Advertisment

କଏଦୀମାନେ ଭୋଟ ଦେଇପାରିବେକି ନାହିଁ, କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଜେଲରେ ରହୁଥିବା କଏଦୀମାନେ ଭୋଟ୍‌ ଦେଇ ପାରିବେ କି ନାହିଁ। ଯଦି ଦେବେ ସମସ୍ତେ ଦେଇପାରିବେକି ନାହିଁ। ବିଚରାଧୀନ, ଦୋଷୀସାବ୍ୟସ୍ତ, ଜାମିନରେ ଥିବା ଅଭିଯୁକ୍ତଙ୍କ ବିଷୟରେ ସୁପିମକୋର୍ଟ ଜାଣିବାକୁ ଚାହିଁଛନ୍ତି। ଲୋକ ପ୍ରତିନିଧି ଅଧିନିୟମର ଧାରା ୬୨ (୫)କୁ ଚାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହି ଅଧିନିୟମ ଅନୁଯାୟୀ  କଏଦୀମାନଙ୍କୁ ଭୋଟ୍ ଦେବାର ଅଧିକାରରୁ ବଞ୍ଚିତ କରାଯାଉଛି। ଯାହା ସେମାନେ ତାଙ୍କ ମୌଳିକ ଅଧିକାରରୁ ବଞ୍ଚିତ […]

ସୁପ୍ରିମକୋର୍ଟଙ୍କ ପ୍ରଶ୍ନରେ ଯୋଗୀ ସରକାର ଛାନିଆ, ଆରମ୍ଭ ହେଲା ଗିରଫଦାରି

supreme-court

Advertisment

ନୂଆଦିଲ୍ଲୀ: ଜେଲରେ ରହୁଥିବା କଏଦୀମାନେ ଭୋଟ୍‌ ଦେଇ ପାରିବେ କି ନାହିଁ। ଯଦି ଦେବେ ସମସ୍ତେ ଦେଇପାରିବେକି ନାହିଁ। ବିଚରାଧୀନ, ଦୋଷୀସାବ୍ୟସ୍ତ, ଜାମିନରେ ଥିବା ଅଭିଯୁକ୍ତଙ୍କ ବିଷୟରେ ସୁପିମକୋର୍ଟ ଜାଣିବାକୁ ଚାହିଁଛନ୍ତି। ଲୋକ ପ୍ରତିନିଧି ଅଧିନିୟମର ଧାରା ୬୨ (୫)କୁ ଚାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଏହି ଅଧିନିୟମ ଅନୁଯାୟୀ  କଏଦୀମାନଙ୍କୁ ଭୋଟ୍ ଦେବାର ଅଧିକାରରୁ ବଞ୍ଚିତ କରାଯାଉଛି। ଯାହା ସେମାନେ ତାଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହେଉଛନ୍ତି।

Advertisment

ପ୍ରଧାନ ବିଚାରପତି ୟୁୟୁ ଲଳିତ ଏବଂ ଜଷ୍ଟିସ୍ ଏସ୍ ରବୀନ୍ଦ୍ର ଭଟ୍ଟ ଏବଂ ବେଲା ଏମ ତ୍ରିବେଦୀଙ୍କ ଏକ ୩ ଜଣିଆ ବେଞ୍ଚ ଭାରତ ସରକାର ଏବଂ ନିର୍ବାଚନ ଆୟୋଗଙ୍କଠାରୁ ଜବାବ ମାଗିଛନ୍ତି। ଜେଲରେ କଏଦୀ ମାନେ ଭୋଟ ଦେବାରୁ ବଞ୍ଚିତ ହେଉଥିବାରୁ ଏହାକୁ ନେଇ  ଆଦିତ୍ୟ ପ୍ରସନ୍ନ ଭଟ୍ଟାଚାର୍ଯ୍ୟ ଜନସ୍ୱାର୍ଥ ମକଦ୍ଦମା (ପିଆଇଏଲ) ରୁଜୁ କରିଛନ୍ତି। ଲୋକ ପ୍ରତିନିଧି ଅଧିନିୟମର ଧାରା ୬୨ (୫)କୁ ଅଧାର କରି ୨୦୧୯ରେ ଶ୍ରୀ ଭଟ୍ଟାଚାର୍ଯ୍ୟ ଆବେଦନ କରିଥିଲେ।  ନିର୍ବାଚନରେ କଏଦୀମାନେ ଭୋଟ ଦାନ ଅର୍ଥାତ ସେମାନେ ନିଜ ମୌଳି ଅଧିକାରରୁ ବଞ୍ଚିତ ହେଉଛନ୍ତି ବୋଲି ଦର୍ଶାଯାଇଥିଲା।

ତେବେ କେଉଁମାନେ ଭୋଟ ଦେଇପାରିବେନି ଅର୍ଥାତ ଯିଏ ଦୋଷୀ ସାବ୍ୟସ୍ତ , ଯିଏ ବିଚରାଧୀନ କିମ୍ବା କେହି ଜାମିନରେ ଆସିଛନ୍ତି, ସେନେଇ ସ୍ପଷ୍ଟ ହୋଇ ନାହିଁ। ସରକାର ଏବିଷୟରେ ସ୍ପଷ୍ଟ କରିବାର ଉଚିତ ବୋଲି ସେ ଆବେଦନରେ ଦର୍ଶାଇଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe