Advertisment

ମୋଦିଙ୍କୁ ଇମ୍ରାନ୍ କହିଲେ ‘ଥ୍ୟାଙ୍କ୍ ୟୁ’

ନୂଆଦିଲ୍ଲୀ: ମୋଦିଙ୍କ ଶୁଭେଚ୍ଛାର ଜବାବ ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଦିବସରେ ଇମ୍ରାନଙ୍କୁ ଏକ ଚିଠି ଲେଖିଥିଲେ। ଯାହାର ଜବାବ ଦେଇ ଇମ୍ରାନ ଶୁଭେଚ୍ଛା ଜଣାଇଥିବାରୁ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଇମ୍ରାନ୍ ଖାନ୍ କହିଛନ୍ତି ଦୁଇ ଦେଶ ଏକାଠି ହୋଇ କଶ୍ମୀର ସମସ୍ୟାର ସମାଧାନ କରିବେ। ମାର୍ଚ୍ଚ ୨୩ ପାକିସ୍ତାନ ଦିବସ ଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇମ୍ରାନ ଖାନଙ୍କୁ ଚିଠି ଲେଖି ଶୁଭେଚ୍ଛା […]

ଅଦ୍ୟତନ ହୋଇଛି
ମୋଦିଙ୍କୁ ଇମ୍ରାନ୍ କହିଲେ ‘ଥ୍ୟାଙ୍କ୍ ୟୁ’

modi-imran

Advertisment

ନୂଆଦିଲ୍ଲୀ: ମୋଦିଙ୍କ ଶୁଭେଚ୍ଛାର ଜବାବ ଦେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନ ଦିବସରେ ଇମ୍ରାନଙ୍କୁ ଏକ ଚିଠି ଲେଖିଥିଲେ। ଯାହାର ଜବାବ ଦେଇ ଇମ୍ରାନ ଶୁଭେଚ୍ଛା ଜଣାଇଥିବାରୁ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ଅବସରରେ ଇମ୍ରାନ୍ ଖାନ୍ କହିଛନ୍ତି ଦୁଇ ଦେଶ ଏକାଠି ହୋଇ କଶ୍ମୀର ସମସ୍ୟାର ସମାଧାନ କରିବେ। ମାର୍ଚ୍ଚ ୨୩ ପାକିସ୍ତାନ ଦିବସ ଥିଲା। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇମ୍ରାନ ଖାନଙ୍କୁ ଚିଠି ଲେଖି ଶୁଭେଚ୍ଛା ଜଣାଇଥିଲେ।

Advertisment

ପାକିସ୍ତାନର ବାଜିରେ ଆଜମ ଲେଖିଛନ୍ତି, 'ପାକିସ୍ତାନ ଦିବସରେ ଶୁଭେଚ୍ଛା ଜଣାଇଥିବାରୁ ଆପଣଙ୍କୁ ଧନ୍ୟବାଦ। ପାକିସ୍ତାନର ଲୋକମାନେ ସେମାନଙ୍କର ପ୍ରତିଷ୍ଠାତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଏହି ଦିନକୁ ମନେ ରଖିଛନ୍ତି। ଭବିଷ୍ୟତକୁ ଦୃଷ୍ଟିରେ ରଖି ପ୍ରତିଷ୍ଠାତା ସ୍ୱାଧୀନ, ସ୍ୱୟଂଶାସିତ ଦେଶ ବିଷୟରେ କଳ୍ପନା କରିଥିଲେ। ଗୋଟିଏ ଦେଶ ଯେଉଁଠି ଲୋକମାନେ ନିଜ ସାମର୍ଥ୍ୟ ଅନୁଯାୟୀ ଖୋଲାଖୋଲି ଭାବରେ ବଞ୍ଚିପାରିବେ’।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚିଠିରେ ଏହି ଅବସରରେ କଶ୍ମୀର ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ସେ କହିଛନ୍ତି ପାକିସ୍ତାନ ସମସ୍ତ ପଡ଼ୋଶୀ ଦେଶ ସହ ଶାନ୍ତିପୂର୍ଣ୍ଣ ସମ୍ପର୍କ ବଜାୟ ରଖିବାକୁ ଚାହୁଁଛି। ଭାରତ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ସେ କହିଛନ୍ତି, 'ଆମେ ବିଶ୍ୱାସ କରୁ ଯେ ଦକ୍ଷିଣ ଏସିଆ ମହାଦେଶରେ ଶାନ୍ତି ଏବଂ ସ୍ଥିରତା ପାଇଁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମସ୍ତ ସମସ୍ୟାର ସମାଧାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶେଷକରି ଜମ୍ମୁ କଶ୍ମୀର ବିବାଦ।publive-image

Advertisment

ଇମ୍ରାନ କହିଛନ୍ତି ଯେ ଯଦି ଉଭୟ ଦେଶ ଗଠନମୂଳକ ଶୈଳୀରେ ଆଲୋଚନା କରିବେ ଏବଂ ସେମିତି ଏକ ସକାରାତ୍ମକ ପରିବେଶ ତିଆରି କରାଯିବ ତାହେଲେ ସମସ୍ୟାର ସମାଧାନ ହୋଇପାରିବ। ଏଥିସହ ଭାରତର ନାଗରିକମାନଙ୍କୁ କୋଭିଡ ମହାମାରୀ ବିରୋଧରେ ଲଢ଼େଇ କରୁଥିବାରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ସ୍ୱୀକାର କରିବାକୁ ଇମ୍ରାନ କହିଛନ୍ତି।

ସୂଚନାଯୋଗ୍ୟ, ମାର୍ଚ୍ଚ ୨୩ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଚିଠି ଲେଖିଥିଲେ। ଯେଉଁଥିରେ ସେ କହିଥିଲେ ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ପାଇଁ ଆତଙ୍କବାଦ ଏବଂ ଶତ୍ରୁତାଠାରୁ ଦୂରେଇ ରହିବା ଆବଶ୍ୟକ। ଏହାପୂର୍ବରୁ ଇମ୍ରାନ ଖାନ କହିଥିଲେ ଯେ ପାକିସ୍ତାନ ସହ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ହେଲେ ଭାରତକୁ ପ୍ରଥମ ପଦକ୍ଷେପ ନେବାକୁ ପଡ଼ିବ।

ସୂଚନାଯୋଗ୍ୟ, ବାଲାକୋଟ ଏୟାରଷ୍ଟ୍ରାଇକ ପରେ ପାକିସ୍ତାନ ଓ ଭାରତ ମଧ୍ୟରେ ସମସ୍ତ ପ୍ରକାର ସମ୍ପର୍କ ଛିନ୍ନ ରହିଛି। ହେଲେ ଏହାରି ଭିତରେ ସାଉଦିଆରବ ଜରିଆରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଗଢ଼ିବାକୁ ପ୍ରୟାସ ଚାଲିଥିବା ସୂଚନା ରହିଛି। ଏହାର ପ୍ରମାଣ ପାକିସ୍ତାନ ଦିବସରେ ଭାରତର ଶୁଭେଚ୍ଛା, ଇମ୍ରାନ କୋଭିଡରେ ଆକ୍ରାନ୍ତ ହେବା ପରେ ମୋଦିଙ୍କ ଟ୍ୱିଟ୍ ବାର୍ତ୍ତା ଇତ୍ୟାଦି।

Pakistan Imran Khan Narendra Modi India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe