Advertisment

ଡେଲ୍ଟା ତୁଳନାରେ ଓମିକ୍ରନ ଦ୍ୱାରା ପୁନଃ ସଂକ୍ରମଣର ଆଶଙ୍କା ୩ ଗୁଣ ଅଧିକ

ନୂଆଦିଲ୍ଲୀ: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ପ୍ରଥମେ ଏହି ଭାରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିବା ବେଳେ ଏବେ ୩୦ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି। ଏସବୁ ଭିତରେ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଗବେଷଣାରୁ ନୂଆ ତଥ୍ୟ ହାସଲ କରିଛନ୍ତି। ପ୍ରାଥମିକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଡେଲ୍ଟା ଓ ବିଟା ତୁଳନାରେ ଓମିକ୍ରନ୍ ଭାରିଆଣ୍ଟରେ ପୁନଃ ସଂକ୍ରମଣ ହେବାର ଆଶଙ୍କା ତିନି ଗୁଣ ଅଧିକ। ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା […]

ଡେଲ୍ଟା ତୁଳନାରେ ଓମିକ୍ରନ ଦ୍ୱାରା ପୁନଃ ସଂକ୍ରମଣର ଆଶଙ୍କା ୩ ଗୁଣ ଅଧିକ

Omicron1

Advertisment

ନୂଆଦିଲ୍ଲୀ: ମହାମାରୀ କରୋନାର ମାରାତ୍ମକ ରୂପ ଓମିକ୍ରନକୁ ନେଇ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ପ୍ରଥମେ ଏହି ଭାରିଏଣ୍ଟ ଦକ୍ଷିଣ ଆଫ୍ରିକାରେ ଠାବ ହୋଇଥିବା ବେଳେ ଏବେ ୩୦ରୁ ଅଧିକ ଦେଶକୁ ବ୍ୟାପି ସାରିଲାଣି। ଏସବୁ ଭିତରେ ଦକ୍ଷିଣ ଆଫ୍ରିକାର ବୈଜ୍ଞାନିକମାନେ ଗବେଷଣାରୁ ନୂଆ ତଥ୍ୟ ହାସଲ କରିଛନ୍ତି।

Advertisment

ପ୍ରାଥମିକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଡେଲ୍ଟା ଓ ବିଟା ତୁଳନାରେ ଓମିକ୍ରନ୍ ଭାରିଆଣ୍ଟରେ ପୁନଃ ସଂକ୍ରମଣ ହେବାର ଆଶଙ୍କା ତିନି ଗୁଣ ଅଧିକ। ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ଦ୍ୱାରା ସଂଗୃହୀତ ତଥ୍ୟକୁ  ଆଧାରିତ କରି ଏପରି ରିପୋର୍ଟ ପ୍ରକାଶ କରାଯାଇଛି। ଏହାକୁ ମେଡିକାଲ୍ ପ୍ରିଣ୍ଟର୍ ସରଭର୍‌ରେ ଅପଲୋଡ୍ କରାଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ରିପୋର୍ଟର ସମୀକ୍ଷା କରାଯାଇ ନାହିଁ।

ନଭେମ୍ବର ୨୭ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇଥିବା ୨୮ ଲକ୍ଷ ଲୋକଙ୍କ ମଧ୍ୟରୁ ୩୫,୬୭୦ ଜଣ ପୁନଃ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ଯଦି କୌଣସି ବ୍ୟକ୍ତିଙ୍କ କରୋନାର ସୁସ୍ଥ ହେବାର ୯୦ ଦିନ ପରେ ରିପୋର୍ଟ ପଜିଟିଭ ଆସେ, ତା’ହେଲେ ଏହାକୁ ପୁନଃ ସଂକ୍ରମଣ ଭାବେ ବିବେଚନା କରାଯାଏ।

Advertisment


ଦକ୍ଷିଣ ଆଫ୍ରିକାର DSI-NRF ସେଣ୍ଟର୍ ଅଫ୍ ଏକ୍ସଲେନ୍ସର ନିର୍ଦ୍ଦେଶକ ଜୁଲିଏଟ୍ ପୁଲିୟମ୍ ଟ୍ୱିଟ୍ କରି କହିଛନ୍ତି ଯେ ଓମିକ୍ରନ ଡେଲ୍ଟା ଅପେକ୍ଷା ୩ ଗୁଣ ଅଧିକ ପୁନଃ ସଂକ୍ରମଣ କରିବାର କ୍ଷମତା ରଖିଛି। ପ୍ରଥମ ସଂକ୍ରମଣ ପରେ ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧକ ଶକ୍ତିଙ୍କୁ ଏହା ମାତ୍‌ ଦେଇପାରୁଛି। ଦକ୍ଷିଣ ଆଫ୍ରିକାରେ କରୋନାରେ ଆକ୍ରାନ୍ତ ହୋଇଥିବା ଲୋକମାନେ ପୂର୍ବରୁ ୩ଟି ଯାକ ୱେଭ ବେଳେ ମଧ୍ୟ ସଂକ୍ରମିତ ହୋଇଥିଲେ।

ଏମାନଙ୍କ ମଧ୍ୟରୁ ଅଧିକାଂଶ ଡେଲ୍ଟା ଭାରିଏଣ୍ଟ ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତଥାପି ସେମାନଙ୍କୁ ଓମିକ୍ରନ ଆଟାକ କରିବାକୁ ସକ୍ଷମ ହେଉଛି। କେବଳ ସଂକ୍ରମଣ ଦ୍ୱାରା ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି ନୁହେଁ, ଟିକା ଦ୍ୱାରା ସୃଷ୍ଟି ହେଉଥିବା ଆଣ୍ଟିବଡିକୁ ମଧ୍ୟ ଓମିକ୍ରନ ମାତ ଦେବାର ଆଶଙ୍କା ରହୁଛି। ତଥାପି ଏହା ଉପରେ ଅଧିକ ଗବେଷଣାର ଆବଶ୍ୟକ। ସେହିପରି ଓମିକ୍ରନ ଜଣଙ୍କୁ କେତେ ମାତ୍ରାରେ ଗୁରୁତର କରୁଛି, ତା’ର ମଧ୍ୟ ଅନୁଧ୍ୟାଦନ ଜରୁରୀ ବୋଲି ସେ କହିଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe