Advertisment

ଟିକା ପାଇଁ ଆଉ ପଞ୍ଜିକରଣ କରିପାରିବେନି ସ୍ୱାସ୍ଥ୍ୟକର୍ମୀ

ନୂଆଦିଲ୍ଲୀ: ଏଣିକି କରୋନା ଟିକା ପାଇଁ ଆଉ ପଞ୍ଜିକରଣ କରିପାରିବେନି ସ୍ୱାସ୍ଥ୍ୟକର୍ମୀ। ଫ୍ରଣ୍ଟ ଲାଇନ୍‌ ୱର୍କରମାନେ ମଧ୍ୟ ନୂଆ ପଞ୍ଚିକରଣ କରିପାରିବେ ନାହିଁ। ଏହାଉପରେ ଏବେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏନେଇ ସବୁ ରାଜ୍ୟକୁ ଚିଠି ଲେଖି ଜଣାଇଛନ୍ତି। ଏହି ନିର୍ଦ୍ଦେଶକୁ ତତ୍‌କାଳ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାମୁତାବକ, ଗତ କିଛି ଦିନ ହେବ କେତେକ ନକଲି ପଞ୍ଜିକରଣ ମାମଲା ସାମ୍ନାକୁ ଆସିଛି। […]

author-image
Madhupriya Mistry
ଅଦ୍ୟତନ ହୋଇଛି
ଟିକା ପାଇଁ ଆଉ ପଞ୍ଜିକରଣ କରିପାରିବେନି ସ୍ୱାସ୍ଥ୍ୟକର୍ମୀ

Covid Vaccine

ନୂଆଦିଲ୍ଲୀ: ଏଣିକି କରୋନା ଟିକା ପାଇଁ ଆଉ ପଞ୍ଜିକରଣ କରିପାରିବେନି ସ୍ୱାସ୍ଥ୍ୟକର୍ମୀ। ଫ୍ରଣ୍ଟ ଲାଇନ୍‌ ୱର୍କରମାନେ ମଧ୍ୟ ନୂଆ ପଞ୍ଚିକରଣ କରିପାରିବେ ନାହିଁ। ଏହାଉପରେ ଏବେ କେନ୍ଦ୍ର ସରକାର ରୋକ ଲଗାଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଏନେଇ ସବୁ ରାଜ୍ୟକୁ ଚିଠି ଲେଖି ଜଣାଇଛନ୍ତି। ଏହି ନିର୍ଦ୍ଦେଶକୁ ତତ୍‌କାଳ ଲାଗୁ କରିବା ପାଇଁ କେନ୍ଦ୍ର ସରକାର ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ସୂଚନାମୁତାବକ, ଗତ କିଛି ଦିନ ହେବ କେତେକ ନକଲି ପଞ୍ଜିକରଣ ମାମଲା ସାମ୍ନାକୁ ଆସିଛି।  ସ୍ୱାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ୍‌ ୱର୍କର ନ ହୋଇଥିଲେ ସୁଦ୍ଧା କିଛି ଲୋକ ପଞ୍ଜିକରଣ କରି କରୋନା ଟିକା ନେଇଛନ୍ତି। ଏହି ଘଟଣା ଜଣାପଡିବା ପରେ ଏବେ ସଜାଗ ହୋଇପଡିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ନୂଆ ପଞ୍ଜିକରଣ ଉପରେ ରୋକ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ପୂର୍ବଭଳି ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ପଞ୍ଜିକରଣ କୋୱିନ୍‌ ପୋର୍ଟାଲରେ ଜାରି ରହିବ। ପୂର୍ବରୁ ପଞ୍ଜୀକୃତ ସ୍ୱାସ୍ଥ୍ୟସେବା ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ମଧ୍ୟ କରୋନା ଟିକା ଦିଆଯିବ। ଏଥିରେ କୌଣସି ପ୍ରତିବନ୍ଧକ ରହିବ ନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସ୍ପଷ୍ଟ କରିଛନ୍ତି।

Advertisment
Covid Vaccine