Advertisment

୧୧ ହଜାରରୁ ଊର୍ଦ୍ଧ୍ୱ ରୁଷ ସୈନ୍ୟ ନିହତ ହେଲେଣି: ୟୁକ୍ରେନ୍‌

ନୂଆଦିଲ୍ଲୀ: ୟୁକ୍ରେନ୍‌-ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ଆଜି ୧୧ ଦିନରେ ପହଞ୍ଚିଛି। ତେବେ ଏହି ଯୁଦ୍ଧରେ ଏଯାଏଁ ୧୧ହଜାରରୁ ଊର୍ଦ୍ଧ୍ୱ ରୁଷ ସୈନ୍ୟ ନିହତ ହୋଇଛନ୍ତି।  ଏଥି ସହିତ ୪୪ଟି ଫାଇଟର୍‌ ଜେଟ୍, ୪୮ ଲଢୁଆ ହେଲିକପ୍ଟର ମଧ୍ୟ ନଷ୍ଟ ହୋଇସାରିଛି । ସେହିଭଳି ରୁଷର ୨୮୫ଟି ଟ୍ୟାଙ୍କ ଧ୍ୱଂସ ହୋଇସାରିଥିବା ବେଳେ, ୧୦୯ ଆର୍ଟିଲାରି ଗନ୍‌ ଓ ୫୦ MLRS ନଷ୍ଟ ହୋଇଛି । ୟୁକ୍ରେନ୍‌ ପକ୍ଷରୁ ଏହା ଦାବି କରାଯାଇଛି। […]

author-image
Tapas Behera
୧୧ ହଜାରରୁ ଊର୍ଦ୍ଧ୍ୱ ରୁଷ ସୈନ୍ୟ ନିହତ ହେଲେଣି: ୟୁକ୍ରେନ୍‌

war

ନୂଆଦିଲ୍ଲୀ: ୟୁକ୍ରେନ୍‌-ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏହି ଯୁଦ୍ଧ ଆଜି ୧୧ ଦିନରେ ପହଞ୍ଚିଛି। ତେବେ ଏହି ଯୁଦ୍ଧରେ ଏଯାଏଁ ୧୧ହଜାରରୁ ଊର୍ଦ୍ଧ୍ୱ ରୁଷ ସୈନ୍ୟ ନିହତ ହୋଇଛନ୍ତି।  ଏଥି ସହିତ ୪୪ଟି ଫାଇଟର୍‌ ଜେଟ୍, ୪୮ ଲଢୁଆ ହେଲିକପ୍ଟର ମଧ୍ୟ ନଷ୍ଟ ହୋଇସାରିଛି । ସେହିଭଳି ରୁଷର ୨୮୫ଟି ଟ୍ୟାଙ୍କ ଧ୍ୱଂସ ହୋଇସାରିଥିବା ବେଳେ, ୧୦୯ ଆର୍ଟିଲାରି ଗନ୍‌ ଓ ୫୦ MLRS ନଷ୍ଟ ହୋଇଛି । ୟୁକ୍ରେନ୍‌ ପକ୍ଷରୁ ଏହା ଦାବି କରାଯାଇଛି। ଅନ୍ୟପକ୍ଷରେ  ଶକ୍ତିଶାଳୀ ମିସାଇଲ ମାଡରେ ୟୁକ୍ରେନ୍‌ରେ ଭୀଷଣ କ୍ଷତି ହେବାରେ ଲାଗିଛି । ଆହୁରି ଭୟଙ୍କର ଆକ୍ରମଣ ଲାଗି ରୁଷ ଚେତାବନୀ ଦେବାପରେ ସ୍ଥିତି ଆହୁରି ଜଟିଳ ହେଉଛି ।

Advertisment

ଏହାରି ଭିତରେ ଅନେକ ୟୁକ୍ରେନ୍‌ ଛାଡିସାରିଲେଣି । ଅନ୍ୟପଟେ ୟୁକ୍ରେନ ସର୍ତ୍ତ  ମାନିଲେ ଯୁଦ୍ଧ ବନ୍ଦ ହେବ ବୋଲି ରୁଷ କହିଛି । ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡୋଗନଙ୍କ ସହ ଆଲୋଚନା ପରେ ଏହି ଦାବି କରାଯାଇଛି। ଆଜି ତୁର୍କୀ ରାଷ୍ଟ୍ରପତି ଏରଡୋଗନ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆଲୋଚନା କରିଥିଲେ।

ରୁଷର ଏକ ବଡ ସର୍ତ୍ତ ହେଉଛି ୟୁକ୍ରେନ ନାଟୋରେ ଯୋଗଦେବା ଉଚିତ୍ ନୁହେଁ। ରୁଷ ବହୁ ବର୍ଷ ଧରି କହିଆସୁଛି ଯେ ୟୁକ୍ରେନ ଯାହା ଚାହିଁବ ତାହା କରିବା ଉଚିତ, କିନ୍ତୁ  ନାଟୋରେ ଯୋଗଦେବା ଉଚିତ ନୁହେଁ। ରୁଷ ଦାବି କରିଛି ଯେ ୟୁକ୍ରେନର ନାଟୋ ସଦସ୍ୟ ହେବା ଆମର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ । ତେବେ ୟୁକ୍ରେନ ରୁଷର କଥା ମାନିବା ପରେ ହିଁ ଯୁଦ୍ଧ ବନ୍ଦ ହେବ ବୋଲି ପୁଟିନ ଏରଡୋଗନକୁ କହିଥିବା ନେଇ ଚର୍ଚ୍ଚା ହେଉଛି।

Advertisment
Russia-Ukraine War