ପୁଲିସ୍‌ ଉଭୟଙ୍କ ନାଁରେ ଏଫଆଇଆର କରିଥିଲା।

Advertisment

ଆଜି ରାଣା ଦମ୍ପତିଙ୍କ ଆବେଦନକୁ ଖାରଜ କରି କୋର୍ଟ କହିଛନ୍ତି, ଧାର୍ମିକ ନାରା ଜଣଙ୍କ ଘର ଆଗରେ କିମ୍ବା ସର୍ବସାଧାରଣ ସ୍ଥାନରେ ପାଠ କରିବାକୁ ଖୋଲାଖୋଲି ଘୋଷଣା କରିବା ଠିକ୍‌ ନୁହେଁ। ଏହା ଉକ୍ତ ବ୍ୟକ୍ତିଙ୍କ ବ୍ୟକ୍ତିଗତ ସ୍ୱାଧୀନତାକୁ କ୍ଷୁଣ୍ଣ କରୁଛି। ଏହା ପ୍ରଥମ କାରଣ। ଦ୍ୱିତୀୟ କଥା ହେଲା, ଯଦି କେହି କୌଣସି ନିର୍ଦ୍ଦିଷ୍ଟ ଧର୍ମର ଶ୍ଳୋକ ସର୍ବସାଧାରଣ ସ୍ଥାନରେ ପାଠ କରିବାକୁ କେହି ଘୋଷଣା କରୁଛି, ତା’ହେଲେ ଏପରି ଘଟଣା ଆଇନ ଶୃଙ୍ଖଳା ପ୍ରତି ବିପଦ ସୃଷ୍ଟି କରିପାରେ। ଏହାକୁ ରୋକିବା ପାଇଁ ରାଜ୍ୟ ସରକାରର ଉପଯୁକ୍ତ ପଦକ୍ଷେପ ନେବାକୁ ଅଧିକାର ପାଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଯେକୌଣସି ପଦକ୍ଷେପ ନେଇପାରିବେ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ, ଏହି ବିବାଦର ଆରମ୍ଭ ରାଜ ଠାକରେଙ୍କ ଠାରୁ ଆରମ୍ଭ ହୋଇଥିଲା। ମେ’ ୩ ସୁଦ୍ଧା ମହାରାଷ୍ଟ୍ରରେ ଥିବା ସମସ୍ତ ମସଜିଦରୁ ଲାଉଡସ୍ପିକର ହଟାଇବାକୁ ରାଜ ଠାକରେ ଚେତାବନୀ ଦେଇ ଥିଲେ। ନଚେତ ଅଜାନକୁ କାଉଣ୍ଟର କରିବା ପାଇଁ ରାଜ ଠାକରେ ହନୁମାନ ଚାଳିଶା ପାଠ କରାଯିବ ବୋଲି କହିଥିଲେ। ଏହାକୁ ନେଇ ବିବାଦ ଚାଲିଥିବା ବେଳେ ରାଣା ଦମ୍ପତି ଏହା ମଧ୍ୟକୁ ଏଣ୍ଟ୍ରୀ ମାରିଥିଲେ। ଉଭୟ ସିଧା ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରି ତାଙ୍କ ବ୍ୟକ୍ତିଗତ ବାସଭବନ ଆଗରେ ଶନିବାର ସକାଳ ୯ଟା ବେଳକୁ ହନୁମାନ ଚାଳିଶା ପାଠ କରିବେ ବୋଲି କହିଥିଲେ।

ଏହାକୁ ବିରୋଧ କରି ଶନିବାର ସକାଳେ ଶିବସେନା କର୍ମୀମାନେ ରାଣା ଦମ୍ପତିଙ୍କ ଘର ଆଗରେ ବିକ୍ଷୋଭ କରିଥିଲେ। ପୁଲିସ୍‌ ସେମାନଙ୍କୁ ଅଟକାଇବା ସହ ରାଣା ଦମ୍ପତିଙ୍କୁ ଧମକ ଦେବାରୁ ବିରତ ରହିବାକୁ କହିଥିଲା। ହେଲେ ସେମାନେ ନିଜ ଜିଦରେ ଅଟଳ ରହିଥିଲେ। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁମ୍ବାଇ ଆସିବାର ଥିଲା। ରାଣା ଦମ୍ପତିଙ୍କ ବୟାନ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ଆଶଙ୍କା କରିଥିଲେ। ଏଥିପାଇଁ ସେମାନଙ୍କୁ ଶନିବାର ରାତିରେ ଗିରଫ କରାଯାଇଥିଲା।

ରବିବାର ଉଭୟଙ୍କୁ ବାନ୍ଦ୍ରା କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ସ୍ୱାମ-ସ୍ତ୍ରୀଙ୍କୁ ୧୪ ଦିନି ପାଇଁ ଜେଲକୁ ପଠାଇ ଦେଇଥିଲେ। ଏବେ ନବନୀତ ବାଇକୁଲ୍ଲା ଜେଲରେ ଥିବା ବେଳେ ତାଙ୍କ ସ୍ୱାମୀ ରବି ରାଣା ତଲୋଜା ଜେଲରେ ଅଛନ୍ତି।

Maharashtra Govt