Advertisment

ଗୋଟିଏ ମଞ୍ଚରେ ଶରଦ ପାୱାର, ନୀତୀଶ କୁମାର, ଫାରୁକ ଅବଦୁଲ୍ଲା ଓ ସୀତାରାମ ୟେଚୁରୀ

ନୂଆଦିଲ୍ଲୀ: ଗୋଟିଏ ମଞ୍ଚରେ ଦେଖାଦେଲେ ଏନସିପି ମୁଖ୍ୟ ଶରଦ ପାୱାର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା, ଆଲନଏଲଡି ମୁଖ୍ୟ ଓମ ପ୍ରକାଶ ଚୌତାଲା ଓ ସିପିଏମ ମୁଖ୍ୟ ସୀତାରାମ ୟେଚୁରୀ  । ହରିୟାଣାରେ ଆଇଏନଏଲଡି ପକ୍ଷରୁ ଆୟୋଜିତ ସମ୍ମାନ ସମ୍ମିଳନୀରେ ମଞ୍ଚରେ ଏକାଠି ବସିଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ବିପକ୍ଷଙ୍କ ଶଙ୍ଖନାଦ ବୋଲି ବିବେଚନା କରାଯାଉଛି। ଏହି ଅବସରରେ ତେଜସ୍ୱୀ ଯାଦବ କହିଥିଲେ, ଲୋକତନ୍ତ୍ରକୁ ବଞ୍ଚାଇବା […]

author-image
Tapas Behera
ଅଦ୍ୟତନ ହୋଇଛି
ଗୋଟିଏ ମଞ୍ଚରେ ଶରଦ ପାୱାର, ନୀତୀଶ କୁମାର, ଫାରୁକ ଅବଦୁଲ୍ଲା ଓ ସୀତାରାମ ୟେଚୁରୀ

790

ନୂଆଦିଲ୍ଲୀ: ଗୋଟିଏ ମଞ୍ଚରେ ଦେଖାଦେଲେ ଏନସିପି ମୁଖ୍ୟ ଶରଦ ପାୱାର, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁକ ଅବଦୁଲ୍ଲା, ଆଲନଏଲଡି ମୁଖ୍ୟ ଓମ ପ୍ରକାଶ ଚୌତାଲା ଓ ସିପିଏମ ମୁଖ୍ୟ ସୀତାରାମ ୟେଚୁରୀ  । ହରିୟାଣାରେ ଆଇଏନଏଲଡି ପକ୍ଷରୁ ଆୟୋଜିତ ସମ୍ମାନ ସମ୍ମିଳନୀରେ ମଞ୍ଚରେ ଏକାଠି ବସିଥିଲେ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହା ବିପକ୍ଷଙ୍କ ଶଙ୍ଖନାଦ ବୋଲି ବିବେଚନା କରାଯାଉଛି।

Advertisment

ଏହି ଅବସରରେ ତେଜସ୍ୱୀ ଯାଦବ କହିଥିଲେ, ଲୋକତନ୍ତ୍ରକୁ ବଞ୍ଚାଇବା ପାଇଁ ଶିବସେନା, ଅକାଳୀ ଦଳ ଏବଂ ଜେଡିୟୁ ପରି ସହଯୋଗୀ ଦଳ ବିଜେପିଠୁ ଅଲଗା ହୋଇଛନ୍ତି । ନୀତୀଶ କୁମାର କହିଥିଲେ, ମୁଁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ନୁହେଁ । ତୃତୀୟ ସାମ୍ମୁଖ୍ୟର ପ୍ରଶ୍ନ ଉଠୁନାହିଁ। ବିଜେପିକୁ ହରାଇବା ପାଇଁ କଂଗ୍ରେସକୁ ସାଥିରେ ନେଇ ଗୋଟିଏ ମେଣ୍ଟ ହେବା ଦରକାର। ଏହାସହ ନୀତୀଶ କହିଛନ୍ତି, ‘ମୁଁ କଂଗ୍ରେସ ସହ ଅନ୍ୟ ସବୁ ଦଳକୁ ଏକ ହେବା ପାଇଁ ଅପିଲ କରୁଛି। ଫଳରେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଶୋଚନୀୟ ଭାବେ ହରାଇ ପାରିବୁ । ଏନସିପି ସୁପ୍ରିମୋ ଶରଦ ପାୱାର କହିଛନ୍ତି, କୃଷକ ଦିଲ୍ଲୀର ସୀମାରେ ଧାରଣା ଦେଲେ, କିନ୍ତୁ ସରକାର ଦୀର୍ଘ ଦିନ ଯାଏଁ ତାଙ୍କ ଦାବି ଶୁଣିଲେ ନାହିଁ। କୃଷକ ନେତାଙ୍କ ବିରୋଧରେ ରୁଜୁ ମାମଲା ଫେରାଇ ନିଆଯିବ ବୋଲି ସରକାର ଘୋଷଣା କରିଥିଲେ, କିନ୍ତୁ ଏପରି କରାଗଲା ନାହିଁ । ୨୦୨୪ରେ କ୍ଷମତା ପରିବର୍ତ୍ତନ ସୁନିଶ୍ଚିତ କରିବା ଦିଗରେ ସମସ୍ତେ କାମ କରିବାର ସମୟ ଆସିଛି ।

ସେପଟେ ୨୦୨୪ ସାଧାରଣ ନିର୍ବାଚନରେ ବିଜେପିକୁ ଚେକ୍ ଦେବା ଲାଗି ବିରୋଧୀଙ୍କୁ ଏକାଠି କରିବା ମିଶନରେ ଅଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।  ଆରଜେଡି ମୁଖ୍ୟ ଲାଲୁ ଯାଦବ ଏବଂ ଜେଡିୟୁ ମୁଖ୍ୟ ନୀତୀଶ କୁମାର ଯାଇ ସୋନିଆ ଗାନ୍ଧିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି  । ଏହା ପୂର୍ବରୁ ବିହାର ଉପମୁଖ୍ୟମନ୍ତ୍ରୀ ତଥା ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ ସୋନିଆ ଗାନ୍ଧିଙ୍କ ସହ ସାକ୍ଷାତ କରିଛନ୍ତି । ସେପଟେ ନୀତୀଶଙ୍କ ଏହି ପ୍ରୟାସକୁ ବୃଥା ବୋଲି କହିଛି ବିଜେପି । ଭାରତର ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେତେ ଭଲ ପାଉଛନ୍ତି ନିର୍ବାଚନ ଫଳାଫଳ ପରେ ଜାଣିବେ ବୋଲି କହିଛନ୍ତି ବରିଷ୍ଠ ବିଜେପି ନେତା ରବିଶଙ୍କର ପ୍ରସାଦ ।

Advertisment