Advertisment

ଡବଲ ଡୋଜ୍‌ ନେବା ପରେ ବି ୪୦ ହଜାର କରୋନା ସଂକ୍ରମିତ

ଥିରୁଅନନ୍ତପୁରମ: କେରଳରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଯାହାକି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ଟିକାକରଣ ହୋଇଥିବା ଲୋକମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି ବୋଲି ଏନଡିଟିଭିର ଏକ ରିପୋର୍ଟରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ କେରଳରେ ପ୍ରାୟ ୪୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯେଉଁମାନେ କୋଭିଡ ଟିକାର ଉଭୟ ଡୋଜ ନେଇ ସାରିଛନ୍ତି। କେରଳରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି […]

author-image
Subhransu Sekhar
ଅଦ୍ୟତନ ହୋଇଛି
ଡବଲ ଡୋଜ୍‌ ନେବା ପରେ ବି ୪୦ ହଜାର କରୋନା ସଂକ୍ରମିତ

Corona

ଥିରୁଅନନ୍ତପୁରମ: କେରଳରେ କୋଭିଡ ସଂକ୍ରମଣ ବୃଦ୍ଧି ପାଉଛି। ଯାହାକି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ଟିକାକରଣ ହୋଇଥିବା ଲୋକମାନେ ମଧ୍ୟ କରୋନାରେ ସଂକ୍ରମିତ ହେଉଛନ୍ତି ବୋଲି ଏନଡିଟିଭିର ଏକ ରିପୋର୍ଟରୁ ଜଣାପଡ଼ିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ କେରଳରେ ପ୍ରାୟ ୪୦ ହଜାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯେଉଁମାନେ କୋଭିଡ ଟିକାର ଉଭୟ ଡୋଜ ନେଇ ସାରିଛନ୍ତି।

Advertisment

କେରଳରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତତ୍ପର ହୋଇଛନ୍ତି କେନ୍ଦ୍ର ସରକାର। ସମସ୍ତ ସଂକ୍ରମିତଙ୍କ ଜିନୋମ ସିକ୍ୟୁଏନ୍ସ ପଠାଇବାକୁ କେନ୍ଦ୍ର ନିର୍ଦ୍ଦେଶ ଦେଇଛି। ଏହି ନମୁନା କରୋନାର ଅନ୍ୟାନ୍ୟ ମାମଲା ସହିତ ଯାଞ୍ଚ କରିବାକୁ କେନ୍ଦ୍ର ଲକ୍ଷ୍ୟ ରଖିଛି। ଟିକାର ଡବଲ ଡୋଜ୍‌ ନେବା ପରେ ଲୋକମାନେ ସଂକ୍ରମିତ ହେଉଥିବାରୁ ସରକାର ଏହାକୁ ଗୁରୁତର ସହ ନେଇଛନ୍ତି। ତେବେ ସଂକ୍ରମଣ ବୃଦ୍ଧି ପଛରେ ଡେଲଟା ଭାରିଆଣ୍ଟର ପ୍ରଭାବ ରହିଛି କି ନାହିଁ ତାହା ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି।

କୋଭିଡ୍‌ ଟିକାର ଡବଲ୍‌ ଡୋଜ୍‌ ନେବା ପରେ ହଠାତ୍‌ କାହିଁକି ବହୁ ଲୋକ ସଂକ୍ରମିତ ହେଉଛନ୍ତି? ଏହାର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ନାନା କଳ୍ପନାଜଳ୍ପନା ସୃଷ୍ଟି ହେଉଛି। ତେବେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନୂଆ ମ୍ୟୁଟାଣ୍ଟ ଆଡ଼କୁ ଆଙ୍ଗୁଠି ଦେଖାଉଛି। ନୂଆ ମ୍ୟୁଟାଣ୍ଟ ଅଧିକ ଘାତକ ଥିବାରୁ ଟିକା ଦ୍ୱାରା ସୃଷ୍ଟି ହୋଇଥିବା ରୋଗ ପ୍ରତିରୋଧକ ଶକ୍ତି କାମ କରୁନଥିବା ସନ୍ଦେହ କରାଯାଉଛି।

Advertisment

ସୂଚନାଯୋଗ୍ୟ, ମଙ୍ଗଳବାର କେରଳରେ ୧୩,୦୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦୫ ଜଣ ପ୍ରାଣ ହରାଇଥିଲେ। ବୁଧବାର ଏହି ସଂଖ୍ୟା ଡବଲ୍‌ ପାଖାପାଖି ହୋଇଛି। ଅର୍ଥାତ ଆଜି  ନୂଆ ୨୧,୧୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫୨ ଜଣଙ୍କ ଜୀବନ ଯାଇଛି।