Advertisment

ଯୁଦ୍ଧ ଭିତରେ ସୁରକ୍ଷିତ ଉଦ୍ଧାର ହେଲେ ପାକ୍‌ ଛାତ୍ରୀ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଲେ ଧନ୍ୟବାଦ

ନୂଆଦିଲ୍ଲୀ: ଯୁଦ୍ଧତ୍ରସ୍ତ ୟୁକ୍ରେନର ଗୋଟିଏ ସହରରୁ ପାକିସ୍ତାନର ଜଣେ ଛାତ୍ରୀଙ୍କୁ ଭାରତୀୟ ଦୂତାବାସ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏଥିପାଇଁ ଛାତ୍ରୀ ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଇଛନ୍ତି। ଅସମା ସୈଫିକ୍ୟୁ ନାମକ ଏହି ପାକିସ୍ତାନ ଝିଅ ଜଣଙ୍କ ୟୁକ୍ରେନରେ ଫସିଥିଲେ ମଧ୍ୟ ଉଦ୍ଧାର ହୋଇ ପାରୁ ନଥିଲେ। ହେଲେ କିଭ ସ୍ଥିତ ଭାରତୀୟ ଦୂତାବାସ ତାଙ୍କୁ ସହଯୋଗର ହାତ ବଢ଼ାଇ ସୁରକ୍ଷିତ ଭାବେ ୱାରଜୋନରୁ ଉଦ୍ଧାର କରିଛି। ଏଥିପାଇଁ ଅସମା […]

author-image
Hemant Lenka
ଯୁଦ୍ଧ ଭିତରେ ସୁରକ୍ଷିତ ଉଦ୍ଧାର ହେଲେ ପାକ୍‌ ଛାତ୍ରୀ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେଲେ ଧନ୍ୟବାଦ

Modi

ନୂଆଦିଲ୍ଲୀ: ଯୁଦ୍ଧତ୍ରସ୍ତ ୟୁକ୍ରେନର ଗୋଟିଏ ସହରରୁ ପାକିସ୍ତାନର ଜଣେ ଛାତ୍ରୀଙ୍କୁ ଭାରତୀୟ ଦୂତାବାସ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏଥିପାଇଁ ଛାତ୍ରୀ ଜଣଙ୍କ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଦୂତାବାସକୁ ଧନ୍ୟବାଦ ଜଣାଇଛନ୍ତି। ଅସମା ସୈଫିକ୍ୟୁ ନାମକ ଏହି ପାକିସ୍ତାନ ଝିଅ ଜଣଙ୍କ ୟୁକ୍ରେନରେ ଫସିଥିଲେ ମଧ୍ୟ ଉଦ୍ଧାର ହୋଇ ପାରୁ ନଥିଲେ।

Advertisment

ହେଲେ କିଭ ସ୍ଥିତ ଭାରତୀୟ ଦୂତାବାସ ତାଙ୍କୁ ସହଯୋଗର ହାତ ବଢ଼ାଇ ସୁରକ୍ଷିତ ଭାବେ ୱାରଜୋନରୁ ଉଦ୍ଧାର କରିଛି। ଏଥିପାଇଁ ଅସମା ଗୋଟିଏ ଭିଡିଓ ଜାରି କରି ଧନ୍ୟବାଦ ଜଣାଇଛନ୍ତି।

ସେ କହିଛନ୍ତି, “ଆମେ ଗୋଟିଏ କଠିନ ପରିସ୍ଥିତି ମଧ୍ୟରେ ଫସି ରହିଥିଲୁ। ହେଲେ କିଭ୍‌ ସ୍ଥିତ ଭାରତୀୟ ଦୂତାବାସ ଆମକୁ ସହଯୋଗ କରିଥିଲା। ଭାରତୀୟ ଦୂତାବାସ ଆମକୁ ସେଠାରୁ ସୁରକ୍ଷିତ ଉଦ୍ଧାର କରିବା ସହ ସବୁ ପ୍ରକାରର ସହାୟତା ଯୋଗାଇ ଦେଇଛି। ଏଥିପାଇଁ ଭାରତୀୟ ଦୂତାବାସ ନିକଟରେ ମୁଁ କୃତଜ୍ଞ। ଦୂତାବାସକୁ ବହୁତ ବହୁତ ଧନ୍ୟବାଦ। ମୁଁ ଭାରତର ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି। ଆମର ଆଶା ଆମେ ପଶ୍ଚିମ ୟୁକ୍ରେନରୁ ସୁରକ୍ଷିତ ଭାବେ ଘରକୁ ଫେରିପାରିବୁ।”

Advertisment


ଅସମା ଏବେ ୱାର ଜୋନରୁ ବାହାରି ପଶ୍ଚିମ ୟୁକ୍ରେନ ଅଭିମୁଖେ ଯାଉଛନ୍ତି। ସେଠାରେ ସେ ନିଜ ଦେଶ ପାକିସ୍ତାନକୁ ଯିବେ। ତେବେ ଅସମା ୟୁକ୍ରେନର କେଉଁ ସ୍ଥାନରେ ଫସିଥିଲେ, ସେକଥା ଜଣାପଡ଼ିନି। ସେହିପରି ତାଙ୍କ ସହ ଅନ୍ୟ ପାକିସ୍ତାନୀ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି କି ନାହିଁ? କ’ଣ ସେ ଭାରତୀୟ ଶିକ୍ଷାର୍ଥୀଙ୍କୁ ଆଣୁଥିବା ବସ୍‌ ଯୋଗେ ପଶ୍ଚିମ ୟୁକ୍ରେନ ଆସିଛନ୍ତି କି, ସେ ବିଷୟରେ କିଛି ବି କୁହାଯାଇନି।

Russia-Ukraine War