Advertisment

କଶ୍ମୀର ପଣ୍ଡିତଙ୍କୁ ହତ୍ୟା ପ୍ରତିବାଦରେ ୩୫୦ ସରକାରୀ କର୍ମଚାରୀଙ୍କ ଇସ୍ତଫା

ଜମ୍ମୁ: କଶ୍ମୀର ପଣ୍ଡିତ ତଥା ସ୍ଥାନୀୟ ତହସିଲ ଅଫିସର ଜଣେ କର୍ମଚାରୀଙ୍କୁ ହତ୍ୟା ପ୍ରତିବାଦରେ କଶ୍ମୀର ଭ୍ୟାଲିରେ ପ୍ରାୟ ୩୫୦ ଜଣ ସରକାରୀ କର୍ମଚାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି। ସେମାନେ ତାଙ୍କ ଇସ୍ତଫାପତ୍ରକୁ ଜମ୍ମୁ କଶ୍ମୀରିର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ଗତକାଲି ଆତଙ୍କବାଦୀମାନେ ବଡ଼ଗାମ୍‌ ଜିଲ୍ଲା ଅନ୍ତର୍ଗତ ଚାଦୂରା ଗ୍ରାମରେ ଥିବା ତହସିଲ୍‌ଦାର୍‌ଙ୍କ ଅଫିସ୍‌ରେ ଜବରଦସ୍ତ ପ୍ରବେଶ କରି କଶ୍ମୀର ପଣ୍ଡିତ ରାହୁଲ୍‌ ଭଟଙ୍କୁ ହତ୍ୟା କରିଥିଲେ। ସେମାନେ ନିଜକୁ ସୁରକ୍ଷିତ […]

ଅଦ୍ୟତନ ହୋଇଛି
କଶ୍ମୀର ପଣ୍ଡିତଙ୍କୁ ହତ୍ୟା ପ୍ରତିବାଦରେ ୩୫୦ ସରକାରୀ କର୍ମଚାରୀଙ୍କ ଇସ୍ତଫା

sisu

Advertisment

ଜମ୍ମୁ: କଶ୍ମୀର ପଣ୍ଡିତ ତଥା ସ୍ଥାନୀୟ ତହସିଲ ଅଫିସର ଜଣେ କର୍ମଚାରୀଙ୍କୁ ହତ୍ୟା ପ୍ରତିବାଦରେ କଶ୍ମୀର ଭ୍ୟାଲିରେ ପ୍ରାୟ ୩୫୦ ଜଣ ସରକାରୀ କର୍ମଚାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି। ସେମାନେ ତାଙ୍କ ଇସ୍ତଫାପତ୍ରକୁ ଜମ୍ମୁ କଶ୍ମୀରିର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ନିକଟରେ ଉପସ୍ଥାପନ କରିଛନ୍ତି। ଗତକାଲି ଆତଙ୍କବାଦୀମାନେ ବଡ଼ଗାମ୍‌ ଜିଲ୍ଲା ଅନ୍ତର୍ଗତ ଚାଦୂରା ଗ୍ରାମରେ ଥିବା ତହସିଲ୍‌ଦାର୍‌ଙ୍କ ଅଫିସ୍‌ରେ ଜବରଦସ୍ତ ପ୍ରବେଶ କରି କଶ୍ମୀର ପଣ୍ଡିତ ରାହୁଲ୍‌ ଭଟଙ୍କୁ ହତ୍ୟା କରିଥିଲେ। ସେମାନେ ନିଜକୁ ସୁରକ୍ଷିତ ମନେ କରୁନଥିବା ପଣ୍ଡିତମାନେ କହିଛନ୍ତି। ଗତକାଲି ଆତଙ୍କବାଦୀମାନେ ରାହୁଲଙ୍କୁ ଗୁଳି କରିବା ପରେ ତାଙ୍କ ଅବସ୍ଥା ଗୁରୁତର ହୋଇଥିଲା।  ତାଙ୍କୁ ଶ୍ରୀନଗରରେ ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣା ପାଇଁ ‘କଶ୍ମୀର ଟାଇଗର’ ନାମକ ଏକ ସଙ୍ଗଠନ ନିଜକୁ ଦାବି କରିଥିଲା।

Advertisment

୨୦୧୦-୧୧ ମସିହାରେ ସଂଖ୍ୟା ଲଘୁମାନଙ୍କୁ ଥଇଥାନ  ପ୍ୟାକେଜରେ ରାହୁଲଙ୍କୁ ସରକାରୀ କ୍ଲର୍କ ଭାବେ ନିଯୁକ୍ତି ମିଳିଥିଲା। ତେବେ ତାଙ୍କ ହତ୍ୟା ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ଉକ୍ତ ତସଲିସର କିଛି କର୍ମଚାରୀ ସମ୍ପୃକ୍ତ ଥିବା ରାହୁଲଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ତାଙ୍କ ସ୍ତ୍ରୀଙ୍କ କହିବା କଥା ରାହୁଲ ସବୁବେଳେ ତାଙ୍କ ସହଯୋଗୀଙ୍କ ପ୍ରଂଶସା  କରୁଥିଲେ।  ସବୁ କର୍ମଚାରୀଙ୍କ ତାଙ୍କ ସହ ଉତ୍ତମ ବ୍ୟବାହାର କରନ୍ତି। କେହି ତାଙ୍କର କ୍ଷତି କରିନ୍ତି ନାହିଁ। କିନ୍ତୁ ଆକ୍ରମଣ ବେଳେ ସମସ୍ତେ ଚୁପ ଥିଲେ ବୋଲି ରାହୁଲଙ୍କ ପତ୍ନୀ କହିଛନ୍ତି।  କେହି  ତାଙ୍କୁ ବଞ୍ଚାଇବାକୁ ଆସିନଥିଲେ।

ଅନ୍ୟପଟେ କଶ୍ମୀର ପଣ୍ଡିତମାନେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ବିରୋଧରେ ସ୍ଲୋଗାନ୍‌ ଦେଇଥିଲେ। ଆଉ କେତେକ ସ୍ଥାନରେ ମହମବତୀ ପଦଯାତ୍ରା ମଧ୍ୟ ଆୟୋଜିତ ହୋଇଥିଲା। ଏନେଇ ପୁଲିସ ୮ଜଣଙ୍କୁ ଅଟକ ରଖିଛି।

Advertisment

ସୂଚନାଯୋଗ୍ୟ, ଗତକାଲି ଆତଙ୍କବାଦୀମାନେ ବଡ଼ଗାମ୍‌ ଜିଲ୍ଲା ଅନ୍ତର୍ଗତ ଚାଦୂରା ଗ୍ରାମରେ ଥିବା ତହସିଲ୍‌ଦାର୍‌ଙ୍କ ଅଫିସ୍‌ରେ ବଳପୂର୍ବକ ପ୍ରବେଶ କରି ରାହୁଲ୍‌ ଭଟ୍‌ଙ୍କୁ ଗୁଳିମାରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe