Advertisment

ପାକ୍‌ର ସାଂଘାତିକ ଷଡ଼ଯନ୍ତ୍ର: ଡ୍ରଗ ଚାଲାଣ ରୁଟ୍‌ରେ ଭାରତକୁ ପଠାଉଛି ଆଇଇଡି!

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନ କରୁଥିବା ସାଂଘାତିକ ଷଡ଼ଯନ୍ତ୍ର ସମ୍ପର୍କରେ ପୁଣିଥରେ ସୂଚନା ମିଳିଛି। ନିକଟରେ ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟରୁ ଆଇଇଡି ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଫୁଲ ମାର୍କେଟରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆଇଇଡି ରଖିଥିବା ଜଣାପଡ଼ିଛି। ଏବେ ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ଗୁଇନ୍ଦା ବିଭାଗ ହାତରେ ନୂଆ ତଥ୍ୟ ଲାଗିଛି। ପାକିସ୍ତାନ ଡ୍ରଗ ଚାଲାଣ ହେଉଥିବା ଉଭୟ ସମୁଦ୍ର ଓ ସ୍ଥଳ ପଥରେ ରେଡିମେଡ୍‌ ଆଇଇଡି […]

author-image
Hemant Lenka
ଅଦ୍ୟତନ ହୋଇଛି
ପାକ୍‌ର ସାଂଘାତିକ ଷଡ଼ଯନ୍ତ୍ର: ଡ୍ରଗ ଚାଲାଣ ରୁଟ୍‌ରେ ଭାରତକୁ ପଠାଉଛି ଆଇଇଡି!

IED

ନୂଆଦିଲ୍ଲୀ: ଭାରତ ବିରୋଧରେ ପାକିସ୍ତାନ କରୁଥିବା ସାଂଘାତିକ ଷଡ଼ଯନ୍ତ୍ର ସମ୍ପର୍କରେ ପୁଣିଥରେ ସୂଚନା ମିଳିଛି। ନିକଟରେ ଦିଲ୍ଲୀର ଗାଜିପୁର ଫୁଲ ମାର୍କେଟରୁ ଆଇଇଡି ମିଳିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଫୁଲ ମାର୍କେଟରେ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ଆଇଇଡି ରଖିଥିବା ଜଣାପଡ଼ିଛି। ଏବେ ଏହି ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ଗୁଇନ୍ଦା ବିଭାଗ ହାତରେ ନୂଆ ତଥ୍ୟ ଲାଗିଛି। ପାକିସ୍ତାନ ଡ୍ରଗ ଚାଲାଣ ହେଉଥିବା ଉଭୟ ସମୁଦ୍ର ଓ ସ୍ଥଳ ପଥରେ ରେଡିମେଡ୍‌ ଆଇଇଡି ଭାରତ ପଠାଉଛି। ଏହାପରେ ଭାରତର ବିଭିନ୍ନ ସ୍ଥାନରେ ଏଗୁଡ଼ିକ ପହଞ୍ଚୁଛି ବୋଲି ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି।

Advertisment

ତଦନ୍ତରୁ ଜଣାପଡ଼ିଛି ଯେ ଗାଜିପୁରରେ ରହିଥିବା ଆଇଇଡିକୁ ରିମୋଟ୍‌ ମୋଡରେ ରଖାଯାଇଥିଲା। ଏହା ମାର୍କେଟରେ ରହିବାର ୧ ଘଣ୍ଟା ୮ ମିନିଟ୍‌ରେ ଫାଟିବାର ଥିଲା। ହେଲେ ଏହାକୁ ସୁରକ୍ଷାକର୍ମୀମାନେ ଅକାମୀ କରିଦେଇଥିଲେ। ଫଳରେ ବଡ଼ ବିପଦ ଟଳିଥିଲା।

ପାକିସ୍ତାନରୁ କେତେ ବିସ୍ଫୋରକ ଏଯାଏ ଭାରତ ଆସିଛି, ସେକଥା ଜଣାପଡ଼ିନି। କିନ୍ତୁ ପଞ୍ଜାବ ପୁଲିସ୍‌ ୨୦ ଆଇଇଡି, ୫ରୁ ୬ କେଜି ବିସ୍ଫୋରକ ଓ ୧୦୦ଟି ହ୍ୟାଣ୍ଡଗ୍ରେନେଡ ଜବତ କରି ସାରିଛି। ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି ଯେ ପାକିସ୍ତାନରେ ଥିବା ଆତଙ୍କବାଦୀମାନଙ୍କୁ ସେମାନଙ୍କ ଆକ୍କାମାନେ ଏବେ ଅଧିକରୁ ଅଧିକ ଟିଫିନ ବୋମା ଓ ଆଇଇଡି ଯୋଗାଡ଼ କରିବାକୁ କହିଛନ୍ତି। ଏହାକୁ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ପଞ୍ଜାବ ଓ ଉତ୍ତର ପ୍ରଦେଶ ବ୍ୟତୀତ ମହାରାଷ୍ଟ୍ର, ଗୁଜରାଟ ଓ ଦିଲ୍ଲୀକୁ ପଠାଇବାକୁ ଯୋଜନା କରାଯାଇଛି।

Advertisment

ସୀମା ପାର ହେରୋଇନ ଓ ଅଫିମ କାରବାର କରୁଥିବା ନିଶା ବେପାରୀଙ୍କୁ ପାକିସ୍ତାନ ପକ୍ଷରୁ ଆଇଇଡିକୁ ଡ୍ରୋନ ଦ୍ୱାରା ଭାରତରେ ପହଞ୍ଚାଇବାକୁ ପାକିସ୍ତାନ ପକ୍ଷରୁ ଚାପ ପ୍ରୟୋଗ କରାଯାଉଛି। ଲସ୍କର ଠାରୁ ଆରମ୍ଭ କରି ଜୈଶ ଓ ଇଣ୍ଡିଆନ ମୁଜାହିଦ୍ଦିନ ପକ୍ଷରୁ ହିଁ ଏପରି ଷଡ଼ଯନ୍ତ୍ର କରିଥିବା ଗୁଇନ୍ଦା ବିଭାଗ କହିଛି।