Advertisment

ସିଦ୍ଧୁ ମୁସେୱାଲା ହତ୍ୟା ଘଟଣା: ଅସ୍ତ୍ରଶସ୍ତ୍ର ଯୋଗାଇଥିବା ଶାର୍ପଶୁଟର ଗିରଫ

ନୂଆଦିଲ୍ଲୀ: ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାରେ ପଞ୍ଜାବର ବଠିଣ୍ଡା ପୁଲିସ୍ ଜଣେ ଶାର୍ପଶୁଟରକୁ ଗିରଫ କରିଛି। ତା’ ନାଁ କେଶବ। ତା’ସହିତ ତା’ର ଜଣେ ସହଯୋଗୀ ଚେତନକୁ ମଧ୍ୟ ପୁଲିସ ଗିରଫ କରିଛି। ସିଦ୍ଧୁଙ୍କ ହତ୍ୟାକାରୀଙ୍କୁ କେଶବ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ଅଭିଯୋଗ ହୋଇଛି। ଏହା ସହିତ ସେ ଘଟଣା ଦିନ ରେକି କରିଥିବା ଅଭିଯୋଗ ହୋଇଛି। ଗତ ମେ’ ୨୯ ତାରିଖରେ ସିଦ୍ଧୁଙ୍କୁ ହତ୍ୟା କରାଯାଇଥିଲା। ସେହିଦିନ କେଶବକୁ ସନ୍ଦୀପ ସିଂହ ଓରଫ କେକଡ଼ା ସହିତ ଦେଖିବାକୁ […]

ଅଦ୍ୟତନ ହୋଇଛି
ସିଦ୍ଧୁ ମୁସେୱାଲା ହତ୍ୟା ଘଟଣା: ଅସ୍ତ୍ରଶସ୍ତ୍ର ଯୋଗାଇଥିବା ଶାର୍ପଶୁଟର ଗିରଫ

Sidhu

Advertisment

ନୂଆଦିଲ୍ଲୀ: ସିଦ୍ଧୁ ମୁସେୱାଲା ହତ୍ୟା ଘଟଣାରେ ପଞ୍ଜାବର ବଠିଣ୍ଡା ପୁଲିସ୍ ଜଣେ ଶାର୍ପଶୁଟରକୁ ଗିରଫ କରିଛି। ତା’ ନାଁ କେଶବ। ତା’ସହିତ ତା’ର ଜଣେ ସହଯୋଗୀ ଚେତନକୁ ମଧ୍ୟ ପୁଲିସ ଗିରଫ କରିଛି।

Advertisment

ସିଦ୍ଧୁଙ୍କ ହତ୍ୟାକାରୀଙ୍କୁ କେଶବ ଅସ୍ତ୍ରଶସ୍ତ୍ର ଯୋଗାଇଥିବା ଅଭିଯୋଗ ହୋଇଛି। ଏହା ସହିତ ସେ ଘଟଣା ଦିନ ରେକି କରିଥିବା ଅଭିଯୋଗ ହୋଇଛି।

ଗତ ମେ’ ୨୯ ତାରିଖରେ ସିଦ୍ଧୁଙ୍କୁ ହତ୍ୟା କରାଯାଇଥିଲା। ସେହିଦିନ କେଶବକୁ ସନ୍ଦୀପ ସିଂହ ଓରଫ କେକଡ଼ା ସହିତ ଦେଖିବାକୁ ମିଳିଥିଲା। ସିଦ୍ଧୁଙ୍କୁ ହତ୍ୟା କରାଯିବାର କିଛି ସମୟ ପୂର୍ବରୁ ତାଙ୍କ ସହିତ କେକଡ଼ା ସେଲ୍‌ଫି ନେଇଥିଲା।

Advertisment

ମେ’ ୨୯ରେ ସିଦ୍ଧୁଙ୍କ ଘର ଓ ଏହା ଆଖପାଖ ଅଞ୍ଚଳରେ ରେକି କରିଥିଲା କେଶବ। ଆଉ ଏଥିରେ ତାକୁ କେକଡ଼ା ସହଯୋଗ କରିଥିଲା।

ସୂଚନା ଅନୁଯାୟୀ, ଏଏନ୍‌-୯୪ ରଷିଆନ୍ ଆସଲ୍ଟ ରାଇଫଲରୁ ସିଦ୍ଧୁଙ୍କୁ ଗୁଳି କରାଯାଇଥିଲା। ପ୍ରାୟ ୩୦ ରାଉଣ୍ଡ ଗୁଳି ତାଙ୍କୁ ଲକ୍ଷ୍ୟ କରି ଫୁଟା ଯାଇଥିଲା। ତାଙ୍କ ଦେହରେ ୨୪ଟି ଗୁଳି ବାଜିଥିଲା।

ଏହି ଘଟଣା ପାଇଁ କାନାଡାରେ ରହୁଥିବା ଗ୍ୟାଙ୍ଗଷ୍ଟର ଗୋଲ୍‌ଡୀ ବ୍ରାର ନିଜକୁ ଦାୟୀ କରିଥିଲା। ଗ୍ୟାଙ୍ଗଷ୍ଟର ବିକି ମିଦ୍ଦୁଖେରା ହତ୍ୟାର ଏହା ପ୍ରତିଶୋଧ ଥିଲା ବୋଲି ସେ ତା’ ଫେସ୍‌ବୁକ୍ ପୋଷ୍ଟରେ ଉଲ୍ଲେଖ କରିଥିଲା। ତେବେ ଏହି ହତ୍ୟାକାଣ୍ଡରେ ତିହାର ଜେଲ୍‌ରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ମଧ୍ୟ ହାତ ରହିଛି। ସେ ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି ଗତକାଲି ଦିଲ୍ଲୀ ପୁଲିସ୍ କହିଛି।

Sidhu Moose Wala Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe