Advertisment

ଡରାଇଲେ ବିଲ୍ ଗେଟ୍‌ସ: ଘରେ ଘରେ ପହଞ୍ଚିବ ଓମିକ୍ରନ୍‌

ନୂଆଦିଲ୍ଲୀ: ଓମିକ୍ରନ୍ ଭ୍ୟାରିଆଣ୍ଟକୁ ନେଇ ଡରାଇଲେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍‌ସ। ମାନବ ସଭ୍ୟତା ପାଇଁ ଓମିକ୍ରନ୍‌ ଭ୍ୟାରିଆଣ୍ଟ ସବୁଠାରୁ ବିପଜ୍ଜନକ ହେବ ବୋଲି ସେ ଆକଳନ କରିଛନ୍ତି। ସମଗ୍ର ବିଶ୍ୱରେ ଏହି ଭ୍ୟାରିଆଣ୍ଟ ଦ୍ରୁତଗତିରେ ବ୍ୟାପିବ। ଏମିତିକି କରୋନାର ଏହି ନୂଆ ପ୍ରଜାତି ଘରେ ଘରେ ପହଞ୍ଚିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏନେଇ ବିଲ ଗେଟ୍‌ସ ଲଗାତାର ଟ୍ୱିଟ୍ କରି ଚେତାବନୀ ଦେଇଛନ୍ତି। ତାଙ୍କର ଅଧିକାଂଶ ଘନିଷ୍ଠ ବନ୍ଧୁମାନେ ଏହି ଭ୍ୟାରିଆଣ୍ଟରେ ଶିକାର ହୋଇଥିବାରୁ ସେ […]

author-image
Tapas Behera
ଅଦ୍ୟତନ ହୋଇଛି
କାହିଁକି ବିଲ୍ ଗେଟ୍ସଙ୍କୁ ଗିରଫ ପାଇଁ କରାଯାଉଛି ଦାବି? ୨୦୦୯ରେ କରିଥିଲେ ଏମିତି କାମ

Bill-Gates

ନୂଆଦିଲ୍ଲୀ: ଓମିକ୍ରନ୍ ଭ୍ୟାରିଆଣ୍ଟକୁ ନେଇ ଡରାଇଲେ ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍‌ସ। ମାନବ ସଭ୍ୟତା ପାଇଁ ଓମିକ୍ରନ୍‌ ଭ୍ୟାରିଆଣ୍ଟ ସବୁଠାରୁ ବିପଜ୍ଜନକ ହେବ ବୋଲି ସେ ଆକଳନ କରିଛନ୍ତି। ସମଗ୍ର ବିଶ୍ୱରେ ଏହି ଭ୍ୟାରିଆଣ୍ଟ ଦ୍ରୁତଗତିରେ ବ୍ୟାପିବ। ଏମିତିକି କରୋନାର ଏହି ନୂଆ ପ୍ରଜାତି ଘରେ ଘରେ ପହଞ୍ଚିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏନେଇ ବିଲ ଗେଟ୍‌ସ ଲଗାତାର ଟ୍ୱିଟ୍ କରି ଚେତାବନୀ ଦେଇଛନ୍ତି। ତାଙ୍କର ଅଧିକାଂଶ ଘନିଷ୍ଠ ବନ୍ଧୁମାନେ ଏହି ଭ୍ୟାରିଆଣ୍ଟରେ ଶିକାର ହୋଇଥିବାରୁ ସେ ତାଙ୍କ ଅଧିକାଂଶ  ହଲିଡେ ପ୍ଲାନ୍‌  ବାତିଲ କରିଛନ୍ତି। ସେ ଲେଖିଛନ୍ତି ଯେ, ଯେତେବେଳେ ଜୀବନ ସ୍ୱାଭାବିକ ଅବସ୍ଥାକୁ ଫେରୁଛି ଠିକ୍‌ ସେତିବେଳେ ଓମିକ୍ରନ ଭ୍ୟାରିଆଣ୍ଟ ଭୟଙ୍କର ରୂପ ଧାରଣ ପ୍ରବେଶ କରୁଛି।

Advertisment

ଏହି ଭ୍ୟାରିଆଣ୍ଟ ଘରେ ଘରେ ପହଞ୍ଚିବ ବୋଲି ସେ ଆକଳନ କରିଛନ୍ତି। ତାଙ୍କର ଅଧିକାଂଶ ବନ୍ଧୁ ଓମିକ୍ରନ୍ ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବାରୁ  ସେ ତାଙ୍କ ହଲିଡେ ପ୍ଲାନ ବାତିଲ କରିଇଥିବା କହିଛନ୍ତି। ସେପଟେ ଓମିକ୍ରନକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO)ର ମହା ମହାନିର୍ଦ୍ଦେଶକ କହିଛନ୍ତି ଯେ, ଲାଇଫ କ୍ୟାନସେଲ ଅପେକ୍ଷା ଇଭେଣ୍ଟ କ୍ୟାନ୍ସେଲ ଭଲ। ଆମେରିକାରେ ଏବେ ଓମିକ୍ରନ୍ ପ୍ରାଧାନ୍ୟ ବିସ୍ତାର କରିବାରେ ଲାଗିଛି ।  ଏହି ନୂଆ ଭ୍ରାରିଆଣ୍ଟରେ ୭୩% ଶିକାର ହୋଇସାରିଲେଣି।

ଅନ୍ୟ ଭାଇରସଠାରୁ ଓମିକ୍ରନନ୍ ସଂକ୍ରମିତ ଗିତିରେ ଖୁବ ଅଧିକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ କହିଛି।  ଆମେରିକା ଏହା ଡେଲଟା ରୂପ ଭଳି ଭୟଙ୍କର ହୋଇପାରେ। ଆମେମାନ ସତର୍କ ହେବା ଉଚିତ ବୋଲି ଡବ୍ଲ୍ୟୁଏଚଓ କହିଛି। ଓମିକ୍ରନ୍‌ ପ୍ରଭାବକୁ ଦୃଷ୍ଟିରେ ରଖି ବ୍ରିଟେନରେ ନୂଆ ବର୍ଷ ସେଲିବ୍ରେସନ ବାତିଲ କରାଯାଇଛି। ବ୍ରିଟେନରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୭,୦୦୦ ରୁ ଅଧିକ ଓମିକ୍ରନ୍ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି।  ସେପଟେ ଭାରତର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର କହିଛି ଯେ, ନୂତନ ଭ୍ୟାରିଆଣ୍ଟ ଡେଲଟା ଅପେକ୍ଷା ତିନି ଗୁଣ ସଂକ୍ରମିତ।

Advertisment
Omicron Virus