Advertisment

ମନୀଷ ସିସୋଦିଆଙ୍କ ପାଇଁ କଂଗ୍ରେସକୁ ଟାର୍ଗେଟ କଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ: ନୂଆ ଅବକାରୀ ନୀତିକୁ ନେଇ ସିବିଆଇ ରେଡରେ ଫସିଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା। ସେ ସିବିଆଇ କାର୍ଯ୍ୟାନୁଷ୍ଠାନ ପରେ କଂଗ୍ରେସର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ କେମିତି ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନରେ ଦୋମୁହାଁ ନୀତି ଅବଲମ୍ବନ କରୁଛି, ସେକଥା ଓମାର ଅବଦୁଲ୍ଲା ସର୍ବସମ୍ମୁଖରେ କହିଛନ୍ତି। ଦିଲ୍ଲୀର ଅବକାରୀ ନୀତିରେ ବ୍ୟାପକ ଅନିୟମିତତା […]

ମନୀଷ ସିସୋଦିଆଙ୍କ ପାଇଁ କଂଗ୍ରେସକୁ ଟାର୍ଗେଟ କଲେ ଓମାର ଅବଦୁଲ୍ଲା

Omar

Advertisment

ନୂଆଦିଲ୍ଲୀ: ନୂଆ ଅବକାରୀ ନୀତିକୁ ନେଇ ସିବିଆଇ ରେଡରେ ଫସିଥିବା ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପାଇଁ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ନ୍ୟାଶନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା। ସେ ସିବିଆଇ କାର୍ଯ୍ୟାନୁଷ୍ଠାନ ପରେ କଂଗ୍ରେସର ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ କେମିତି ସିବିଆଇ ଓ ଇଡି ଭଳି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାନୁଷ୍ଠାନରେ ଦୋମୁହାଁ ନୀତି ଅବଲମ୍ବନ କରୁଛି, ସେକଥା ଓମାର ଅବଦୁଲ୍ଲା ସର୍ବସମ୍ମୁଖରେ କହିଛନ୍ତି।

Advertisment

ଦିଲ୍ଲୀର ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗରେ ସିବିଆଇ ସିସୋଦିଆଙ୍କ ଘର ଓ ଅଫିସରେ ରେଡ୍‌ କରିଥିଲା। ଏହାକୁ ଆଧାର କରି କଂଗ୍ରେସ ତାଙ୍କୁ ସମାଲୋଚନା କରିବା ସହ ଇସ୍ତଫା ଦାବି କରିଥିଲା। କଂଗ୍ରେସର ଏପରି ଦାବିକୁ ସମାଲୋଚନା କରିଛନ୍ତି ଅବଦୁଲ୍ଲା। ସେ କହିଛନ୍ତି, “ଏହା କେମିତି ସମ୍ଭବ? ଯେତେବେ ସିବିଆଇ/ଇଡି/ଏନଆଇଏ ଇତ୍ୟାଦି କଂଗ୍ରେସ ନେତାମାନଙ୍କ ପଛରେ ପଡ଼ନ୍ତି ସେତେବେଳେ ଏହି ସଂସ୍ଥାଗୁଡ଼ିକ ବିଜେପିର ଏଜେଣ୍ଡ ହୋଇଯାଆନ୍ତି। କିନ୍ତୁ ଯେତେବେଳେ ଆପ୍‌ ନେତାମାନଙ୍କୁ ଟାର୍ଗେଟ କରାଯାଏ ଏହି ସଂସ୍ଥାଗୁଡ଼ିକର ବିଶ୍ୱସନୀୟତା ଫେରିଆସେ। ଗୋଟିଏ ସମୟରେ ଏହି ସଂସ୍ଥାଗୁଡ଼ିକ କେମିତି ବିଶ୍ୱସନୀୟ ଓ ଅବିଶ୍ୱସନୀୟ ହୋଇପାରନ୍ତି?”

ଆଉ ଏକ ଟ୍ୱିଟରେ ଅବଦୁଲ୍ଲା କହିଛନ୍ତି, “ମୁଁ ଆପ୍‌ର ସୁବିଧାବାଦୀ ରାଜନୀତିକୁ ଅଣଦେଖା କରୁନାହିଁ। ୨୦୧୯ରେ ଜମ୍ମୁ-କଶ୍ମୀର ଏହାକୁ ଦେଖି ସାରିଛି। ତଦନ୍ତକାରୀ ସଂସ୍ଥାକୁ ନେଇ କଂଗ୍ରେସର ଦୁଇ ବିପରୀତ ଆଭିମୁଖ୍ୟକୁ ନେଇ ମୁଁ କେବଳ ପ୍ରଶ୍ନ ଉଠାଇଛି।”

Advertisment

ନିକଟରେ ନ୍ୟାଶନାଲ ହେରାଲ୍ଡ ମାମଲାରେ ଇଡି ସୋନିଆ ଗାନ୍ଧିଙ୍କୁ ଜେରା କରିବାରୁ କଂଗ୍ରେସ କର୍ମୀମାନେ ରାଜରାସ୍ତାରେ ବଡ଼ ବିକ୍ଷୋଭ କରିଥିଲେ। ହେଲେ ମନୀଷ ସିସୋଦିଆଙ୍କ ଘରେ ସିବିଆଇ ରେଡ୍‌ ବେଳେ କଂଗ୍ରେସ ଚୁପ ରହିବା ବିରୋଧୀଙ୍କ ଏକତା ପ୍ରତି ପ୍ରଶ୍ନ ଉଠାଇଛି। ସେହିପରି ରାହୁଲ ଗାନ୍ଧି ଓ ସୋନିଆ ଗାନ୍ଧିଙ୍କୁ ଇଡିର ଜେରା ବେଳେ ଆପ୍‌ ଏହାକୁ ନିନ୍ଦା କରି ନଥିଲେ। ତେଣୁ ଏବେ ସିସୋଦିଆଙ୍କ ଘରେ ସିବିଆଇ ରେଡକୁ ନେଇ କଂଗ୍ରେସ ତାଙ୍କ ଇସ୍ତଫା ଦାବି କରିଥିବା କୁହାଯାଉଛି।

ଅନ୍ୟପକ୍ଷରେ ସିସୋଦିଆଙ୍କ ଘରେ ସିବିଆଇ ରେଡ୍‌କୁ ମମତା ବାନାର୍ଜୀଙ୍କ ଟିଏମସି ଓ କେସିଆରଙ୍କ ଟିଆରଏସ ସମାଲୋଚନା କରିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe