Advertisment

ମୋଦିଙ୍କ ବିରୋଧରେ କିଏ ହେବେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ? ଜବାବ ଦେଲେ ନୀତୀଶ କୁମାର

ନୂଆଦିଲ୍ଲୀ: ବିଜେପି ବିରୋଧରେ ମେଳି କରିବାକୁ ଦିଲ୍ଲୀରେ ଡେରା ପକାଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତାଙ୍କୁ ଭେଟିବାରେ ଲାଗିଛନ୍ତି। ଏଥିସହ ସେ ସବୁ ବିରୋଧୀଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏକାଠି କରିପାରିବେ ବୋଲି ଆଶା ମଧ୍ୟ ରଖିଛନ୍ତି। ଆଜି ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ନୀତୀଶ କୁମାରଙ୍କୁ ସାମ୍ବାଦିକମାନେ ଏକାଧିକ ପ୍ରଶ୍ନ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କିଏ […]

ଯଦି କେନ୍ଦ୍ରରେ ସରକାର ଆସେ ପଛୁଆ ରାଜ୍ୟକୁ ମିଳିବ ସ୍ୱତନ୍ତ୍ର ପାହ୍ୟା: ନୀତୀଶ କୁମାର

nitish-kumar

Advertisment

ନୂଆଦିଲ୍ଲୀ: ବିଜେପି ବିରୋଧରେ ମେଳି କରିବାକୁ ଦିଲ୍ଲୀରେ ଡେରା ପକାଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତାଙ୍କୁ ଭେଟିବାରେ ଲାଗିଛନ୍ତି। ଏଥିସହ ସେ ସବୁ ବିରୋଧୀଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏକାଠି କରିପାରିବେ ବୋଲି ଆଶା ମଧ୍ୟ ରଖିଛନ୍ତି।

Advertisment

ଆଜି ଏନସିପି ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ନୀତୀଶ କୁମାରଙ୍କୁ ସାମ୍ବାଦିକମାନେ ଏକାଧିକ ପ୍ରଶ୍ନ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କିଏ ପ୍ରାର୍ଥୀ ହେବେ ବୋଲି ପ୍ରଶ୍ନର ଉତ୍ତର ମଧ୍ୟ ନୀତୀଶ କୁମାର ଦେଇଛନ୍ତି।

ସେ କହିଛନ୍ତି, “ ଆମେ ସମସ୍ତେ ମୁଖ୍ୟ ଫ୍ରଣ୍ଟ ଗଠନ କରିବୁ। କୌଣସି ତୃତୀୟ ଫ୍ରଣ୍ଟ ନୁହେଁ। ବିରୋଧୀ ଦଳର ନେତାମାନଙ୍କ ସହ ସକାରାତ୍ମ ଆଲୋଚନା ହୋଇଛି। ୨୦୨୪ ସାଧାରଣ ନିର୍ବାଚନ ଭଲ ହେବ। ଏଯାଏ ଏକତରଫା ପ୍ରତିଦ୍ୱନ୍ଦ୍ୱିତା ହେଉଥିଲା। ଆପଣମାନେ ଦେଖୁଛନ୍ତି ସେମାନେ(କେନ୍ଦ୍ର ସରକାର) କ’ଣ ସବୁ କାମ କରୁଛନ୍ତି।

Advertisment

ସେମାନେ କେବଳ ନାଁ ବଦଳାଇବା ଜାଣିଛନ୍ତି। ସେମାନେ କୌଣସି କାମ କରି ନାହାନ୍ତି। ମୋର କୌଣସି ବ୍ୟକ୍ତିଗତ ପସନ୍ଦ ନାହିଁ। ମୋର ଗୋଟିଏ ଇଚ୍ଛା ହେଲା ସମସ୍ତେ ଏକାଠି ବସନ୍ତୁ। ଆମେ ଏକାଠି ବସି ନିଜର ନେତା ବାଛିବୁ। ଏହାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ ସେକଥା ଜଣାପଡ଼ିବ।”

ନୀତୀଶ କୁମାର ଆହୁରି କହିଛନ୍ତି, “ମୁଁ ବିରୋଧୀ ମେଣ୍ଟର ନେତା ହୋଇ ନ ପାରେ। କିନ୍ତୁ ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ କରିବି। ବିଜେପି ପୂରା ଦେଶକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଚାହୁଁଛି। ଯଦି ସମସ୍ତେ ମିଳିତ ଭାବେ ନିର୍ବାଚନ ଲଢ଼ିବେ, ତା’ହେଲେ ରେଜଲ୍ଟ ଭିନ୍ନ ହେବ। ଆମେ ସବୁ ଲୋକଙ୍କ ସହ କଥାବାର୍ତ୍ତା ଜାରି ରଖିଛୁ। ଆଶା ସବୁ କିଛି ଭଲ ହେବ।”

ସୋମବାର ଠାରୁ ନୀତୀଶ କୁମାର ଦିଲ୍ଲୀରେ ରହିଛନ୍ତି। ବିଜେପି ବିରୋଧରେ ମେଳି କରିବାକୁ ସେ ଏଠାକୁ ଆସିଛନ୍ତି। ଏହି ୩ ଦିନ ମଧ୍ୟରେ ସେ ରାହୁଲ ଗାନ୍ଧି, ଅରବିନ୍ଦ କେଜ୍ରିୱାଲ, ଜେଡିଏସ୍‌ର ଏଚଡି କୁମାରସ୍ୱାମୀ, ସିପିଏମର ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ, ସିପିଆଇର ଡି ରାଜା, ଇଣ୍ଡିଆନ ନ୍ୟାଶନାଲ ଲୋକ ଦଳ ଓମ ପ୍ରକାଶ ଚୌତାଲା ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭେଟିଛନ୍ତି।

ନୀତୀଶ କୁମାର ବିଜେପି ଠାରୁ ଅଲଗା ହୋଇଯାଇଥିବାରୁ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏସବୁ ଭିତରେ ସେ ମଧ୍ୟ ବିଜେପି ବିରୋଧରେ ବିରୋଧୀଙ୍କୁ ଏକାଠି କରିବାକୁ ପ୍ରୟାସ କରୁଛନ୍ତି। ହେଲେ ଏଯାଏ ବିରୋଧୀ ଦଳଗୁଡ଼ିକ ଏକାଠି ହୋଇନାହାନ୍ତି କିମ୍ବା ନୀତୀଶ କୁମାର ଯେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ, ସେକଥା କହିନାହାନ୍ତି।

ନୀତୀଶ କୁମାରଙ୍କ ବ୍ୟତୀତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe