Advertisment

ମୋଦିଙ୍କ ହସ୍ପିଟାଲ ଗସ୍ତ ପାଇଁ ଲାଗିଲା ୱାଟର କୁଲର, କିନ୍ତୁ ବାହାରିଲାନି ପାଣି

ମୋର୍ବି: ଝୁଲାପୋଲ ଭୁଶୁଡ଼ିବା ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଗୁଜରାଟ ମୋର୍ବିର ସ୍ୱାସ୍ଥ୍ୟ ଭିତ୍ତିଭୂମି କେମିତି ଅଛି, ତା’ର ଏକ  ଅପ୍ରିୟ ସତ୍ୟ ସାମ୍ନାକୁ ଆସିଛି। ଝୁଲା ପୋଲ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନେ ମୋର୍ବିର ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ଆହତଙ୍କୁ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ପିଟାଲ ଯାଇଥିଲେ। ହସ୍ପିଟାଲର ଭିତ୍ତିଭୂମି ଠିକ ଥିବା ସମସ୍ତଙ୍କୁ ଜଣାଇବା ପାଇଁ ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଥିଲା। ଏହିକ୍ରମରେ ହସ୍ପିଟାଲରେ ତରବରିଆ ଭାବେ ରାତାରାତି ୪ଟି […]

ମୋଦିଙ୍କ ହସ୍ପିଟାଲ ଗସ୍ତ ପାଇଁ ଲାଗିଲା ୱାଟର କୁଲର, କିନ୍ତୁ ବାହାରିଲାନି ପାଣି

water-coller

Advertisment

ମୋର୍ବି: ଝୁଲାପୋଲ ଭୁଶୁଡ଼ିବା ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ଗୁଜରାଟ ମୋର୍ବିର ସ୍ୱାସ୍ଥ୍ୟ ଭିତ୍ତିଭୂମି କେମିତି ଅଛି, ତା’ର ଏକ  ଅପ୍ରିୟ ସତ୍ୟ ସାମ୍ନାକୁ ଆସିଛି। ଝୁଲା ପୋଲ ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନେ ମୋର୍ବିର ସରକାରୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Advertisment

ଆଜି ଆହତଙ୍କୁ ଦେଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହସ୍ପିଟାଲ ଯାଇଥିଲେ। ହସ୍ପିଟାଲର ଭିତ୍ତିଭୂମି ଠିକ ଥିବା ସମସ୍ତଙ୍କୁ ଜଣାଇବା ପାଇଁ ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଥିଲା। ଏହିକ୍ରମରେ ହସ୍ପିଟାଲରେ ତରବରିଆ ଭାବେ ରାତାରାତି ୪ଟି ୱାଟର କୁଲର ଲଗାଯାଇଥିଲା।

ତେବେ ଏହା ମଧ୍ୟରୁ ଠିକଣା ସମୟରେ ଗୋଟିଏରୁ ପାଣି ନ ବାହାରିବା ସମସ୍ତଙ୍କୁ ଚକିତ କରିଛି। ପ୍ରଶାସନ ଓ ହସ୍ପିଟାଲ କର୍ତ୍ତୃପକ୍ଷ ୱାଟର କୁଲର ଲଗାଇଥିଲେ ମଧ୍ୟ ପାଣି ସପ୍ଲାଏ ସଂଯୋଗ କରିବାକୁ ଭୁଲି ଯାଇଛନ୍ତି।

Advertisment

ଏହି ଦୃଶ୍ୟ କ୍ୟାମେରାରେ ମଧ୍ୟ କଏଦ ହୋଇଛି। ପ୍ରଶାସନ ହସ୍ପିଟାଲର ଭିତ୍ତିଭୂମିକୁ ସଜାଡ଼ିବା ପାଇଁ କେମିତି ତରବରିଆ ଭାବେ କାମ କରୁଛି ଏଥିରୁ ସ୍ପଷ୍ଟ ହୋଇଛି।

Gujarat hospital's renovations ahead of PM's visit draw flak - The Week
ରବିବାର ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ୧୩୫ ଜଣଙ୍କ ଜୀବନ ଯାଇଥିଲା। ଅନେକ ଲୋକ ଆହତ ମଧ୍ୟ ହୋଇଥିଲେ। ସେମାନଙ୍କୁ ମୋର୍ବି ସରକାରୀ ହସ୍ପିଟାଲରେ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଆଜି ମୋଦି ହସ୍ପିଟାଲର ଗୋଟିଏ ୱାର୍ଡକୁ ଯାଇ ଆହତଙ୍କୁ ଭେଟିଛନ୍ତି।

ମୋଦିଙ୍କ ଗସ୍ତ ପାଇଁ ଏହି ୱାର୍ଡକୁ ରାତାରାତି ମରାମତି କରାଯିବା ସହ ରଙ୍ଗ ବୋଳା ଯାଇଥିଲା। ରୋଗୀ ମାନଙ୍କୁ ନୂଆ କରି ରଙ୍ଗ ଦିଆଯାଇଥିବା ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ଏଠାରେ ନୂଆ ବେଡରେ ସେମାନଙ୍କୁ ରଖାଯାଇଥିଲା। ଏଥିସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଯେଉଁ ରୋଗୀମାନେ କଥା ହେବାର କାର୍ଯ୍ୟକ୍ରମ ଥିଲା, ସେମାନଙ୍କୁ ପୂର୍ବରୁ ସବୁ ସୂଚନା ଦିଆଯାଇଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

vi2qnbqg
ରୋଗୀଙ୍କ ସହ ଥିବା ଜଣେ ମହିଳା କହିଛନ୍ତି, “ଏସବୁ କେବଳ ଲୋକ ଦେଖାଣିଆ। ୱାଟର କୁଲର ହସ୍ପିଟାଲରେ ପୂର୍ବରୁ ନଥିଲା। ତରବରିଆ ଭାବେ ଏହାକୁ ଲଗାଯାଇଛି।” ଆଉ ଜଣେ ମହିଳା କହିଛନ୍ତି, “ହସ୍ପିଟାଲରେ ଆବଶ୍ୟକ ସୁବିଧା ନାହିଁ। ମୋର୍ବି ବ୍ରିଜ ଭୁଶୁଡ଼ିବା ପରେ ରାତାରାତି ସବୁ କାମ ହେଉଛି। ପ୍ରଧାନମନ୍ତ୍ରୀ ମୋଦି ଆସିବା ଖବର ମିଳିବା ପରେ ଏଠାରେ କାମ ହୋଇଛି।”

ହସ୍ପିଟାଲରେ ଗ୍ରାଉଣ୍ଡ ଫ୍ଲୋର ପୂର୍ବରୁ ଖାଲିଥିଲା। ଏହାକୁ ରାତାରାତି ସଫା କରାଯିବା ସହ ଏଠାରେ ନୂଆ ବେଡ ପକା ଯାଇଥିଲା। ଏଠାରେ ପଡ଼ିଥିବା କିଛି ନୂଆ ଶିଟ୍ସରେ ଜାମନଗର ଠାରେ ଥିବା ଗୋଟିଏ ହସ୍ପିଟାଲରେ ଲୋଗ ରହିଛି। ପ୍ରତି ବେଡ୍‌ ପାଖରେ ରାତାରାତି ନୂଆ ଆଇଭି ଡ୍ରିପ ଷ୍ଟାଣ୍ଡ୍ସ ମଧ୍ୟ ରଖାଯାଇଛି।

ସେହିପରି ଟଏଲେଟରେ ନୂଆ ଟାଇଲ୍ସ ପକାଯିବା ସହ ୪୦ ଜଣ ପେଣ୍ଟର ରାତି ତମାମ କାମ କରି ମୋଦି ଆସିବାକୁ ଥିବା ୱାର୍ଡରେ ନୂଆ ରଙ୍ଗ ଦେଇଥିବା ଖବର ମିଳିଛି।

Hospital painted to cover up flaws to prepare for PM Modi's visit to Morbi,  say Congress, AAP - Finnoexpert

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe