Advertisment

ଅଫତାବକୁ ନେଇ ଯାଉଥିବା ପୁଲିସ ଭ୍ୟାନ ଉପରେ ଆକ୍ରମଣ

ନୂଆଦିଲ୍ଲୀ: ସାରା ଦେଶରେ ଶ୍ରଦ୍ଧା ହତ୍ୟା ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଆଜି ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। ଶ୍ରଦ୍ଧା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅଫତାବକୁ ନେଇ ଯାଉଥିବା ପୁଲିସ ଭ୍ୟାନ ଉପରେ ଆକ୍ରମଣ ହୋଇଛି। ଅଫତାବକୁ ଫରେନସିକ୍ ସାଇନ୍ସ ଲାବୋରେଟୋରୀ କାର୍ଯ୍ୟାଳୟରୁ ନେଇ ଯାଉଥିବାବେଳେ ପ୍ରାୟ ୧୫ଜଣ ଲୋକ ପୁଲିସ ଭ୍ୟାନ ଉପରେ ଆକ୍ରମଣ କରିଥିଲେ। ଅଫତାବର ପଲିଗ୍ରାଫ ପରୀକ୍ଷା ପାଇଁ ତାକୁ ଫରେନସିକ୍ ସାଇନ୍ସ ଲାବୋରେଟୋରୀ ଅଣାଯାଇଥିଲା। ପରୀକ୍ଷା ଶେଷ ହେବା […]

ଅଫତାବକୁ ନେଇ ଯାଉଥିବା ପୁଲିସ ଭ୍ୟାନ ଉପରେ ଆକ୍ରମଣ

98

Advertisment

ନୂଆଦିଲ୍ଲୀ: ସାରା ଦେଶରେ ଶ୍ରଦ୍ଧା ହତ୍ୟା ମାମଲା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଆଜି ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି। ଶ୍ରଦ୍ଧା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅଫତାବକୁ ନେଇ ଯାଉଥିବା ପୁଲିସ ଭ୍ୟାନ ଉପରେ ଆକ୍ରମଣ ହୋଇଛି। ଅଫତାବକୁ ଫରେନସିକ୍ ସାଇନ୍ସ ଲାବୋରେଟୋରୀ କାର୍ଯ୍ୟାଳୟରୁ ନେଇ ଯାଉଥିବାବେଳେ ପ୍ରାୟ ୧୫ଜଣ ଲୋକ ପୁଲିସ ଭ୍ୟାନ ଉପରେ ଆକ୍ରମଣ କରିଥିଲେ। ଅଫତାବର ପଲିଗ୍ରାଫ ପରୀକ୍ଷା ପାଇଁ ତାକୁ ଫରେନସିକ୍ ସାଇନ୍ସ ଲାବୋରେଟୋରୀ ଅଣାଯାଇଥିଲା। ପରୀକ୍ଷା ଶେଷ ହେବା ପରେ ସେ ଭ୍ୟାନରେ ଫରେନସିକ୍ ସାଇନ୍ସ ଲାବୋରେଟୋରୀରୁ ବାହାରୁଥିବା ବେଳେ ଏଭଳି ଘଟଣା ଘଟିଥିଲା।

Advertisment

ପ୍ରାୟ ୧୫ଜଣ ଲୋକମାନେ ପୁଲିସ ଭ୍ୟାନ୍ ଉପରେ ଖଣ୍ଡା ସାହାଯ୍ୟରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣକାରୀମାନେ ଏକ ଭ୍ୟାନରେ ଆସିଥିବା ବେଳେ ସେମାନଙ୍କ ଗାଡିରୁ ହାତୁଡ଼ି ଏବଂ ୪-୫ଟି ଖଣ୍ଡା ଦେଖିବାକୁ ମିଳିଛି। ଅନ୍ୟପଟେ ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲାରେ ପୁଲିସ ହାତରେ ଆଉ ଏକ ବଡ଼ ପ୍ରମାଣ ଲାଗିଛି। ଶ୍ରଦ୍ଧାଙ୍କୁ ହତ୍ୟା ପରେ ଯେଉଁ ଅସ୍ତ୍ରରେ ବୟଫ୍ରେଣ୍ଡ ଅଫତାବ ତାଙ୍କୁ ୩୫ ଖଣ୍ଡ କରିଥିଲା ତାକୁ ପୁଲିସ ଆଜି ଜବତ କରିଛି। ଏବେ ବିଚାରବିଭାଗୀୟ ହାଜତରେ ରହୁଛି ଅଫତାବ। ତିହାର ଜେଲର ୪ ନମ୍ବର ବାରାକରେ ରହୁଛି ଅଫତାବ।  ଅଫତାବ ପୁନୱାଲାକୁ ଦିଲ୍ଲୀର ଏକ କୋର୍ଟ ୧୩ ଦିନ ପାଇଁ ଜେଲ୍‌କୁ ପଠାଇ ଦେଇଛି । ସେ ଡିସେମ୍ବର ୮ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ତିହାର ଜେଲ୍‌ରେ ରହିବ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe