Advertisment

ଲତାଙ୍କ ପାଇଁ କାନ୍ଦିଲା ପାକିସ୍ତାନ

ନୂଆଦିଲ୍ଲୀ: ଫେବୃଆରୀ ୬, ୨୦୨୨…। ଏହି ତାରିଖକୁ ହୁଏତ କୌଣସି ସଂଗୀତ ପ୍ରେମୀ କେବେ ଭୁଲିପାରିବ ନାହିଁ। କାରଣ ଏହି ଦିନ ସାରା ବିଶ୍ୱ ଏଭଳି ଏକ ମହାନ ରତ୍ନକୁ ହରାଇଲା, ଯାହାର ସ୍ୱରର ସମସ୍ତେ ଦିୱାନା ଥିଲେ। ସେ ଆଉ କେହି ନୁହନ୍ତି, ସମସ୍ତଙ୍କର ଅତି ପ୍ରିୟ ଲତା ମଙ୍ଗେଶକର, ଯାହାଙ୍କର ରବିବାର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ହୋଇଛି। ଲତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଲତା ମଙ୍ଗେଶକରଙ୍କ ବିୟୋଗରେ ସଂଗୀତର ଏକ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଲତାଙ୍କ ପାଇଁ କାନ୍ଦିଲା ପାକିସ୍ତାନ

lata

ନୂଆଦିଲ୍ଲୀ: ଫେବୃଆରୀ ୬, ୨୦୨୨...। ଏହି ତାରିଖକୁ ହୁଏତ କୌଣସି ସଂଗୀତ ପ୍ରେମୀ କେବେ ଭୁଲିପାରିବ ନାହିଁ। କାରଣ ଏହି ଦିନ ସାରା ବିଶ୍ୱ ଏଭଳି ଏକ ମହାନ ରତ୍ନକୁ ହରାଇଲା, ଯାହାର ସ୍ୱରର ସମସ୍ତେ ଦିୱାନା ଥିଲେ। ସେ ଆଉ କେହି ନୁହନ୍ତି, ସମସ୍ତଙ୍କର ଅତି ପ୍ରିୟ ଲତା ମଙ୍ଗେଶକର, ଯାହାଙ୍କର ରବିବାର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ ହୋଇଛି। ଲତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଲତା ମଙ୍ଗେଶକରଙ୍କ ବିୟୋଗରେ ସଂଗୀତର ଏକ ଯୁଗର ଅବସାନ ଘଟିଛି ଏବଂ ଆଜି ତାଙ୍କ ପାଇଁ ପ୍ରତିଟି ବ୍ୟକ୍ତି ଦୁଃଖରେ ଭାଙ୍ଗି ପଡ଼ିଛି। ଲତାଙ୍କ ଯିବାର ଦୁଃଖର କେବଳ ଭାରତରେ ନୁହେଁ ବରଂ ପଡ଼ୋଶୀ ଦେଶ ପାକିସ୍ତାନରେ ମଧ୍ୟ ଦେଖିବାକୁ ମିଳିଛି।

Advertisment

ପାକିସ୍ତାନର ଅନେକ କ୍ରିକେଟର୍ ଲତା ମଙ୍ଗେଶକରଙ୍କର ଫ୍ୟାନ୍ ଥିଲେ ଏବଂ ତାଙ୍କ ଦେହାନ୍ତରେ ସୀମା ସେପଟୁ ଶ୍ରଦ୍ଧାଞ୍ଜଳି ଅର୍ପଣଟ କରାଯାଇଛି। ଲତାଙ୍କ ବିୟୋଗରେ ପାକିସ୍ତାନ କ୍ରିକେଟ୍ ଟିମର କ୍ୟାପଟେନ୍ ବାବର ଆଜମ, ମହମ୍ମଦ ହଫିଜ୍, ୱକାର ୟୁନିସ୍, ପିସିବି ଅଧ୍ୟକ୍ଷ ରମୀଜ ରାଜା ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

https://twitter.com/babarazam258/status/1490252910579621888?s=20&t=5agBgjUs7YINaY41T_-I4g

Advertisment

ପାକିସ୍ତାନ କ୍ୟାପଟେନ୍ ବାବର ଆଜମ ଟ୍ୱିଟ୍ କରି ଲେଖିଛନ୍ତି, ‘ଏକ ସ୍ୱର୍ଣ୍ଣିମ ଯୁବଗର ଅବସାନ। ଲତାଜୀଙ୍କର ଯାଦୁଗରୀ କଣ୍ଠ ସମଗ୍ର ବିଶ୍ୱର ଲକ୍ଷାଧିକ ହୃଦୟରେ ଜୀବନ୍ତ ରହିବ। ସେ ଜଣେ ଅଦ୍ୱିତୀୟ ଆଇକନ୍।’ ପାକିସ୍ତାନର ଅନ୍ୟତମ କ୍ରିକେଟର ହଫିଜ୍ ଲତା ମଙ୍ଗେଶକରଙ୍କ ଗୋଟିଏ କଥାକୁ ଟ୍ୱିଟ୍ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଲତାଙ୍କ ଫଟୋ ଟ୍ୱିଟ୍ କରି ହଫିଜ୍ ଲେଖିଛନ୍ତି ‘ ମେରୀ ଆୱାଜ୍ ହି ପେହଚାନ୍ ହୈ।’

https://twitter.com/iramizraja/status/1490231308202942467?s=20&t=VfJKdxkL7FmnOlVXTRXWZQ

ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ତଥା ପୂର୍ବତନ କ୍ୟାପଟେନ୍ ରମୀଜ ରାଜା ଲତା ମଙ୍ଗେଶକରଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି, ଲତା ମଙ୍ଗେଶକର ସଂସ୍କାରବାଦୀ, ନମ୍ରତା ଏବଂ ସରଳତାର ପ୍ରତିମୂର୍ତ୍ତି ଥିଲେ ଏବଂ ଏଥିପାଇଁ ସେ ମହାନ ଥିଲେ। ଆମ ସମସ୍ତଙ୍କ ପାଇଁ ଏକ ଶିକ୍ଷା। କିଶୋର କୁମାର ଏବଂ ଲତାଜୀଙ୍କ ଦେହାନ୍ତ ପରେ ମୋର ସଂଗୀତ ଶେଷ ହୋଇଯାଇଛି।

https://twitter.com/waqyounis99/status/1490236968571125761?s=20&t=YK9g4xXKoKCH8ztLRvqksQ

ପାକିସ୍ତାନର ପୂର୍ବତନ ପେସର ୱକାର ୟୁନିସ୍ ଟ୍ୱିଟ୍ କରି ଲେଖିଛନ୍ତି, ଲତା ମଙ୍ଗେଶକରଙ୍କ ଦେହାନ୍ତ ଖବର ଶୁଣି ବହୁତ ଦୁଃଖିତ। ଦୁନିଆରେ ଆଉ ଦ୍ୱିତୀୟ ଲତା ମଙ୍ଗେଶକର ଜନ୍ମ ହୋଇପାରିବେ ନାହିଁ। ସେହିପରି ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର୍ ଡାରେନ୍ ଗଙ୍ଗା ମଧ୍ୟ ଲତା ମଙ୍ଗେଶକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ସେ ଲେଖିଛନ୍ତି, ଆପଣଙ୍କ ଗୀତ ଶୁଣି ମୁଁ କ୍ୟାରିବିଆନରେ ବଡ଼ ହୋଇଛି। ଆପଣଙ୍କ ଗୀତ ସର୍ବଦା ଜୀବନ୍ତ ରହିବ।

https://twitter.com/DarenGanga/status/1490206055833702403?s=20&t=lul_EevdA0sBxX_8iQfpBQ

Lata Mangeshkar