Advertisment

ବିଶିଷ୍ଟ ଉଦ୍ୟୋଗପତି ପାଲୋନଜି ମିସ୍ତ୍ରୀଙ୍କ ଦେହାନ୍ତ

ମୁମ୍ବାଇ: ଭାରତର ବିଶିଷ୍ଟ ଉଦ୍ୟୋଗପତି ପାଲୋନଜି ମିସ୍ତ୍ରୀଙ୍କ ଦେହାନ୍ତ। ୯୩ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। କନ୍‌ଷ୍ଟ୍ରକସନ୍‌ ସେକ୍ଟରର ସବୁଠାରୁ ବଡ କମ୍ପାନୀ ମଧ୍ୟରୁ ଗେଟିଏ ସାପୋରଜି ପାଲୋନଜି ଗ୍ରୁପର ଅଧ୍ୟକ୍ଷ ଥିଲେ ପାଲୋନଜି। ତାଙ୍କୁ ଭାରତର ଲୁକାୟିତ କୋଟିପତି ବୋଲି କୁହାଯାଏ। ପ୍ରକୃତରେ ସେ ମିଡିଆ ଠାରୁ ଦୂରେଇ ରୁହନ୍ତି। ବ୍ୟବସାୟ ଜଗତରେ ପାଲୋନଜିଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ଥିଲା। ପାଲୋନଜି ଗ୍ରୁପ୍‌ର ଅଧ୍ୟକ୍ଷ ପାଲୋନଜି ମି‌ସ୍ତ୍ରୀଙ୍କର ସୋମବାର ମଧ୍ୟରାତ୍ରରେ […]

ଅଦ୍ୟତନ ହୋଇଛି
ବିଶିଷ୍ଟ ଉଦ୍ୟୋଗପତି ପାଲୋନଜି ମିସ୍ତ୍ରୀଙ୍କ ଦେହାନ୍ତ

Pallonji Mistry

Advertisment

ମୁମ୍ବାଇ: ଭାରତର ବିଶିଷ୍ଟ ଉଦ୍ୟୋଗପତି ପାଲୋନଜି ମିସ୍ତ୍ରୀଙ୍କ ଦେହାନ୍ତ। ୯୩ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ଦେହାନ୍ତ ହୋଇଛି। କନ୍‌ଷ୍ଟ୍ରକସନ୍‌ ସେକ୍ଟରର ସବୁଠାରୁ ବଡ କମ୍ପାନୀ ମଧ୍ୟରୁ ଗେଟିଏ ସାପୋରଜି ପାଲୋନଜି ଗ୍ରୁପର ଅଧ୍ୟକ୍ଷ ଥିଲେ ପାଲୋନଜି। ତାଙ୍କୁ ଭାରତର ଲୁକାୟିତ କୋଟିପତି ବୋଲି କୁହାଯାଏ। ପ୍ରକୃତରେ ସେ ମିଡିଆ ଠାରୁ ଦୂରେଇ ରୁହନ୍ତି। ବ୍ୟବସାୟ ଜଗତରେ ପାଲୋନଜିଙ୍କ ଏକ ସ୍ୱତନ୍ତ୍ର ସ୍ଥାନ ଥିଲା।

Advertisment

ପାଲୋନଜି ଗ୍ରୁପ୍‌ର ଅଧ୍ୟକ୍ଷ ପାଲୋନଜି ମି‌ସ୍ତ୍ରୀଙ୍କର ସୋମବାର ମଧ୍ୟରାତ୍ରରେ ରାତିରେ ଶୋଇଥିବା ଅବସ୍ଥାରେ ଦେହାନ୍ତ ହୋଇଛି। ପାଲୋନଜି ଟାଟା ଗ୍ରୁପ୍‌ର ସର୍ବବୃହତ୍ତ ଅଂଶୀଦାର ଥିଲେ।

https://twitter.com/narendramodi/status/1541652207417835520?s=20&t=a3ZS_In7Ik6UPQpl0pO4BQ

Advertisment

ପାଲୋନଜିଙ୍କ ମୃତ୍ୟୁକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।  ସେ ଟ୍ୱିଟ୍‌ କରି ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ଲେଖିଛନ୍ତି, 'ପାଲୋନଜି ମିସ୍ତ୍ରୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅବାକ। ବ୍ୟବସାୟ ଜଗତରେ ତାଙ୍କର ଯୋଗଦାନ ବେଶ୍‌ ସ୍ମରଣୀୟ।'

ସେପଟେ ପାଲୋନଜିଙ୍କ ମୃତ୍ୟୁ ପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମଧ୍ୟ ଏକ ଟ୍ୱିଟ୍‌ ପୋଷ୍ଟ୍‌ କରି ଲେଖିଛନ୍ତି, ‘ ପାଲୋନଜି ମି‌ସ୍ତ୍ରୀଙ୍କ ଦେହାନ୍ତରେ, ଏକ ଯୁଗର ଅବସାନ ଘଟିଛି। କାର୍ଯ୍ୟ କ୍ଷେତ୍ରରେ ତା‌ଙ୍କ ଭଦ୍ରତା ଦେଖିବା ହେଉଛି ଜୀବନର ସବୁଠାରୁ ବଡ଼ ଆନନ୍ଦମୟ ଅନୁଭବ। ତାଙ୍କ ପରିବାରବର୍ଗ ଓ ପ୍ରିୟଜନଙ୍କୁ ମୋର ସମବେଦନା।’

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe