Advertisment

ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ, ସତର୍କ ରହିବାକୁ ପରାମର୍ଶ

ମୁମ୍ବାଇ: ପୁଣି କାୟା ମେଲାଇଲାଣି ମହାମାରୀ କରୋନା। ମହାରାଷ୍ଟ୍ର ଓ କେରଳରେ ବଢ଼ି ଚାଲିଛି ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ସରକାର ଆଡଭାଇଜରୀ ଜାରି କରିଛନ୍ତି। ପୁଣେ ପରେ ଏବେ ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ ଏକ୍ସବିବି ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିଲାଗି ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ମୁମ୍ବାଇରେ ଗତ ତିନି ଦିନ ହେଲା ୧୫୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ଆଉ ସେମାନଙ୍କ ଭିତରୁ ପାଖାପାଖି ପ୍ରତିଦିନ ୧୦ ଜଣ ଲୋକ […]

ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ, ସତର୍କ ରହିବାକୁ ପରାମର୍ଶ

corona in Mumbai

Advertisment

ମୁମ୍ବାଇ: ପୁଣି କାୟା ମେଲାଇଲାଣି ମହାମାରୀ କରୋନା। ମହାରାଷ୍ଟ୍ର ଓ କେରଳରେ ବଢ଼ି ଚାଲିଛି ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ସରକାର ଆଡଭାଇଜରୀ ଜାରି କରିଛନ୍ତି। ପୁଣେ ପରେ ଏବେ ମୁମ୍ବାଇରେ କରୋନାର ନୂଆ ଭାରିଏଣ୍ଟ ଏକ୍ସବିବି ଚିହ୍ନଟ ହୋଇଥିବା ସୂଚନା ମିଳିଛି। ଏଥିଲାଗି ବିଶେଷଜ୍ଞମାନେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।

Advertisment

ମୁମ୍ବାଇରେ ଗତ ତିନି ଦିନ ହେଲା ୧୫୦ରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି, ଆଉ ସେମାନଙ୍କ ଭିତରୁ ପାଖାପାଖି ପ୍ରତିଦିନ ୧୦ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହେଉଛନ୍ତି। ଶୁକ୍ରବାର ମହାରାଷ୍ଟ୍ରରେ ମୋଟ ୪୭୭ ନୂଆ କୋଭିଡ୍ ମାମଲା ସାମ୍ନାକୁ ଆସିଥିଲା। ଯେଉଁଥିରେ କେବଳ ମୁମ୍ବାଇରୁ ହିଁ ୧୭୮ଟି ମାମଲା ଚିହ୍ନଟ ହୋଇଥିଲା।

ମିଡିଆ ରିପୋର୍ଟ ମୁତାବକ, ମୁମ୍ବାଇ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବା କଥା, ଶୀତ ଦିନେ କୋଭିଡ୍ ମାମଲାରେ ବୃଦ୍ଧି ଦେଖିବାକୁ ମିଳିଥାଏ। ତେବେ ବର୍ତ୍ତମାନ ସମୟରେ ଇନଫ୍ଲୁଏଞ୍ଜା ଭଳି ରୋଗୀଙ୍କ ଉପରେ କଡା ନଜର ରଖାଯାଇଛି। ସାମାନ୍ୟ ଖାସ କିମ୍ବା ସର୍ଦ୍ଦି ହେଲେ ଲୋକଙ୍କୁ ଟେଷ୍ଟ କରାଇବାକୁ କୁହାଯାଇଛି।

Advertisment

ସୂଚନା ମୁତାବକ, ଏହି ନୂଆ ଭାରିଏଣ୍ଟର ଲକ୍ଷଣ ଅନ୍ୟ କୋଭିଡ୍ ଭାରିଏଣ୍ଟ ଭଳି। ଦେହ ହାତ ବିନ୍ଧା ହେବା ସର୍ଦ୍ଦି, ଖାସ, ଜ୍ୱର ହେବା ଏହି ନୂଆ ଭାରିଏଣ୍ଟର ମୁଖ୍ୟ ଲକ୍ଷଣ। ତେବେ ମୁମ୍ବାଇ କୋଭିଡ୍ ଟାସ୍କ ଫୋର୍ସ ସଦସ୍ୟ ଡାକ୍ତର ରାହୁଲ ପଣ୍ଡିତଙ୍କ କହିବା ଅନୁସାରେ, ଯେତେବେଳେ ନୂଆ ଭାରିଏଣ୍ଟ ଆସେ, ସେତେବେଳେ ସଂକ୍ରମଣରେ ବୃଦ୍ଧି ଦେଖିବାକୁ ମିଳିଥାଏ। ଲୋକଙ୍କୁ ସାବଧାନ ରହିବାକୁ ପଡିବ। ତା’ ସହିତ ଲୋକମାନେ ମାସ୍କ ପିନ୍ଧିବା ଜାରି ରଖନ୍ତୁ ବୋଲି ସେ କହିଛନ୍ତି। ଦୀପାବଳି ସମୟରେ ବଜାରରେ ଭିଡ ଯୋଗୁ ସଂକ୍ରମଣ ମାମଲା ବଢ଼ିପାରେ ବୋଲି ମଧ୍ୟ ସେ ଆଶଙ୍କା କରିଛନ୍ତ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe