Advertisment

କୁକୁର ପୋଷିଥିଲେ ସାବଧାନ, କାମୁଡିଲେ ଦେବାକୁ ପଡିବ ୧୦ ହଜାର ଟଙ୍କା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କୁକୁର କାମୁଡିବା ଘଟଣା ବଢ଼ିବାରେ ଲାଗିଛି। ବିଶେଷ କରି ପୋଷା କୁକୁର କାମୁଡାରେ ଅନେକ ଗୁରୁତର ହୋଇଥିବା ବେଳେ ଅନେକ ଜୀବନ ମଧ୍ୟ ଯାଇଛି। ଏହାକୁ ଦୃଷ୍ଟିରେ ରଖି ଏବେ ଜାରି କରାଯାଇଛି କଡା କଟକଣା। ଏଣିକି କୌଣସି ବ୍ୟକ୍ତିଙ୍କୁ ପୋଷା କୁକୁର କାମୁଡିଲେ ତା’ ମାଲିକଙ୍କୁ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା। କୁକୁର ମାଲିକଙ୍କୁ ଉକ୍ତ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଦେବାକୁ ପଡିବ ବୋଲି ନଏଡା […]

କୁକୁର ପୋଷିଥିଲେ ସାବଧାନ, କାମୁଡିଲେ ଦେବାକୁ ପଡିବ ୧୦ ହଜାର ଟଙ୍କା

Dog

Advertisment

ନୂଆଦିଲ୍ଲୀ: ଗତ କିଛି ଦିନ ହେବ କୁକୁର କାମୁଡିବା ଘଟଣା ବଢ଼ିବାରେ ଲାଗିଛି। ବିଶେଷ କରି ପୋଷା କୁକୁର କାମୁଡାରେ ଅନେକ ଗୁରୁତର ହୋଇଥିବା ବେଳେ ଅନେକ ଜୀବନ ମଧ୍ୟ ଯାଇଛି। ଏହାକୁ ଦୃଷ୍ଟିରେ ରଖି ଏବେ ଜାରି କରାଯାଇଛି କଡା କଟକଣା।

Advertisment

ଏଣିକି କୌଣସି ବ୍ୟକ୍ତିଙ୍କୁ ପୋଷା କୁକୁର କାମୁଡିଲେ ତା’ ମାଲିକଙ୍କୁ ଦେବାକୁ ପଡିବ ମୋଟା ଅଙ୍କର ଜରିମାନା। କୁକୁର ମାଲିକଙ୍କୁ ଉକ୍ତ ବ୍ୟକ୍ତିଙ୍କୁ ୧୦ ହଜାର ଟଙ୍କା ଦେବାକୁ ପଡିବ ବୋଲି ନଏଡା କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ସୂଚନାନୁସାରେ, ଯଦି କୌଣସି ପୋଷା କୁକୁର ଅଥବା ବିଲେଇ କାହାକୁ ଆକ୍ରମଣ କରେ ତା’ର ମାଲିକଙ୍କ ଉପରେ ୧୦,୦୦୦ ଟଙ୍କା ଜରିମାନା ପଡିବ ଏବଂ ଆହତଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ସେ ବହନ କରିବେ। ୨୦୨୩ ମାର୍ଚ୍ଚ ପହିଲାରୁ ଏହି ନିୟମ ଲାଗୁ ହେବ।

Advertisment

ବୁଲା କୁକୁରଙ୍କ ଦୌରାତ୍ମ୍ୟ ଏବଂ ପୋଷା କୁକୁରଙ୍କ ଆକ୍ରମଣ ପ୍ରସଙ୍ଗରେ ଆଲୋଚନା କରିବା ଲାଗି ଶନିବାର ନଏଡା କର୍ତ୍ତୃପକ୍ଷ ବୋର୍ଡ ମିଟିଙ୍ଗ୍ ଡକାଇଥିଲେ। ଏହି ବୈଠକ ଶେଷ ହେବା ଜାରି କରିଥିବା ଆଦେଶ ଅନୁସାରେ, ୨୦୨୩ ମାର୍ଚ୍ଚ ୧ ତାରିଖରୁ ଯଦି ପୋଷା କୁକୁର କି, ବିଲେଇ ଯୋଗୁଁ କୌଣସି ଅପ୍ରୀତିକର ଘଟଣା ଘଟେ, ତେବେ ତା’ର ମାଲିକଙ୍କ ଉପରେ ଅର୍ଥଦଣ୍ଡ ପଡ଼ିବ।

‘ପ୍ରାଣୀ ମଙ୍ଗଳ ବୋର୍ଡ’ ନିୟମ ଅନୁସାରେ, ନୀତି ନିର୍ଦ୍ଧାରଣ କରିବା ଲାଗି ଏହି ବୈଠକରେ ନଏଡ଼ା କର୍ତ୍ତୃପକ୍ଷ ସବିଶେଷ ଗାଇଡ୍‌ଲାଇନ୍ ଜାରି କରିଛନ୍ତି। ସେହିପରି, ୨୦୨୩ ମାର୍ଚ ସୁଦ୍ଧା ‘ନଏଡା ଅଥରିଟି ପେଟ୍ ରେଜିଷ୍ଟ୍ରେସନ୍ ଆପ୍‌’ ଜରିଆରେ ପୋଷା କୁକୁର ଓ ବିରାଡ଼ିମାନଙ୍କର ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି। ପୋଷାଜନ୍ତୁଙ୍କୁ ପଞ୍ଜିକରଣ ନ କଲେ ବି ଜରିମାନା ପଡ଼ିବ।

ଏହାଛଡ଼ା, କୁକୁରମାନଙ୍କୁ ଜଳାନ୍ତ ଙ୍କ-ନିରୋଧୀ ଟିକା ଦେବା ମଧ୍ୟ ବାଧ୍ୟତାମୂଳକ କରାଯାଇଛି। ଏହାକୁ ଉଲ୍ଲଂଘନ କଲେ ୨୦୨୩ ମାର୍ଚ୍ଚ ପହିଲାରୁ ମାସକୁ ୨୦୦୦ ଟଙ୍କା ଲେଖାଏଁ ଜରିମାନା ପଡ଼ିବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe