Advertisment

କାଲିଠାରୁ ୧୫ ଦିନିଆ କର୍ଫ୍ୟୁ, ରାସ୍ତାକୁ ନ ବାହାରିବାକୁ ନିର୍ଦ୍ଦେଶ

ମୁମ୍ବାଇ: କରୋନାର ଅସମ୍ଭାଳ ରୂପକୁ ଦେଖି ଦେଶର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ରରେ ସବୁଠାରୁ ବଡ଼ କଟକଣା ଜାରି କରାଯାଇଛି। ପୂର୍ବରୁ ମହାରାଷ୍ଟ୍ର ସରକାର ନାଇଟ କର୍ଫ୍ୟୁ ଓ ୱିକଏଣ୍ଡ ଲକଡାଉନ ଜାରି କରିଥିଲେ। ତଥାପି ଦୈନିକ ସଂକ୍ରମଣ ୬୦ ହଜାର ତଳକୁ ଖସି ନଥିଲା। ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଡ଼ ଘୋଷଣା କରିଛନ୍ତି। ଅବଶ୍ୟ ମହାରାଷ୍ଟ୍ରରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯାଇ ନାହିଁ। ହେଲେ ଲକଡାଉନ ଠାରୁ ଆହୁରି କଡ଼ା […]

ଅଦ୍ୟତନ ହୋଇଛି
କାଲିଠାରୁ ୧୫ ଦିନିଆ କର୍ଫ୍ୟୁ, ରାସ୍ତାକୁ ନ ବାହାରିବାକୁ ନିର୍ଦ୍ଦେଶ

Curfew

Advertisment

ମୁମ୍ବାଇ: କରୋନାର ଅସମ୍ଭାଳ ରୂପକୁ ଦେଖି ଦେଶର ପ୍ରଥମ ରାଜ୍ୟ ଭାବେ ମହାରାଷ୍ଟ୍ରରେ ସବୁଠାରୁ ବଡ଼ କଟକଣା ଜାରି କରାଯାଇଛି। ପୂର୍ବରୁ ମହାରାଷ୍ଟ୍ର ସରକାର ନାଇଟ କର୍ଫ୍ୟୁ ଓ ୱିକଏଣ୍ଡ ଲକଡାଉନ ଜାରି କରିଥିଲେ। ତଥାପି ଦୈନିକ ସଂକ୍ରମଣ ୬୦ ହଜାର ତଳକୁ ଖସି ନଥିଲା।

Advertisment

ଏହାକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବଡ଼ ଘୋଷଣା କରିଛନ୍ତି। ଅବଶ୍ୟ ମହାରାଷ୍ଟ୍ରରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯାଇ ନାହିଁ। ହେଲେ ଲକଡାଉନ ଠାରୁ ଆହୁରି କଡ଼ା କଟକଣା ଲାଗୁ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, କାଲି ରାତି ୮ଟାରୁ ସମଗ୍ର ମହାରାଷ୍ଟ୍ରରେ କର୍ଫ୍ୟୁ ଲାଗୁ ହେବ। ଏହି ସମୟରେ କେବଳ ଜରୁରୀ ସେବା ଓ ସାମଗ୍ରୀକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। କେବଳ ଜରୁରୀ ସେବାରେ ଥିବା ଲୋକମାନେ ସାଧାରଣ ପରିବହନ ବ୍ୟବହାର କରିପାରିବେ। କାଲି ଠାରୁ ୧୫ ଦିନ ଯାଏ ଏହି ନିୟମ ବଳବତ୍ତର ରହିବ।

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, କାଲିଠାରୁ ସମଗ୍ର ମହାରାଷ୍ଟ୍ରରେ ‘ବ୍ରେକ୍‌ ଦି ଚେନ୍‌’ ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନ ଅନୁଯାୟୀ, କାଲି ରାତି ୮ଟାରୁ ପୂରା ମହାରାଷ୍ଟ୍ରରେ ୧୪୪ ଧାରା ମଧ୍ୟ ଲାଗୁ କରାଯିବ। ବିନା କାରଣରେ କେହି ବି ରାସ୍ତାକୁ ବାହାରି ପାରିବେ ନାହିଁ। କର୍ଫ୍ୟୁ ବେଳେ ଇ-କର୍ମସ, ମେଡିକାଲ, ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ଖୋଲା ରହିବ। ଗଣମାଧ୍ୟମ ପ୍ରତିନିଧିଙ୍କ ଯିବା ଆସିବାରେ କୌଣସି କଟକଣା ଲାଗୁ ହେବନାହିଁ।

Advertisment

କାଲି ରାତି ୮ଟାରୁ ରେଷ୍ଟୁରାଣ୍ଟ ଗୁଡ଼ିକରେ କେବଳ ଟେକ୍‌ ହୋମ୍‌ ବ୍ୟବସ୍ଥା ଲାଗୁ ହେବ। କେବଳ ଜରୁରୀ ସେବା ଗୁଡ଼ିକ ସକାଳ ୭ଟାରୁ ରାତି ୮ଟା ମଧ୍ୟରେ କରାଯିବ। ରାସ୍ତା କଡ଼ର ଦୋକାନୀମାନେ ବ୍ୟବସାୟୀ କରିପାରିବେ। ହେଲେ ଏଠାରେ କେହି ବି ଛିଡ଼ା ହୋଇ ଖାଇପାରିବେ ନାହିଁ। ଜରୁରୀ ସେବାକୁ ଛାଡ଼ି ଆଉ ସମସ୍ତ ଅଫିସ ଓ ସର୍ବସାଧାରଣ ସ୍ଥାନ ୧୫ ଦିନ ପାଇଁ ସଂପୂର୍ଣ୍ଣ ବନ୍ଦ ରହିବ। ୧୪୪ ଧାରା ଲାଗୁ ହେଉଥିବାରୁ ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ।

ଉଦ୍ଧବ ଠାକରେ କହିଛନ୍ତି, ବର୍ତ୍ତମାନ ଆମେ କଠିନ ସମୟ ଦେଇ ଗତି କରୁଛେ। ଲୋକଙ୍କୁ ସମସ୍ତ ପ୍ରକାରର ସୁବିଧା ଯୋଗାଇ ଦେବାକୁ ଆମେ ଚେଷ୍ଟା କରୁଛୁ। ମହାରାଷ୍ଟ୍ରରେ କରୋନା ସ୍ଥିତି ଏପରି ହୋଇଛି ଯେ ଲୋକଙ୍କୁ ଠିକ୍‌ ଭାବେ ଅମ୍ଳଜାନ ମିଳିପାରୁନାହିଁ। ତେଣୁ ପ୍ରଧାନମନ୍ତ୍ରୀ ମୋଦି ତୁରନ୍ତ ଅମ୍ଳଜାନ ଯୋଗାଇ ଦିଅନ୍ତୁ।

କେନ୍ଦ୍ର ସରକାର ଜିଏସ୍‌ଟି କୋହଳ କରି ଛୋଟ ବ୍ୟବସାୟୀଙ୍କ କଥା ଟିକିଏ ଚିନ୍ତା କରନ୍ତୁ। ଏବେ କରୋନା ସ୍ଥିତି ଯାହା, ବ୍ୟାପକ ଟିକାକରଣ ନିହାତି ଜରୁରୀ। ବାହାର ରାଜ୍ୟର ଡାକ୍ତରମାନେ ମହାରାଷ୍ଟ୍ରରେ କୋଭିଡ-୧୯ ବିରୋଧରେ ସାମିଲ ହେବାକୁ ଉଦ୍ଧବ ଠାକରେ ଆହ୍ୱାନ ଦେଇଛନ୍ତି।

ସେହିପରି ବର୍ତ୍ତମାନ ଜରୁରୀ ପରିସ୍ଥିତି ଭଳି ସ୍ଥିତି ସୃଷ୍ଟି ହୋଇଛି। ତଥାପି ପୂରା ରାଜ୍ୟରେ ସଂପୂର୍ଣ୍ଣ ଲକଡାଉନ ଘୋଷଣା କରାଯିବ ନାହିଁ। କିନ୍ତୁ ସଂକ୍ରମଣକୁ ରୋକିବା ପାଇଁ କଡ଼ା କଟକଣା ଲାଗୁ ହେବ। ଏହାକୁ ସମସ୍ତେ ପାଳନ କରିବେ ବୋଲି ସେ କହିଛନ୍ତି।

COVID Guideline
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe