Advertisment

ଓବିସି ସଂରକ୍ଷଣ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ

ନୂଆଦିଲ୍ଲୀ: ସାମାଜିକ ନ୍ୟାୟ ପାଇଁ ପାଠ ପଢିବାରେ ସାମାଜିକ ବର୍ଗ (ଓବିସି)କୁ ସଂରକ୍ଷଣ ଦେବା ଉଚିତ। ପାଠ ପଢାରେ ଯୋଗ୍ୟତା ଏବଂ ସଂରକ୍ଷଣ ଦେବା ପରସ୍ପରର ବିପରୀତ ନୁହଁ। ପଛୁଆବର୍ଗଙ୍କୁ ନେଇ ଦୀର୍ଘଦିନ ଧରି NEET ମେଡିକାଲ ନାମଲେଖାରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବା ନେଇ ଚାଲିଥିବା ବିଭିନ୍ନ ଆଲୋଚନାର ବିରାମ ଲଗାଇଛନ୍ତି ସୁପ୍ରିମକୋର୍ଟ। ଡାକ୍ତରୀ ପାଠ ପଢାରେ ଯୋଗ୍ୟତା ଉପରେ ଗୁରୁତ୍ୱ ଦିଆଯିବା ଦରକାର, ସଂରକ୍ଷଣ ନୁହଁ ବୋଲି ଦାବି ହେଉଥିଲା । ଏହାପରେ କେନ୍ଦ୍ର ସରକାରଙ୍କ […]

ଅଦ୍ୟତନ ହୋଇଛି
‘ରାଜଦ୍ରୋହ’ କଦାପି ‘ଦେଶଦ୍ରୋହ’ ନୁହେଁ!

supreme court

Advertisment

ନୂଆଦିଲ୍ଲୀ: ସାମାଜିକ ନ୍ୟାୟ ପାଇଁ ପାଠ ପଢିବାରେ ସାମାଜିକ ବର୍ଗ (ଓବିସି)କୁ ସଂରକ୍ଷଣ ଦେବା ଉଚିତ। ପାଠ ପଢାରେ ଯୋଗ୍ୟତା ଏବଂ ସଂରକ୍ଷଣ ଦେବା ପରସ୍ପରର ବିପରୀତ ନୁହଁ। ପଛୁଆବର୍ଗଙ୍କୁ ନେଇ ଦୀର୍ଘଦିନ ଧରି NEET ମେଡିକାଲ ନାମଲେଖାରେ ପଛୁଆବର୍ଗଙ୍କୁ ସଂରକ୍ଷଣ ଦେବା ନେଇ ଚାଲିଥିବା ବିଭିନ୍ନ ଆଲୋଚନାର ବିରାମ ଲଗାଇଛନ୍ତି ସୁପ୍ରିମକୋର୍ଟ। ଡାକ୍ତରୀ ପାଠ ପଢାରେ ଯୋଗ୍ୟତା ଉପରେ ଗୁରୁତ୍ୱ ଦିଆଯିବା ଦରକାର, ସଂରକ୍ଷଣ ନୁହଁ ବୋଲି ଦାବି ହେଉଥିଲା । ଏହାପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ୨୭ ପ୍ରତିଶତ ସଂରକ୍ଷଣକୁ ଚ୍ୟାଲେଞ୍ଜ କରି କୋର୍ଟରେ ମାମଲା ଚାଲିଥିଲା ।

Advertisment

ସୁପ୍ରିମକୋର୍ଟ କହିଛନ୍ତି ଯେ ଅଲ ଇଣ୍ଡିଆ କୋଟାରେ ୨୭ ପ୍ରତିଶତ ସଂରକ୍ଷଣ ସାମ୍ବିଧାନିକ ବୈଧତା ରହିଛି । ଏମିତିରି କେନ୍ଦ୍ର ଏପରି ସଂରକ୍ଷଣ ଦେବା ପୂର୍ବରୁ କୋର୍ଟର ଅନୁମତି ନେବା ଆବଶ୍ୟକ ନାହିଁ। ସଂରକ୍ଷଣ ଦେବା ପାଇଁ କେନ୍ଦ୍ର ପୂର୍ବରୁ ନେଇଥିବା ନିଷ୍ପତ୍ତି ଠିକ୍ ବୋଲି ସୁପ୍ରିମକୋର୍ଟରେ ଜଷ୍ଟିସ୍ ଡିଏ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ଏସ୍ ବୋପାନ୍ନାଙ୍କ ସ୍ୱତନ୍ତ୍ର ବେଞ୍ଚ କହିଛନ୍ତି । ତେଣୁ ମେଡିକାଲ ସିଟରେ ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରିବାକୁ କେନ୍ଦ୍ରର ନିଷ୍ପତ୍ତିକୁ କୋର୍ଟ ସମର୍ଥନ କରିଛି।

ସୁପ୍ରିମକୋର୍ଟ ଏହି ରାୟରେ କହିଛନ୍ତି ଯେ ଯୋଗ୍ୟତା ସହିତ ସଂରକ୍ଷଣ ମଧ୍ୟ ଦିଆଯାଇପାରିବ। ଏହାକୁ ବିରୋଧ ବୋଲି କୁହାଯିବନି। ଏଥିସହ ସୁପ୍ରିମକୋର୍ଟ କହିଛନ୍ତି ଯେ ସଂରକ୍ଷଣ ଏବଂ ଯୋଗ୍ୟତା ପରସ୍ପରର ବିପରୀତ ନୁହେଁ। ସାମାଜିକ ନ୍ୟାୟ ପାଇଁ ସଂରକ୍ଷଣ ଆବଶ୍ୟକ। ନିକଟରେ ଆର୍ଥିକ ଦୁର୍ବଳ ଶ୍ରେଣୀ ବା ଇଡବ୍ଲୁଏସ୍‌ ବର୍ଗ (ଆଠ ଲକ୍ଷ ବାର୍ଷିକ)ଙ୍କୁ କାଉନସେଲିଂରେ ସଂରକ୍ଷଣ ଦେବାକୁ ଅନୁମତି ଦେଇଛନ୍ତି । କୋଟା ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟା ଶୀଘ୍ର ଶୁଣାଣି କରିବାକୁ ପ୍ରଧାନ ବିଚାରପତିଙ୍କୁ ଦାବି କରିଛନ୍ତି।

Advertisment

ଏବେ ଏନଇଇଟି ନାମଲେଖା ଚାଲିଥିବା ବେଳେ ସୁପ୍ରିମକୋର୍ଟଙ୍କ ଏପରି ରାୟକୁ ବିଭିନ୍ନ ଆଡୁ ସ୍ୱାଗତ କରାଯାଇଛି । ଏହାବାଦ ୫ ରାଜ୍ୟରେ ନିର୍ବାଚନୀ ପ୍ରଚାର ଜମୁଥିବାବେଳେ ପାଠ ପଢାରେ ପଛୁଆବର୍ଗଙ୍କୁ କେନ୍ଦ୍ରର ୨୭ ପ୍ରତିଶତ ସଂରକ୍ଷଣ ନିଷ୍ପତିକୁ ସୁପ୍ରିମକୋର୍ଟ ଯଥାର୍ଥ କହିଥିବାରୁ ଏହା ଶାସକ ବିଜେପିକୁ ବେଶ ସୁହାଇଛି ।

ସୂଚନାଯୋଗ୍ୟ, କାଉନସେଲିଂରେ, ଏସସି ପାଇଁ ୧୫ ପ୍ରତିଶତ ସିଟ୍, ୭.୫ ପ୍ରତିଶତ ଏସଟିଙ୍କ ପାଇଁ ସେହିପରି ଓବିସିଙ୍କ ପାଇଁ ୨୭ ପ୍ରତିଶତ ଏବଂ ୧୦ ପ୍ରତିଶତ ଇଡବ୍ଲଏସ୍‌, ଦିବ୍ୟାଙ୍ଗ ପାଇଁ ୫ ପ୍ରତିଶତ ସଂରକ୍ଷଣ ରହିଛି । କିନ୍ତୁ ପାର୍ଥକ୍ୟ ହେଉଛି ପୂର୍ବରୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହି ସଂରକ୍ଷଣ ଥିଲା, କିନ୍ତୁ ଏଥର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ କଲେଜରେ ମଧ୍ୟ ଲାଗୁ ହେବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe