Advertisment

ପ୍ରଥମ ଦିନରେ ୧୮ରୁ ୪୪ ବର୍ଷ ବର୍ଗର କେତେ ଲୋକ ଟିକା ନେଲେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ଦେଶରେ ମେ’ ୧ରୁ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇଛି। ବିଭିନ୍ନ ରାଜ୍ୟରେ ଟିକାର ଅଭାବ ରହିଥିବାରୁ ଠିକ୍‌ ଭାବେ ଗତକାଲି ଠାରୁ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କ ଟିକାକରଣ ହୋଇନାହିଁ। ତଥାପି କିଛି ରାଜ୍ୟରେ ପରୀକ୍ଷାମୂଳକ ଭାବେ ଲୋକଙ୍କୁ ଟିକା ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପ୍ରଥମ ଦିନରେ ୮୪,୫୯୯ ଜଣ ପ୍ରାପ୍ତ ବୟସ୍କଙ୍କୁ ଟିକାର ଡୋଜ୍ ଦିଆଯାଇଛି। ସେହିପରି ଶନିବାର ରାତି ୮ଟା […]

author-image
Hemant Lenka
ଏସପ୍ଲାନେଡ୍ ମଲ୍ ପରି ଆଉ ୩ଟି ସ୍ଥାନରେ ଦିଆଯିବ ଟିକା

vaccine

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ଦେଶରେ ମେ’ ୧ରୁ ପ୍ରାପ୍ତ ବୟସ୍କଙ୍କ ଟିକାକରଣ ଆରମ୍ଭ ହୋଇଛି। ବିଭିନ୍ନ ରାଜ୍ୟରେ ଟିକାର ଅଭାବ ରହିଥିବାରୁ ଠିକ୍‌ ଭାବେ ଗତକାଲି ଠାରୁ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କ ଟିକାକରଣ ହୋଇନାହିଁ। ତଥାପି କିଛି ରାଜ୍ୟରେ ପରୀକ୍ଷାମୂଳକ ଭାବେ ଲୋକଙ୍କୁ ଟିକା ଦିଆଯାଇଛି।

Advertisment

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପ୍ରଥମ ଦିନରେ ୮୪,୫୯୯ ଜଣ ପ୍ରାପ୍ତ ବୟସ୍କଙ୍କୁ ଟିକାର ଡୋଜ୍ ଦିଆଯାଇଛି। ସେହିପରି ଶନିବାର ରାତି ୮ଟା ସୁଦ୍ଧା ମୋଟ ୧୬,୪୮,୧୯୨ ଜଣଙ୍କ ଟିକାକରଣ କରାଯାଇଛି। ୯,୮୯,୭୦୦ ଜଣ କରୋନା ଟିକାର ପ୍ରଥମ ଡୋଜ୍‌ ନେଇଥିବା ବେଳେ ୬.୫୮ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ନେଇଛନ୍ତି।

ଜାନୁଆରୀ ୧୬ରୁ ଦେଶରେ ଟିକାକରଣ ଆରମ୍ଭ ହୋଇଥିବା ବେଳେ ଏଯାଏ ମୋଟ ୧୬.୬୬ କୋଟି ଲୋକଙ୍କୁ ଟିକା ଦିଆଗଲାଣି। ଏମାନଙ୍କ ମଧ୍ୟରେ ୯୪.୨୮ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୬୨.୬୫ ଲକ୍ଷ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ୧.୨୬ କୋଟି ସମ୍ମୁଖଯୋଦ୍ଧା ପ୍ରଥମ ଡୋଜ୍‌ ଓ ୬୮.୭୮ ଲକ୍ଷ ଦ୍ୱତୀୟ ଡୋଜ୍‌ ନେଇଛନ୍ତି।

Advertisment

୪୫ରୁ ୬୦ ବର୍ଷ ବର୍ଗରେ ଥିବା ଲୋକଙ୍କ ମଧ୍ୟରୁ ୫.୩୩ କୋଟି ଲୋକ ଟିକାର ପ୍ରଥମ ଡୋଜ୍ ନେଇଥିବା ବେଳେ ୪୦ ଲକ୍ଷରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି। ୬୦ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରେ ୫.୨୬ କୋଟି ଲୋକଙ୍କ ପ୍ରଥମ ଡୋଜ୍‌ ନେଇଥିବା ବେଳେ ୧.୧୪ ହିତାଧିକାରୀ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।