Advertisment

କରୋନା ଆକ୍ଟିଭ କେସ୍‌: ଟପ୍‌ ୧୦ରେ ଓଡ଼ିଶା

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ଦୈନିକ ସଂକ୍ରମଣ ୮ ମାସର ରେକର୍ଡ ଭାଙ୍ଗିଛି। ଦିନକରେ ୩ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କରୋନା ଆଉ ୩୮୦ ଜଣଙ୍କ ଜୀବନ ନେଇଛି। ସଂକ୍ରମଣ ବଢ଼ୁଥିବାରୁ ଦେଶରେ ସକ୍ରିୟ ରୋଗୀ ବା ଆକ୍ଟିଭ କେସ୍‌ ମଧ୍ୟ ବଢ଼ୁଛି। ଏବେ ସର୍ବାଧିକ ସକ୍ରିୟ ରୋଗୀ ଥିବା ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଥିବା ସ୍ୱାସ୍ଥ୍ୟ […]

author-image
Hemant Lenka
କରୋନା ଆକ୍ଟିଭ କେସ୍‌: ଟପ୍‌ ୧୦ରେ ଓଡ଼ିଶା

Corona

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ଦ୍ରୁତ ଗତିରେ ମାଡ଼ି ଚାଲିଛି। ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାର ଦୈନିକ ସଂକ୍ରମଣ ୮ ମାସର ରେକର୍ଡ ଭାଙ୍ଗିଛି। ଦିନକରେ ୩ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି କରୋନା ଆଉ ୩୮୦ ଜଣଙ୍କ ଜୀବନ ନେଇଛି।

Advertisment

ସଂକ୍ରମଣ ବଢ଼ୁଥିବାରୁ ଦେଶରେ ସକ୍ରିୟ ରୋଗୀ ବା ଆକ୍ଟିଭ କେସ୍‌ ମଧ୍ୟ ବଢ଼ୁଛି। ଏବେ ସର୍ବାଧିକ ସକ୍ରିୟ ରୋଗୀ ଥିବା ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ସବୁଠାରୁ ଅଧିକ ସକ୍ରିୟ ରୋଗୀ ଥିବା ରାଜ୍ୟ ଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ୧ନଂ ସ୍ଥାନରେ ରହିଛି। ଏଥିସହ ଟପ୍ ୧୦ ରାଜ୍ୟଗୁଡ଼ିକ ମଧ୍ୟରେ କର୍ଣ୍ଣାଟକା, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ, ଗୁଜରାଟ, ଓଡ଼ିଶା, ଦିଲ୍ଲୀ ଓ ରାଜସ୍ଥାନ ରହିଛନ୍ତି।

Advertisment

୪ ସପ୍ତାହ ହେଲାଣି ବିଶ୍ୱର ଦୈନିକ ସଂକ୍ରମଣ କ୍ଷେତ୍ରରେ ଏସିଆର ଭାଗ ଅଧିକ ରହୁଛି। ପୂର୍ବରୁ ଏହା ପ୍ରାୟ ୭.୯% ଥିଲା। କିନ୍ତୁ ଏବେ ୧୮.୪%କୁ ବୃଦ୍ଧି ପାଇଛି। ଭାରତରେ ମଧ୍ୟ କରୋନାର ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବଢ଼ୁଛି।

ମହାରାଷ୍ଟ୍ର, କର୍ଣ୍ଣାଟକା, ତାମିଲନାଡୁ, କେରଳ, ଦିଲ୍ଲୀ ଓ ଉତ୍ତର ପ୍ରଦେଶ ସ୍ଥିତି ଚିନ୍ତା ଜନକ। ଏଥିପାଇଁ ଏହି ସବୁ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ ଟିମ ପଠା ଯାଇଛି। ସେମାନେ ନିୟମିତ ସ୍ଥିତିର ସମୀକ୍ଷା କରୁଥିବା ସେ କହିଛନ୍ତି।

ଶ୍ରୀ ଭୂଷଣଙ୍କ ସୂଚନା ଅନୁଯାୟୀ, ଏବେ ମହାରାଷ୍ଟ୍ରରେ ୨,୬୮,୪୮୪ ଜଣ ସକ୍ରିୟ ରୋଗୀ ଅଛନ୍ତି। ଅବଶ୍ୟ ଏହା ଗତକାଲି ତୁଳନାରେ ୨୯୪୩ କମ। ସେହିପରି କର୍ଣ୍ଣାଟକାରେ ୨,୬୭,୬୭୯, ତାମିଲନାଡୁରେ ୧,୭୦,୬୬୧, କେରଳରେ ୧,୬୯,୧୦୯, ପଶ୍ଚିମବଙ୍ଗରେ ୧,୫୧,୭୦୨, ଉତ୍ତର ପ୍ରଦେଶରେ ୯୮,୨୩୮, ଗୁଜରାଟରେ ୯୦,୭୨୬, ଓଡ଼ିଶାରେ ୭୮,୦୩୮, ଦିଲ୍ଲୀରେ ୭୫,୨୮୨ ଓ ରାଜସ୍ଥାନରେ ୭୪,୫୬୧ ଜଣ ଆକ୍ଟିଭ କେସ୍‌ ରହିଛି।


ଟିକାକରଣ ସମ୍ପର୍କରେ ମଧ୍ୟ ଶ୍ରୀ ଭୂଷଣ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବିଜ୍ଞାନ ଭିତ୍ତିକ ତଥ୍ୟକୁ ଆଧାର କରି ଟିକାକରଣ ପରିସୀମାକୁ ବୃଦ୍ଧି କରାଯିବ। ତଥ୍ୟ ମିଳିବା ପରେ ୧୫ ବର୍ଷରୁ କମ ବୟସ୍କଙ୍କ ଟିକାକରଣ ସମ୍ପର୍କରେ ନିଷ୍ପତ୍ତି ହେବ। ବର୍ତ୍ତମାନ ଦେଶରେ ୭୨% ହିତାଧିକାରୀଙ୍କୁ କରୋନା ଟିକାର ଦୁଇଟି ଯାକ ଡୋଜ୍ ଦିଆଯାଇ ସାରିଛି।

ଟିକାକରଣ ପାଇଁ କରୋନା ମୃତ୍ୟୁ ଭାରତରେ କ୍ରମାଗତ ଭାବେ ହ୍ରାସ ପାଉଛି। ଟିକାକରଣ ଯୋଗୁ ତୃତୀୟ ୱେଭରେ ଆମେ ଗୁରୁତର ରୋଗ କିମ୍ବା ମୃତ୍ୟୁ ରେଡର୍କ କରିନୁ। ଏଯାଏ ୧୫ରୁ ୧୮ ବର୍ଷ ବର୍ଗ ମଧ୍ୟରେ ଥିବା ଦେଶର ୫୨% ପିଲା କରୋନା ଟିକାର ପ୍ରଥମ ଡୋଜ୍‌ ନେଇ ସାରିଥିବା ସେ କହିଛନ୍ତି।