Advertisment

ଜି ନ୍ୟୁଜ୍‌ ଆଙ୍କର୍‌ ଗିରଫ, ମୁହାଁମୁହିଁ ହେଲେ ଦୁଇ ରାଜ୍ୟର ପୁଲିସ

ନୂଆଦିଲ୍ଲୀ: ଗିରଫ ହେଲେ ଜି ନ୍ୟୁଜ ଆଙ୍କର ରୋହିତ ରଞ୍ଜନ। ମଙ୍ଗଳବାର ନଏଡା ପୁଲିସ ତାଙ୍କୁ ଗିରଫ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଏକ ବିଭ୍ରାନ୍ତିକର ଭିଡିଓ ଉକ୍ତ ଟିଭି ଚ୍ୟାନେଲରେ ଦେଖାଇବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଭିଡିଓ ପାଇଁ ଚ୍ୟାନେଲ ମଧ୍ୟ କ୍ଷମା ମାଗିଛି। ତେବେ ନ୍ୟୁଜ୍‌ ଆଙ୍କରକୁ ଗିରଫ କରିବା ପାଇଁ ଦୁଇ ରାଜ୍ୟର ପୁଲିସ ମୁହାଁମୁହିଁ ହୋଇଥିବା ଏକ ଭିଡିଓ ସାମ୍ନାକୁ ଆସିଛି। ପ୍ରଥମେ […]

ଅଦ୍ୟତନ ହୋଇଛି
ଜି ନ୍ୟୁଜ୍‌ ଆଙ୍କର୍‌ ଗିରଫ, ମୁହାଁମୁହିଁ ହେଲେ ଦୁଇ ରାଜ୍ୟର ପୁଲିସ

zee news anchor arrest

Advertisment

ନୂଆଦିଲ୍ଲୀ: ଗିରଫ ହେଲେ ଜି ନ୍ୟୁଜ ଆଙ୍କର ରୋହିତ ରଞ୍ଜନ। ମଙ୍ଗଳବାର ନଏଡା ପୁଲିସ ତାଙ୍କୁ ଗିରଫ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଏକ ବିଭ୍ରାନ୍ତିକର ଭିଡିଓ ଉକ୍ତ ଟିଭି ଚ୍ୟାନେଲରେ ଦେଖାଇବା ପରେ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଭିଡିଓ ପାଇଁ ଚ୍ୟାନେଲ ମଧ୍ୟ କ୍ଷମା ମାଗିଛି। ତେବେ ନ୍ୟୁଜ୍‌ ଆଙ୍କରକୁ ଗିରଫ କରିବା ପାଇଁ ଦୁଇ ରାଜ୍ୟର ପୁଲିସ ମୁହାଁମୁହିଁ ହୋଇଥିବା ଏକ ଭିଡିଓ ସାମ୍ନାକୁ ଆସିଛି।

Advertisment

ପ୍ରଥମେ ଛତିଶଗଡ ପୁଲିସ ନ୍ୟୁଜ୍‌ ଆଙ୍କର ରୋହିତଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରିଥିଲା। ଏତିକି ବେଳେ ନଏଡା ପୁଲିସ ଏହି ଘଟଣାରେ ନିଜ ମୁଣ୍ଡ ପୁରାଇଥିଲା। ରିପୋର୍ଟ ମୁତାବକ, ଛତିଶଗଡ ପୁଲିସ ଆଙ୍କରଙ୍କୁ ଗିରଫ କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିଲା ସେତେବେଳେ ରାଜୀବ ୟୁପି ପୁଲିସକୁ ଏନେଇ ଜଣାଇଥିଲେ। ଏଥିସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟ୍ୱିଟ୍‌ କରି ସହାୟତା ଲୋଡିଥିଲେ। ଏହା ପରେ ନଏଡା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଉଭୟ ରାଜ୍ୟର ପୁଲିସଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରେ ଛତିଶଗଡ ପୁଲିସର ଗିରଫଦାରୀରୁ ରାଜୀବଙ୍କୁ ରକ୍ଷା କରି ନଏଡା ପୁଲିସ ତାଙ୍କୁ ନିଜ ସାଙ୍ଗରେ ନେଇଯାଇଥିଲା।

ଉଲ୍ଲେଖଯୋଗ୍ୟ, କଂଗ୍ରେସ ନେତା ରାହୁଲ ଗାନ୍ଧି ୟାଏନାଡାରେ ତାଙ୍କ କାର୍ଯ୍ୟାଳୟ ଉପରେ ଆକ୍ରମଣ କରିଥିବା ଯୁବକଙ୍କୁ ନେଇ ଏକ ବୟାନ ଦେଇଥିଲେ। ସେହି ବୟାନକୁ ନ୍ୟୁଜ୍‌ ଆଙ୍କର ରାଜୀବ କହ୍ନେୟାଲାଲ ହତ୍ୟାକାଣ୍ଡ ସହ ଯୋଡି ନିଜ ନ୍ୟୁଜ୍‌ ଚ୍ୟାନେଲରେ ଦେଖାଇଥିଲେ। ଏହାକୁ ନେଇ ବିବାଦ ଉପୁଜିଥିଲା। ଉକ୍ତ ନ୍ୟୁଜ୍‌ ଆଙ୍କରଙ୍କ ବିରୋଧରେ ରାଜସ୍ଥାନ ଓ ଛତିଶଗଡରେ ମାମଲା ରୁଜୁ ହୋଇଥିଲା। ଏହି ଭିଡିଓକୁ ରାଜ୍ୟବର୍ଦ୍ଧନ ରାଠୋରଙ୍କ ଭଳି ବିଜେପି ନେତା ମଧ୍ୟ ଶେଆର କରିଥିଲେ। ତାଙ୍କ ବିରୋଧରେ ମଧ୍ୟ ଏଫ୍ଆଇଆର୍ ରୁଜୁ ହୋଇଛି। ପରେ ଏହି ଘଟଣାକୁ ନେଇ ଜି ଟିଭି ଓ ନ୍ୟୁଜ୍‌ ଆଙ୍କର ରାଜୀବ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କ୍ଷମା ମଧ୍ୟ ମାଗିଥିଲେ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe