Advertisment

ବିଜେପି ବିଧାୟକଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେଲେ ୩୦ ପ୍ରଶାସନିକ ଅଧିକାରୀ

ଗୌହାଟୀ: ଆସାମର ଜଣେ ବିଜେପି ବିଧାୟକଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନିକଟରେ ଫେରାଦ ହୋଇଛନ୍ତି ୩୦ ଜଣ ପ୍ରଶାସନିକ ଅଧିକାରୀ। ଏହି ସମସ୍ତ ଅଧିକାରୀ ହେଉଛନ୍ତି ଆସାମ ପ୍ରଶାସନିକ ସେବାର। କଛାର ଜିଲ୍ଲାରେ କାର୍ଯ୍ୟରତ ଏହି ପ୍ରଶାସନିକ ଅଧିକାରୀମାନେ ଲଖୀପୁର ବିଧାନସଭା ଆସନରୁ ବିଜୟୀ ହୋଇଥିବା ବିଜେପି ନେତା କୌଶିକ ରାୟଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ବିଧାୟକ ଶ୍ରୀ ରାୟ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିବା […]

ଅଦ୍ୟତନ ହୋଇଛି
ବିଜେପି ବିଧାୟକଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଫେରାଦ ହେଲେ ୩୦ ପ୍ରଶାସନିକ ଅଧିକାରୀ

himant-biswa-sharma

Advertisment

ଗୌହାଟୀ: ଆସାମର ଜଣେ ବିଜେପି ବିଧାୟକଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ନିକଟରେ ଫେରାଦ ହୋଇଛନ୍ତି ୩୦ ଜଣ ପ୍ରଶାସନିକ ଅଧିକାରୀ। ଏହି ସମସ୍ତ ଅଧିକାରୀ ହେଉଛନ୍ତି ଆସାମ ପ୍ରଶାସନିକ ସେବାର।

Advertisment

କଛାର ଜିଲ୍ଲାରେ କାର୍ଯ୍ୟରତ ଏହି ପ୍ରଶାସନିକ ଅଧିକାରୀମାନେ ଲଖୀପୁର ବିଧାନସଭା ଆସନରୁ ବିଜୟୀ ହୋଇଥିବା ବିଜେପି ନେତା କୌଶିକ ରାୟଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ବିଧାୟକ ଶ୍ରୀ ରାୟ କାର୍ଯ୍ୟରତ ପ୍ରଶାସନିକ ଅଧିକାରୀମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ଅପମାନିତ କରୁଛନ୍ତି ଓ ଧମକ ଦେଉଛନ୍ତି।

ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ସ୍ମାରକପତ୍ରରେ ବିଧାୟକ ଶ୍ରୀ ରାୟଙ୍କ ଦୁର୍ବ୍ୟବହାର ସମ୍ପର୍କିତ ଅନେକ ଉଦାହରଣ ଉଲ୍ଲେଖ କରିଛନ୍ତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଜଣେ ବିଡିଓଙ୍କୁ ମାଡ଼ମାରିବା ଉଚିତ୍ ବୋଲି ସେ କହିଥିଲେ। ଜଣେ ପ୍ରଶାସନିକ ଅଧିକାରୀଙ୍କୁ ସେ ଚାଉଳ ଚୋର ବୋଲି କହିବା ସହିତ ତାଙ୍କ ଶରୀର ପୋକ ହୋଇଯାଉ ବୋଲି କହିଥିଲେ। ସେହିଭଳି ଅନ୍ୟ ଏକ ଘଟଣାର ଉଦାହରଣ ଦେଇ ସେମାନେ ଅଭିଯୋଗ କରିଛନ୍ତି ଯେ ବିଧାୟକ ଶ୍ରୀ ରାୟ ଜଣେ ସର୍କଲ ଅଫିସରଙ୍କୁ ପିଟିବେ ବୋଲି କହିଥିଲେ। ବିଭିନ୍ନ ସମୟରେ ସେ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ଅତି କଟୁ ଓ ଅଶ୍ଳୀଳ ଶବ୍ଦର ବ୍ୟବହାର କରନ୍ତି। ଏହା ସହିତ ସେ ଆସାମ ପ୍ରଶାସନିକ ସେବାର ସମସ୍ତ ଅଧିକାରୀଙ୍କର ନିଷ୍ଠା ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି। ବିଧାୟକଙ୍କ ଏଭଳି କାର୍ଯ୍ୟ ସେମାନଙ୍କ ମନୋବଳକୁ ଭାଙ୍ଗି ଦେଉଥିବା ଏହି ୩୦ ପ୍ରଶାସନିକ ଅଧିକାରୀ କହିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe