Advertisment

ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ୩୭ ମନ୍ତ୍ରୀ ନେଲେ ଶପଥ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫଙ୍କ ୩୭ ଜଣିଆ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀମଣ୍ଡଳ ମଙ୍ଗଳବାର ଶପଥ ନେଇଛନ୍ତି। ଇମ୍ରାନ ସରକାରର ପତନ ପରେ ନୂଆ ମନ୍ତ୍ରୀମାନେ ଦାୟିତ୍ୱ ନେଇଛନ୍ତି। ଯାହା ଭିତରେ ଅନେକ ପୁରୁଣା ଓ ଅନେକ ନବାଗତ ମନ୍ତ୍ରୀ ରହିଛନ୍ତି। ସମୟ ବାରମ୍ବାର ଘୁଞ୍ଚାଇବା ପରେ ଶେଷରେ ଏହି ଶପଥ ଗ୍ରହଣ ଉତ୍ସବ ହୋଇଛି। ସଂସଦର ଅଧ୍ୟକ୍ଷ ସାଦିକ ସଞ୍ଜାରାଣୀ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ କରାଇଥିଲେ। ଏହି ଶପଥଗ୍ରହଣ ଉତ୍ସବ ସୋମବାର ହେବାକୁ ଥିବା ବେଳେ […]

author-image
Niranjan Mishra
ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ୩୭ ମନ୍ତ୍ରୀ ନେଲେ ଶପଥ

pakistan-new-PM

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ୍ ଶରିଫଙ୍କ ୩୭ ଜଣିଆ କେନ୍ଦ୍ର କ୍ୟାବିନେଟ ମନ୍ତ୍ରୀମଣ୍ଡଳ ମଙ୍ଗଳବାର ଶପଥ ନେଇଛନ୍ତି। ଇମ୍ରାନ ସରକାରର ପତନ ପରେ ନୂଆ ମନ୍ତ୍ରୀମାନେ ଦାୟିତ୍ୱ ନେଇଛନ୍ତି। ଯାହା ଭିତରେ ଅନେକ ପୁରୁଣା ଓ ଅନେକ ନବାଗତ ମନ୍ତ୍ରୀ ରହିଛନ୍ତି। ସମୟ ବାରମ୍ବାର ଘୁଞ୍ଚାଇବା ପରେ ଶେଷରେ ଏହି ଶପଥ ଗ୍ରହଣ ଉତ୍ସବ ହୋଇଛି। ସଂସଦର ଅଧ୍ୟକ୍ଷ ସାଦିକ ସଞ୍ଜାରାଣୀ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ କରାଇଥିଲେ।

Advertisment

ଏହି ଶପଥଗ୍ରହଣ ଉତ୍ସବ ସୋମବାର ହେବାକୁ ଥିବା ବେଳେ ରାଷ୍ଟ୍ରପତି ଆରିଫ ଆଲଭି ଶପଥପାଠ କରାଇବାକୁ ମନା କରି ଆସୁଥିଲେ। ତେଣୁ ଉତ୍ସବ ସମୟ ବାରମ୍ବାର ବଦଳି ହେଉଥିଲା। ଏହି ମନ୍ତ୍ରୀ ମଣ୍ଡଳ ଭିତରେ ୩ ରାଜ୍ୟ ପାହ୍ୟା ମନ୍ତ୍ରୀ ରହିଛନ୍ତି। ଉତ୍ସବ ପରେ ମେଣ୍ଟ ସରକାର ମନ୍ତ୍ରୀମଣ୍ଡଳର ଏକ ରୁଦ୍ଧଦ୍ୱାର ବୈଠକ ହୋଇଥିଲା। ଯେଉଁଥିରେ ପାକିସ୍ତାନ ମୁସଲିମ ଲିଗ ନବାଜର(ପିଏମଏଲ୍-ଏନରୁ) ଅଧ୍ୟକ୍ଷ ଯୋଗଦେଇଥିଲେ।

ଏହି ମନ୍ତ୍ରୀ ମଣ୍ଡଳରେ ଏହି ଦଳର ୧୩ ମନ୍ତ୍ରୀ ରହିଥିବା ବେଳେ ବିଲାବଲ ଭୁଟୋଜର୍ଦ୍ଦାରୀଙ୍କ ପାକିସ୍ତାନ ପିପୁଲ୍ସ ପାର୍ଟି(ପିପିପି)ର ୯ ମନ୍ତ୍ରୀ ରହିଛନ୍ତି। ଜାମିୟତ ଉଲେମା-ଏ-ଇସଲାମ-ଫଜଲ ଦଳରୁ ୪ ଓ ମୁତାହିଦା କ୍ୱୈମି ମୁଭମେଣ୍ଟ ପାକିସ୍ତାନର ୨ ମନ୍ତ୍ରୀ ରହିଛନ୍ତି। ଅନ୍ୟ ସହଭାଗି ବାଲୋଚିସ୍ତାନ ଆବମୀ ପାର୍ଟି, ପାକିସ୍ଥାନ ମୁସଲିମ ଲିଗ କ୍ୱିଦ୍ ଓ ଜାମୋହରୀ ବତନ ପାର୍ଟିର ଜଣେ ଲେଖାଏଁ ମନ୍ତ୍ରୀ ରହିଛନ୍ତି। ୩ ରାଜ୍ୟ ମନ୍ତ୍ରୀ ମଧ୍ୟରୁ ପିଏମଏଲ୍-ଏନରୁ ୨ ଜଣ ଓ ପିପିପିରୁ ଜଣେ ରହିଛନ୍ତି। ପିପିପିର ହିନା ରବାନୀ ଖାରଙ୍କୁ ବୈଦେଶିକ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯିବା ସବୁଠାରୁ ବେଶୀ ଚର୍ଚ୍ଚାର ବିଷୟ ହୋଇଛି।

Advertisment